*ପରି ମୋର ଫେରି ଆସିବ**
********************
ଲାଲ ଟୁକ ଟୁକ ଅଧରେ ତାହାର
ସେହି ଖିଲି ଖିଲି ହସ
ଗୌର ବର୍ଣ୍ଣ ରୂପ ସହ ମନଲୋଭା
ମଧୁର କୋମଳ ଭାଷ||
ଆଖିରେ ଆଖିଏ ସ୍ବପ୍ନ ଥିଲା ତାର
ଅଧାରୁ ଭାଙ୍ଗିଲା କିଏ
ତା କଥା କିଞ୍ଚିତ ଭାବିଲା ବେଳକୁ
ଓଠ ମୋର ଥରି ଯାଏ||
ଏତେ ନିରୀହ ହୋଇ ଜନମିଲା ସେହି
କେତେ ଯେ ସହିଲା କଷ୍ଟ
ସତେ କି ଏ ପ୍ରଥା ଚାଲିଥିବ ସଦା
ସଭିଏଁ ଯେ ପଥ ଭ୍ରଷ୍ଟ ||
ରକତ ଝରାଇ କରଇ ରୋଦନ
ଜନମ ଦେଇଛି ଯିଏ
କୋଳ ତାର ସଦା ଶୂନ୍ୟ କରିଦେଲ
କି ଭୁଲ କରିଥିଲା ସିଏ ||
ଦାନଵ ଜାଳିଲ କଅଁଳ କଢୀକୁ
ଦେଖିଲନି ମା ଭଗିନୀ
କେତେଦିନ ମିଥ୍ୟା ରେ ପଥ ଚାଲିବ
ସତ୍ୟ କେଭେ ଲୁଚି ରହିନି ||
କେତେ ଦିନ ଆଉ ଆଇନି ଫାଙ୍କିବ
ଜଳ ଜଳ ସବୁ ଦିଶୁଚି
ପ୍ରମାଣକୁ ତୁମେ ଯେତେ ଲୁଚାଇଲେ
ପାତାଳରୁ ସେ ଫୁଟୁଛି ||
ଦିନେନା ଦିନେ ତମସା ହଟିବ
ସକାଳ ସୂର୍ଯ୍ୟ ଉଇଁବ
ସେ ସିଂହଶଵାରୀ ଆହରଣ କରି
ପାପୀଙ୍କୁ ସଂହାର କରିବ ||
ମୋ ମନ କହୁଛି ଆଉ ଥରେ ସେହି
ପୁନଃଜନ୍ମ ଲଭି ଆସିବ
କିଣା ଅଇନିକୁ ଖାତିର ନକରି
ନିଜେ ସେ ଅଇନି ଗଢ଼ିବ||
ପରି ମୋର ଫେରି ଆସିବ….. (3ଥର)
**ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ [ଶିକ୍ଷୟିତ୍ରୀ ]ବେଦପୁର, ବାଙ୍କୀ, କଟକ **
Some really excellent info , Sword lily I noticed this.
Remarkable! Its actually remarkable paragraph, I have got much clear idea regardingfrom this article.
viagra persription viagra gold viagra coupons online
no prescription viagra price compare best place to buy online viagra paypal viagra gold 800 mg