Jayashree Meher
Youth Coordinator
Bargarh-Zone
ନାମ- ସୁଶ୍ରୀ ଜୟଶ୍ରୀ ମେହେର
ପିତାଙ୍କ ନାମ-ସଚ୍ଚିଦାନନ୍ଦ ମେହେର
ମାତାଙ୍କ ନାମ-ଗୁଲାପି ମେହେର
ମହୀସ୍ପର୍ଶ ତାରିଖ-29.05.1996
ଶିକ୍ଷାଗତ ଯୋଗ୍ୟତା-ସ୍ନାତକୋତ୍ତର
ବୃତ୍ତି-ଓଡ଼ିଆ ଅଧ୍ୟାପିକା
ପ୍ରବୃତ୍ତି-କବିତା ଲେଖିବା
ସମ୍ମାନ ସ୍ୱୀକୃତି (ଉଭୟ ସମ୍ବର୍ଦ୍ଧନା ଏବଂ ଡିଜିଟାଲ ସାର୍ଟିଫିକେଟ)
୧-ସୂର୍ଯ୍ୟୋଦୟ ଭାଷା ଓ ସାହିତ୍ୟ ପ୍ରତିଷ୍ଠାନ,
୨-ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ,
୩-ମାଟିଲଗ୍ନା ସାହିତ୍ୟ ସଂସଦ,
୪-ବୋଡାସମ୍ବର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ।
ଯୁବ ପ୍ରାଣର ମଧୁର ମୂର୍ଛନା ହିଁ ସୃଜନଧାରାକୁ ଗତିଶୀଳ କରାଏ,ତାହା ଭିତରେ ଢେଉ ଭାଙ୍ଗୁଥିବା ଅସୁମାରୀ ଭାବଚେତନା ହିଁ କଳାତ୍ମକ ରୂପ ଗ୍ରହଣ କରି ପ୍ରକାଶର ସ୍ୱପ୍ନ ଦେଖେ। ସେଇ ସ୍ୱପ୍ନ କୁ ବାସ୍ତବ ରୂପ ଦେବାରେ ସିଦ୍ଧହସ୍ତା ସୁଶ୍ରୀ ଜୟଶ୍ରୀ ମେହେରଙ୍କ ଉଦ୍ୟମ।
୨୦୧୨ ମସିହାରେ ଯେତେବେଳେ ଯୁକ୍ତ ଦୁଇ ଅଧ୍ୟୟନ କରୁଥିଲେ ସେହି ଦିନଠାରୁ ଲେଖନୀ ଚାଳନା ଆରମ୍ଭ ହୋଇଥିଲା ତାଙ୍କର ଯାହା ତାଙ୍କର ସୃଜନ ପ୍ରତିଭା କୁ ବିକଶିତ କରାଇବା ରେ ଏକ ପ୍ରେରଣାପଦ ପ୍ରକ୍ରିୟା।
ବହୁ ଯୁବ ସୁଲଭ ପ୍ରତିଭାର ଅଧିକାରିଣୀ କବୀ ସୁଶ୍ରୀ ଜୟଶ୍ରୀ ମେହେର। ମାଣ୍ଡୋସିଲ ଜୁନିଅର କଲେଜ ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପିକା ଭାବେ ନିୟୋଜିତ ରହି ସାରସ୍ୱତ ସାହିତ୍ୟ ସାଧନା ରେ ନିଜକୁ ହଜେଇ ଦେଇଛନ୍ତି ସେ। କୋଷଲି ଏବଂ ଓଡ଼ିଆ ଭାଷା ରେ କବିତା ଲେଖି ଓଡ଼ିଶାର ପାଠକ ମହଲରେ ସେ ଖୁବ ଚର୍ଚ୍ଚିତ। ତାଙ୍କ କବିତା ରଚନା କ୍ଷେତ୍ରରେ ତାଙ୍କ ପିତା ସଚ୍ଚିଦାନନ୍ଦ ମେହେର ଏବଂ ମାତା ଗୋଲାପୀ ମେହେର ଉତ୍ସାହିତ କରିଥିଲେ। ସେ ଯାହା କିଛି ଲେଖୁଥିଲେ ପ୍ରଥମେ ତାଙ୍କ ପିତାମାତାଙ୍କୁ ପଢି ଶୁଣାନ୍ତି ଏବଂ ପରେ ଏହାକୁ ବିଭିନ୍ନ ପତ୍ର ପତ୍ରିକା ରେ ପ୍ରକାଶିତ ପାଇଁ ପଠାଇଦିଅନ୍ତି ଆଉ ଏହା ମଧ୍ୟ ଉକ୍ତ ପତ୍ରିକା ରେ ପ୍ରକାଶିତ ହୋଇଥାଏ। ତାଙ୍କ ବଡ଼ ଦାଦା ଆଉ ବଡ଼ ଦିଦି ତାଙ୍କ ଲେଖା କୁ ମାର୍ଜିତ କରିବା ଦିଗରେ ବିଶେଷ ଭୂମିକା ଗ୍ରହଣ କରିଥିଲେ ସାରସ୍ୱତ ସାଧନା ଆରମ୍ଭ କାଳରେ। ସେ ଜଣେ ପ୍ରକୃତିପ୍ରେମୀ ନିରଳସ ସାରସ୍ୱତ ସାହିତ୍ୟ ସାଧିକା ,ସେ ପ୍ରକୃତି କୁ ନେଇ ଅନେକ କାବ୍ୟ କବିତା ରଚନା କରିଛନ୍ତି। ତାଙ୍କ କବିତା କୁ ତାଙ୍କ ଗ୍ରାମର ବୟୋଜ୍ୟେଷ୍ଠ ଗୁରୁଜନ ଲୋକମାନେ ବେଶ ଭଲ ପାଇଥାନ୍ତି ଆଉ ତାଙ୍କୁ ଅଧିକ ରୁ ଅଧିକ ଲେଖିବା ପାଇଁ ପ୍ରେରଣା ଦେବା ଛଳରେ ଉପଦେଶ ଦିଅନ୍ତି। ଉଚ୍ଚ ଶିକ୍ଷା ରେ ଅଧ୍ୟୟନ ରହିବା ସମୟରେ ସାହିତ୍ୟକୁ ସମୟ ଦେବା ପାଇଁ ସକ୍ଷମ ହୋଇନଥିଲେ ଏବଂ ହତାଠ ଦିନେ ସମାଜରେ ଘଟୁଥିବା ସାମାଜିକ ସମସ୍ୟା ଯଥା ଯୌତୁକ ପାଇଁ ନବବଧୁ ଙ୍କୁ ହତ୍ୟା, ଧର୍ଷଣ, ଏବଂ ଗଣ ବଳତ୍କାର ଆଦି ତାଙ୍କୁ ବିଚଳିତ କରିଥିଲା ଆଉ ସେ ସେହି ମୁହୂର୍ତ୍ତରେ ଏକ କବିତା ରଚନା କରିଥିଲେ ଯାହାକୁ ମାଣ୍ଡୋସିଲ ଜୁନିଅର କଲେଜ ର ଅଧ୍ୟକ୍ଷା ସେହି କବିତା କୁ ତାଙ୍କ କଲେଜରେ ସମସ୍ତଙ୍କୁ ପଢିବା ପାଇଁ କହିଥିଲେ ଏବଂ ଜୟଶ୍ରୀ ମେହେର ଙ୍କୁ ଆଗକୁ ଏହିପରି ସଚେତନତା ଧର୍ମୀ କବିତା ଲେଖିବା ପାଇଁ ପ୍ରେରଣା ଦେଇଥିଲେ। ଏହି କବିତା ଟି ସମଗ୍ର କଲେଜରେ ଏକ ଆଲୋଡନ ସୃଷ୍ଟି କରିଥିଲା। ଏବଂ ଜୟଶ୍ରୀ ମେହେର ସେବେଠାରୁ ଭୀଷ୍ମ ପ୍ରତିଜ୍ଞା କରିବାକୁ ଯାଇ ନିଷ୍ପତ୍ତି ନେଲେ ଜୀଵନ ରେ ଯେତେ ବାଧା ବିଘ୍ନ ଆଉ ସମସ୍ୟା ଆସୁ ସବୁକୁ ଦୃଢ଼ତା ର ସହିତ ମୁକାବିଲା କରିବେ ହେଲେ ସାରସ୍ୱତ ସାଧନା ରୁ କେବେବି ବିଚ୍ୟୁତ ହେବେ ନାହିଁ।
ଆଜି ଆମେ ଏହି ଶତ ଶତ ବିରଳ ଯୁବ ସୁଲଭ ଗୁଣର ଅଧିକାରିଣୀ ହୋଇପାରିଥିବା ସୁଶ୍ରୀ ଜୟଶ୍ରୀ ମେହେର ଙ୍କୁ ବରଗଡ ଜିଲ୍ଲାର ନେତୃତ୍ୱ ନେଇ ଯୁବ ତଥା ଅନାଲୋଚିତ ବନମଲ୍ଲୀ ସଦୃଶ ପ୍ରତିଭା ମାନଙ୍କୁ ଲୋକ ଲୋଚନ କୁ ଆଣିବା ପାଇଁ ସୂର୍ଯ୍ୟୋଦୟ ପରିବାର ର ବହୁ ଚର୍ଚ୍ଚିତ ପଦବୀ ଯୁବ ଅଧ୍ୟକ୍ଷା (Youth Coordinator) ପଦରେ ସର୍ବଶକ୍ତିମାନ ସକଳ ଶକ୍ତି ର ଆଧାର ସୂର୍ଯ୍ୟ ଙ୍କୁ ସାକ୍ଷୀ ରଖି ଅଭିଷିକ୍ତ କରି ତାଙ୍କର କର୍ତ୍ତବ୍ୟ ର ଶପଥ ପାଠ କରାଇ ଅଛୁ।
ସର୍ବ ଶେଷରେ ତାଙ୍କର ଚଲାପଥ ପୁଷ୍ପିତ ହେଉ ଏବଂ ଓଡ଼ିଆ ଭାଷା ସାହିତ୍ୟ ରେ ଏକ ମାଇଲ ଖୁଣ୍ଟ ହୋଇ ଆମ ସମସ୍ତଙ୍କୁ ପ୍ରେରଣା ବାଣ୍ଟନ୍ତୁ ,ଯୁବ ପ୍ରତିଭା ମାନଙ୍କୁ ସୁ ପରାମର୍ଶ ଓ ସୁ ମାର୍ଗ ସଂଦର୍ଶନ କରାନ୍ତୁ ଏହାହିଁ କାମନା। ଶେଷରେ ସଂସ୍କୃତ ର ଅମରବାଣୀ ତାଙ୍କ ଉଦ୍ଧେଶ୍ୟରେ କୁହାଯାଇପାରେ
“ରମ୍ୟାନ୍ତର କମଳିନୀ ହରିତୈ ସରୋଭିଃ
ଛାୟା ଦ୍ରମୈନୟମିତାର୍କ ମୟୁଖ ତାପଃ।
ଭୟାତ କୁ ଶେଶୟ ରଜୋ ମୃଦୁ ରେଣୁ ରସ୍ୟଃ
ଶାନ୍ତାନୁକୂଳ ପବନଶ୍ଚ ଶିବଶ୍ଚ ପନ୍ଥା।”
ଅର୍ଥାତ ତାଙ୍କ ଚଲାପଥ କମଳ ଦଳ ଶିହରିତ ସରୋବର ଦ୍ୱାରା ମନୋହରୀ ହେଉ,ତରୁ ରାଜିରେ ନିବିଡ଼ ଛାୟା ରେ ସୁର୍ଯ୍ୟୋତାପ ସଂଯତ ହେଉ,ପଦ୍ମରାଗରେ ପଥ ର ସ୍ପର୍ଶ କୋମଳ ହେଉ,ଶାନ୍ତ ଆନୁକୂଲ୍ୟ ପବନରେ ପଥ ଶିବମୟ ହେଉ।
ସାରସ୍ୱତ ନିବାସ ର ସ୍ଥାୟୀ ଠିକଣା/ଯୋଗାଯୋଗ ର ମାଧ୍ୟମ
ଅଧ୍ୟାପିକା ଜୟଶ୍ରୀ ମେହେର
ଗ୍ରାମ ବନୁପାଲି, ପୋଷ୍ଟ ବୁଡାମାଳ, ଜିଲ୍ଲା ବରଗଡ଼
ମୋ- ୭୮୯୪୯୫୫୦୨୩