March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

କିଛିକଥା — ସଞ୍ଜିତା ପ୍ରଧାନ

#କିଛିକଥା

ନାରୀ ପାଇଁ ଏତେ ନିୟମ
କରିଲା କିଏ ?
ଉତ୍ତର ଆସେ ସମାଜ ,
ହେଲେ ଏ ସମାଜ ପୁଣି କିଏ ?
ଆମେ ହିଁ ତ ସମାଜ ,
ତେବେ ଆମେ ରଚିଛୁ ସବୁ କୁସଂସ୍କାର
ସବୁ କୁପ୍ରଥା , ସବୁ ଅନୀତି ,
ପୁଅକୁ ବଂଶ ରକ୍ଷକ
ଆଉ ଝିଅକୁ ଦୁହିତା ଆଖ୍ୟା ଦେଇ
ଅନ୍ୟ ଘରକୁ ବିଦା କରିବାର ରୀତି ??

ଆଉ ଗୋଟେ ଅପ୍ରିୟ ସତ୍ୟ ଶୁଣ……
ନାରୀକୁ ନାରୀ ହିଁ ବେଶି ସମାଲୋଚନା କରେ
ତା’ର ବେଶଭୁଷା , ଚାଲିଚଳଣି , କଥାବାର୍ତ୍ତା
ସବୁଥିରେ ପ୍ରଶ୍ନ ଉଠାଏ ,
କାହିଁକି ଏମିତି ହୁଏ ??
ଉତ୍ତର ଆସେ
“ତୁ ପରା ଝିଅ କାଇଁ ପୁଅ ପରି ହଉଛୁ ,
ସବୁ ପ୍ରଶ୍ନର କ’ଣ ଉତ୍ତର ଥାଏ ,
ଏଇଟା ପରା ବିଧିର ବିଧାନ ”
ଛି……
ବିଧିର ବିଧାନ ନା ଛେନା ଗୁଡ଼….
ସତରେ ସବୁବେଳେ ଏ କଥା ସବୁ ଶୁଣି ଶୁଣି
ମୁଣ୍ଡ ଟିଣ ହେଇଗଲାଣି ।।

ଝିଅକୁ ଅଠର ନ ହେଉଣୁ
ବର ଖୋଜା ଚାଲେ ,
ପାଠ ଅଧାରେ ବନ୍ଦ ହୁଏ ,
ଝିଅ ବୋଲି କ’ଣ ତା’ର ସ୍ବପ୍ନ ନାହିଁ ??
ସେ କ’ଣ ବୋଝ ସମାଜରେ ??
ସେ ମୁଣ୍ଡରେ ଓଢଣା ଦବ
ସିନ୍ଦୁର ପିନ୍ଧିବ
ସଭିଙ୍କୁ ସମ୍ମାନ ବି ଦବ
କାହା ସହିତ ହସ ଖୁସିରେ
ଉଚ୍ଚ ସ୍ୱରରେ ପଦେ କଥା କହିଲେ
ଉଗ୍ରଚଣ୍ଡୀ ବୋଲାଇବ ,
କାହିଁକି…. କାହିଁକି କହିଲ ??
ସବୁ ନିୟମ କେବଳ ଝିଅ ପାଇଁ କାହିଁକି ??
ସେ ତା’ର ସବୁ ତ୍ୟାଗ କରିବ ??
ତା’ ରୂପ , ଗୁଣ , ଆଚରଣ , ହସ ଖୁସି
ସେ କ’ଣ ତ୍ୟାଗ କରିବାର ମେସିନ ??

କହିଲେ କହିବ ନାରୀ ସର୍ବଂସହା
ହଁ ବୁଝୁଛି ସେ ସର୍ବଂସହା ,
ହେଲେ ସହିବାର ବି ତ ସୀମା ଥାଏ ନା ,
କେତେ ସହିବ ଜଣେ ??
ଭ୍ରୁଣ ସୃଷ୍ଟିରୁ ଯା’ର ଭାଗ୍ୟ ଲେଖା
ସମାଜ ହାତରେ ,
ସେ ବା କେତେ ଲଢ଼ିବ ସମାଜର
ବୃଦ୍ଧ ଜରଦଗବଙ୍କ ସହିତ ??

ଯଦି ନାରୀ ସର୍ବାଗ୍ରେ ପୂଜିତ ହୁଅନ୍ତା
ତେବେ ଏଇ ନାରୀ ଦିବସର
କ’ଣ ଦରକାର ପଡ଼ନ୍ତା ??
ଯଦି ନାରୀ ପ୍ରତି ସମ୍ମାନ ଥାଆନ୍ତା
ତେବେ କ’ଣ ଟେଲିଭିଜନ
ଖବରକାଗଜ ଖୋଳିବା କ୍ଷଣି
ବଳାତ୍କାରର ଖବରରେ
ହୃଦୟ ଥରନ୍ତା ??
ଘରକୁ ଫେରିବାରେ ଟିକିଏ
ବିଳମ୍ବ ହୋଇଗଲେ
ବାପା ମାଆଙ୍କ ନିଦ ଉଡ଼ନ୍ତା ??
ନାହିଁ ନା……।।

ଆଜି ବି ଏ କବିତା ପଢିକି
କେତେ ଜଣ କେତେ କ’ଣ ଭାବିବେ
ହେଲେ ଅଯଥା ଭାବିବା ଛାଡିକି
ଯଦି ସବୁଦିନ ନାରୀ ଦିବସ
ପାଳନ ହୁଅନ୍ତା ,
ଆଜି ଯେମିତି ନାରୀ ପାଇଁ
ସମ୍ମାନର ସୁଅ ଛୁଟୁଛି
ଯଦି ସବୁଦିନ ଏମିତି ହୁଅନ୍ତା
ପୁଅଟିଏ ପାଇଁ ପରିବାର
ଯେମିତି ଆଶା ବାନ୍ଧେ
କାଶ୍ , ଝିଅ ପାଇଁ ବି ସେ ଆଶା ରଖନ୍ତା ।।

ତେବେ ଚାଲନ୍ତୁ ନା ଆଜି ପାଇଁ
କେବଳ ନୁହେଁ
ସବୁଦିନ ପାଇଁ ପାଳିବା
ନାରୀ ଦିବସ
ସବୁଦିନ ତାକୁ ସମ୍ମାନ ଦେବା
ସ୍ନେହ ଦେବା ଆଉ ତା’ର ଅଧୁରା ସ୍ବପ୍ନକୁ
ସାକାର କରିବାରେ ତା’ର ସାଥି ହେବା ,
କିଛି ନାରୀ ପାଇଁ
କାହିଁକି ସମଗ୍ର ନାରୀ ସମାଜକୁ ଲାଂଛିତ କରିବା
ସବୁଦିନ ଆମେ ନାରୀ ଦିବସ ମାନିବା
ସବୁଦିନ ନାରୀ ଦିବସ ମାନିବା …..।।

©️®️ସଞ୍ଜିତା ପ୍ରଧାନ ( ଶିକ୍ଷୟିତ୍ରୀ )
ଜୟରାମ ସରକାରୀ ଉଚ୍ଚ ବିଦ୍ୟାଳୟ , ଲେଫ୍ରିପଡ଼ା ,
ସୁନ୍ଦରଗଡ଼

Loading

23 thoughts on “କିଛିକଥା — ସଞ୍ଜିତା ପ୍ରଧାନ

  1. Oh my goodness! Incredible article dude! Thanks, However I am experiencing issues with your RSS. I donít know why I can’t subscribe to it. Is there anybody getting the same RSS issues? Anyone who knows the solution can you kindly respond? Thanks!!

  2. What’s Happening i am new to this, I stumbled upon this I have discovered It absolutely useful and it has helped me out loads. I hope to contribute & assist different customers like its aided me. Good job.

  3. Hi! This is my first visit to your blog! We are a group of volunteers and starting a new project in a community in the same niche.Your blog provided uss beneficial information to work on. You have done a outstanding job!

  4. Very nice post. I just stumbled upon your blog and wished to say that I have truly enjoyed surfing around your blog posts. In any case I will be subscribing to your feed and I hope you write again soon!

  5. Whats up are using WordPress for your blog platform? I’m new to the blog world but I’m trying to get started and create my own. Do you require any coding expertise to make your own blog? Any help would be greatly appreciated!

Leave a Reply to Shona Cancel reply

Your email address will not be published. Required fields are marked *