May 29, 2023
11 11 11 AM
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ 
ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ
ଜୀବନ – ନଳିନୀ ପ୍ରଭା ମିଶ୍ର
କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର
ସାଧୁ ସାବଧାନ – ସୌଦାଗର ବିଶ୍ବାଳ
ପ୍ରତୀକ୍ଷାର ତୀରେ – ସୁଜାତା ଦାସ
ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା
ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ
ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି
Latest Post
ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ  ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ ଜୀବନ – ନଳିନୀ ପ୍ରଭା ମିଶ୍ର କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର ସାଧୁ ସାବଧାନ – ସୌଦାଗର ବିଶ୍ବାଳ ପ୍ରତୀକ୍ଷାର ତୀରେ – ସୁଜାତା ଦାସ ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି

“ପାହନ୍ତି ସପନ”–(ଜୟ କୁମାର ମିଶ୍ର )

ପାହନ୍ତି ସପନ”

ବରଷ ଶେଷରେ ଶୀତୁଆ ରାତିରେ
ପାହାନ୍ତି ସପନ ହେଲା,
ମନର ଭାବନା ସ୍ୱପନେ ଫଳିଲା
କେତେ ଉଚ୍ଚାଟିଆ ଥିଲା ll(1)
ଗୋପନ ଭାବନା ବାସ୍ତବ ହୋଇଲା
ଦେଲାସେ ପ୍ରୀତି ପାଉଣା,
ହୋଇବ ଅଭୁଲା, ସାଇତାସେ ହେଲା
ବସନ୍ତ ବାସନ୍ତି ଜିଣା ll(2)
ମୋ ମନ ମାନସୀ, ମଥାକୁ ଆଉଁସି
କରିଲା ଆଦର କେତେ,
ପ୍ରୀତି ଅନୁରାଗେ
ଭେଟି ଦେଇଦେଲା
ଗଣ୍ଡରେ ଚୁମ୍ବନ କେତେ ll(3)
ମୋପ୍ରୀତି ନାୟିକା
ହୋଇଥିଲା ଦେଖା
ଏକା ଏକା,ଆସି ସେତ
ବୀଣା ଜିଣା ସ୍ଵନେ ଆଳାପ ପ୍ରଳାପ
ଅନ୍ୟ ସବୁ ତାର ସlଥେ ll(4)
ମୋ ରସ ରଙ୍ଗିନୀ , ସପନ ସଙ୍ଗିନୀ
ହୃଦୟେ ଘେନିସେ ସ୍ଥାନ,
କରପରେ କର ଥୋଇ ସେତ ମୋର
କରୁଥିଲା ବହୁ ରାଣ ll(5)
ଆଦ୍ୟ ତାରୁଣ୍ୟର କାମନା ବିଭୋର
ନବ ଯଉବନ ବେଳ,
ଲଘା,ପଘା ଛାଡି, ଯାଉଥିଲା ଉଡି
ମନପକ୍ଷୀ ଏଡି କୁଳ ll(6)
କାଳ,କlଳହୋଇ ମାରି ଥୋଇଦେଲା
ଦାରୁଣ ବେଦନା ଦେଇ,
ଦୁହିଁଙ୍କ ଇଚ୍ଛାଟି ଇଚ୍ଛାରେ ରହିଲା
ଜୀବନ୍ୟାସ ହେଲା ନାହିଁ ll(7)
ତଥାପି କାହିଁକି, ଅବୁଝା ମନଟି
ଝୁରୁଥାଏ ଏକାନ୍ତରେ,
ମୃଗତୃଷ୍ଣାର ପିପାସା ଖୋଜୁଛି
ତା ସୁଧାଟିକୁ ଆଶା କରେ ll(8)
ପ୍ରଭାତ ସାଥିରେ ସାଥି ହୋଇ ଆସି
କୁଆ କାଆ, କାଆ କରି,
ମାଧୁର ସପନ କରିଲା ଗୋପନ
ନିଦ୍ରା ଗଲା ଡରି ମରି ll(9)
*************************
ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା
ଡାକ-ଗୋରିବନ୍ଧା ମାଧ୍ୟମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206, ଯୋଗାଯୋଗ
6372127449

 282 total views,  1 views today

Leave a Reply

Your email address will not be published. Required fields are marked *