*ପଞ୍ଚକ ଏକ ଅନୁଚିନ୍ତନ*
✍🏻ମନୋଜ କୁମାର ପଣ୍ଡା
ପାହି ପାହି ଆସିଲାଣି କାର୍ତ୍ତିକର
ଶୁକ୍ଳା ଚତୁର୍ଦ୍ଦଶୀ ରଜନୀ
ନଦୀଘାଟୁ ଶୁଭିଲାଣି ଶଙ୍ଖ ଘଣ୍ଟା ଆଉ
ହୁଳହୁଳି ଧ୍ଵନି,
ଗାଁ ମନ୍ଦିରରେ ଜମିଲାଣି ଭିଡ଼
ସୁରୁଜ ଉଠିବା ଆଗୁ ପ୍ରସ୍ତୁତ ସର୍ବେ
ଦେବାପାଇଁ ପଞ୍ଚକରେ ବୁଡ଼।।
ପାଞ୍ଚଦିନ ଧରି ହବିଷ୍ୟାନ୍ନ କରିଣ ଭୋଜନ
ପ୍ରତ୍ୟହ କରନ୍ତି ଦିଅଁ ଦରଶନ।।
କେ ଧରିଛି କଦଳୀ ବାହୁଙ୍ଗା ଡଙ୍ଗା
ଅବା କେ ସୋଲ ତରୀ କରେ
ମାଟି ଦୀପେ ତଇଳ କୁ ଭରୀ
ଗାଁ ଦାଣ୍ଡେ ସର୍ବେ ଧାଉଁଛନ୍ତି ସଧିରେ।।
ଦିନଥିଲା ଅଶ୍ରୁମୁଖୀ ସାଧବ ରମଣୀ
ଦୁର୍ବାକ୍ଷତ, ପୁଷ୍ପ, ଦୀପ, ଧରି
ନୀଳ ଦରିଆର ସେହି ନିକାଞ୍ଚନ ବକ୍ଷେ
ସ୍ୱାମୀଙ୍କୁ ତାହାର ଦେଉଥିଲା ମେଲାଣି।
କାହିଁ ହଜିଲା ସେ ଦିନ
ସ୍ମୃତି ର କରାଳ ବକ୍ଷେ
ସେଦିନ କୁ ସୁମରି ସାଧବ ପୁଅର ଆତ୍ମା ଆଜି କାନ୍ଦେ।।
ସଭିଏଁ ଦେଖ ଆଜି କରୁଛନ୍ତି
ସ୍ନାନବିଧି ନପାହୁଣୁ ନିଶି
ଧୌତ କରିବାକୁ ଶରୀରରୁ
କୃତ ପାପ ରାଶି।।
କାହିଁକି କେଜାଣି କରନ୍ତି ଅନେକ ଦୀପଦାନ
କରି ମନକୁ ମୋହର ତିମିରେ ଆଛନ୍ନ,
ଦେଉଳେ ଖୋଜନ୍ତି ଥୋକାଏ ଦିଅଁ
ଖୋଜନ୍ତି ପୁଣି ଶଇଳ କାନ୍ତାରେ
ପ୍ରଜ୍ଞା ର ଦୁଆର ଫେଇ ଦେଖନ୍ତିନି କେବେ
ବିରାଜିତ ସେ ଦିବ୍ୟ ବିଗ୍ରହ
ମନୁଷ୍ୟ ହୃଦୟ ମନ୍ଦିରେ।
ହେ ମୁଢ ଦୁରାଚାରି ମନୁଷ୍ୟ
କରବାରେ ଆରାଧନା ହୃଦ ବିଗ୍ରହ ଙ୍କୁ
ବିବେକ ଜଳେ ସ୍ନାନ କରି
ସତ୍ୟ ଶାନ୍ତି, ଦୟା କ୍ଷମା ର ନୈବେଦ୍ୟ ଦେଇ
ଜ୍ଞାନ ଦୀପ ଜଳିଦିଅ ଏ ଘଟର ଚଉରା ମୂଳରେ
ଜାଳିଦିଅ ପାପ ରାଶି ଶୁଷ୍କ ତୃଣ ସମ
ତେଜ ମନୁ ହିଂସା ଇର୍ଷା କ୍ରୋଧ ଅହଂକାର
ହସିଉଠୁ ତୁମ ଆତ୍ମାର ଠାକୁର
ପାଳି ପଞ୍ଚକର ପବିତ୍ର ଅଭିସାର।
*ପ୍ରତିଷ୍ଠାତା ସମ୍ପାଦକ*
*ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*
*ବାଲେଶ୍ଵର ଓଡିଶା*
9 total views, 1 views today
i like this perfect article
well