ପଚାରିବି କିଛି କଥା
******************
ପତଙ୍ଗ ଜନ୍ମଟେ ପାଇଛୁ ବୋଲିଣ
ଜୀବନ ର ମାନେ ନାହିଁ କି?
କେଉଁ ଅଧିକାରେ କର ଅତ୍ୟାଚାର
ବିଶ୍ୱେ ଶ୍ରେଷ୍ଠ ଜୀବ ହୋଇକି?
ତୁମ ସ୍ୱାଧୀନତା ତୁମ ଅଧିକାର
ଆମ ସ୍ୱାଧୀନତା ନାହିଁକି?
ତୁମେ ଲେଖିଅଛ “ଜୀବେ ଦୟାକର”
ଭୁଲି ଯାଅ ନିଜେ କାହିଁକି?
କ୍ଷୁଦ୍ର ବୋଲି କେବେ ହେୟ ନ’ମଣିବ
କ୍ଷୁଦ୍ର ରେ ଶକତି ନାହିଁ କି?
କ୍ଷୁଦ୍ର ପିପିଲିକା ଦଂଶିଦିଏ ଯେବେ
ଲକ୍ଷ୍ୟ ଭ୍ରଷ୍ଟ ହୁଅ କାହିଁକି?
ତୁମ ପରି ଆମେ ନିଷ୍ଠୁର ନୁହଁ ହେ
ବିବେକ ଆମର କୁହେ କି,
“ସହିବା ଜୀବ ଟା ସଂସାର ରେ ବଡ଼
ତା’ଠାରୁ ଶ୍ରେଷ୍ଠ କେ ନାହିଁ ଟି।
କୁମାର ସୋନୁ
ଗଞ୍ଜାମ