ପାଦ ର ପାଉଁଜି
********************
ସତରେ…
ଖୁବ୍ ମାୟାବୀ ଏ ପାଦର ପାଉଁଜି
ସେ.. କେବେ କାହାକୁ ସଜାଏ
ରାଧା ବଲ୍ଲଭ.. ତ କେବେ ପ୍ରେମ ର ଚାତକ..
କେବେ ସେ ସଜାଏ କାହା ହୃଦୟ ରେ
ମାଦକତା ଭରା ପ୍ରୀତି ସଙ୍ଗୀତ
ତ, କେବେ ବିରହ ର ଝଙ୍କାର..
କେବେ ସେ ଝାରାଏ ପୂର୍ଣ୍ଣମୀ ର ପ୍ରୀତି ଝର
ତ’ କେବେ ଝରାଏ ନିଶବ୍ଦ ରାତିର
ଅତୃପ୍ତ ପ୍ରେତ ର ବିରହଶ୍ରୁ
ସେଥି ପାଇଁ ତ..!
ଆଜିବି ମୋ ପ୍ରିୟା କୁ ପାଉଁଜି ମନା..!
କାଳେ ତା’ର ସେ ମୂର୍ଚ୍ଛନା ରେ
କ୍ଷତାକ୍ତ ହେବ ମୋ ପାରିବା ପାଣିଆ
କାଳେ ସ୍ଵପ୍ନ ସଜଗନ୍ଧା ରେ
ତୋଳି ଦେବ ମୋହିନୀ ର ଝଙ୍କାର
ଆଉ ବାଧ୍ୟ କରିବ ଆତ୍ମହତ୍ୟା ପାଇଁ
ତା’ର ସେ ଛମ୍ ଛମ୍ ସ୍ୱର ର
ଆବେଗତା ର ତୀର ରେ..
କାହିଁକି ନା..ଦୁନିଆ ଜାଣିଛି..!
କେଡେ ନୀର୍ଦୟୀ ସେ ପାଦର ପାଉଁଜି ।।
– ଦେବାଶିଷ ରାଉତ, ନୀଳଗିରି,ବାଲେଶ୍ଵର