May 28, 2022
11 11 11 AM
ବିକାଶର ଚିତ୍ର— ମୁକ୍ତିରାଣୀ ଦେବତା
ବିସ୍ଥାପିତ  — ବନଲତା ଜାଲି 
ଛାଡପତ୍ର — ତୃପ୍ତିରାଣୀ ପାତ୍ର
ଅନୁଶୀଳନ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 
ବିପ୍ଳବୀ — ଡ.ପ୍ରିୟମ୍ବଦା ସାମଲ
ମୁଁ ଏକ ଆତ୍ମା —- ବିନୋଦିନୀ ଦାଶ
ସ୍ନେହମୟୀ ସେହି ମାଆ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 
ତୁମେ ଥିଲେ ବୋଧେ — ରଶ୍ମୀବାଳା ଶତପଥୀ
*Lets talk with Pranati Acharya Mishra who hells from Nayagarh , Odisha for Suryodaya_Sambhranta_Saraswat_Samman – 2022* 
ଚିଠି — ସଂଯୁକ୍ତା ସାହୁ
ବାଃ ୟେ’ ସିନ୍ଦୂର — ଜାନକୀ ମହାନ୍ତ
ଲୋହିତ ଗୋଧୂଳି — ଜାନକୀ ମହାନ୍ତ
ଅନ୍ନ — ପ୍ରିୟମ୍ବଦା ରାଉତ
ମୁକ୍ତକେଶୀ–ଶ୍ରୀ ଭରତବନ୍ଧୁ ବିଶ୍ୱାଳ
*ପ୍ରେମ ହିଁ କେବଳମ୍–ବର୍ଷା ରାଣୀ ସାହୁ*
Thy Heritage is Leaking — Gabriel S. Weah
Heritage For Next Generations — Maid Čorbić
Only for you my love — Shiw Shankar Shaw  
Only Love — Lyn Ramos V. Alfonso
Endless Love — Subhasmita Pattnayak
Latest Post
ବିକାଶର ଚିତ୍ର— ମୁକ୍ତିରାଣୀ ଦେବତା ବିସ୍ଥାପିତ  — ବନଲତା ଜାଲି  ଛାଡପତ୍ର — ତୃପ୍ତିରାଣୀ ପାତ୍ର ଅନୁଶୀଳନ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା  ବିପ୍ଳବୀ — ଡ.ପ୍ରିୟମ୍ବଦା ସାମଲ ମୁଁ ଏକ ଆତ୍ମା —- ବିନୋଦିନୀ ଦାଶ ସ୍ନେହମୟୀ ସେହି ମାଆ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା  ତୁମେ ଥିଲେ ବୋଧେ — ରଶ୍ମୀବାଳା ଶତପଥୀ *Lets talk with Pranati Acharya Mishra who hells from Nayagarh , Odisha for Suryodaya_Sambhranta_Saraswat_Samman – 2022*  ଚିଠି — ସଂଯୁକ୍ତା ସାହୁ ବାଃ ୟେ’ ସିନ୍ଦୂର — ଜାନକୀ ମହାନ୍ତ ଲୋହିତ ଗୋଧୂଳି — ଜାନକୀ ମହାନ୍ତ ଅନ୍ନ — ପ୍ରିୟମ୍ବଦା ରାଉତ ମୁକ୍ତକେଶୀ–ଶ୍ରୀ ଭରତବନ୍ଧୁ ବିଶ୍ୱାଳ *ପ୍ରେମ ହିଁ କେବଳମ୍–ବର୍ଷା ରାଣୀ ସାହୁ* Thy Heritage is Leaking — Gabriel S. Weah Heritage For Next Generations — Maid Čorbić Only for you my love — Shiw Shankar Shaw   Only Love — Lyn Ramos V. Alfonso Endless Love — Subhasmita Pattnayak

କିଛିକଥା — ସଞ୍ଜିତା ପ୍ରଧାନ

#କିଛିକଥା

ନାରୀ ପାଇଁ ଏତେ ନିୟମ
କରିଲା କିଏ ?
ଉତ୍ତର ଆସେ ସମାଜ ,
ହେଲେ ଏ ସମାଜ ପୁଣି କିଏ ?
ଆମେ ହିଁ ତ ସମାଜ ,
ତେବେ ଆମେ ରଚିଛୁ ସବୁ କୁସଂସ୍କାର
ସବୁ କୁପ୍ରଥା , ସବୁ ଅନୀତି ,
ପୁଅକୁ ବଂଶ ରକ୍ଷକ
ଆଉ ଝିଅକୁ ଦୁହିତା ଆଖ୍ୟା ଦେଇ
ଅନ୍ୟ ଘରକୁ ବିଦା କରିବାର ରୀତି ??

ଆଉ ଗୋଟେ ଅପ୍ରିୟ ସତ୍ୟ ଶୁଣ……
ନାରୀକୁ ନାରୀ ହିଁ ବେଶି ସମାଲୋଚନା କରେ
ତା’ର ବେଶଭୁଷା , ଚାଲିଚଳଣି , କଥାବାର୍ତ୍ତା
ସବୁଥିରେ ପ୍ରଶ୍ନ ଉଠାଏ ,
କାହିଁକି ଏମିତି ହୁଏ ??
ଉତ୍ତର ଆସେ
“ତୁ ପରା ଝିଅ କାଇଁ ପୁଅ ପରି ହଉଛୁ ,
ସବୁ ପ୍ରଶ୍ନର କ’ଣ ଉତ୍ତର ଥାଏ ,
ଏଇଟା ପରା ବିଧିର ବିଧାନ ”
ଛି……
ବିଧିର ବିଧାନ ନା ଛେନା ଗୁଡ଼….
ସତରେ ସବୁବେଳେ ଏ କଥା ସବୁ ଶୁଣି ଶୁଣି
ମୁଣ୍ଡ ଟିଣ ହେଇଗଲାଣି ।।

ଝିଅକୁ ଅଠର ନ ହେଉଣୁ
ବର ଖୋଜା ଚାଲେ ,
ପାଠ ଅଧାରେ ବନ୍ଦ ହୁଏ ,
ଝିଅ ବୋଲି କ’ଣ ତା’ର ସ୍ବପ୍ନ ନାହିଁ ??
ସେ କ’ଣ ବୋଝ ସମାଜରେ ??
ସେ ମୁଣ୍ଡରେ ଓଢଣା ଦବ
ସିନ୍ଦୁର ପିନ୍ଧିବ
ସଭିଙ୍କୁ ସମ୍ମାନ ବି ଦବ
କାହା ସହିତ ହସ ଖୁସିରେ
ଉଚ୍ଚ ସ୍ୱରରେ ପଦେ କଥା କହିଲେ
ଉଗ୍ରଚଣ୍ଡୀ ବୋଲାଇବ ,
କାହିଁକି…. କାହିଁକି କହିଲ ??
ସବୁ ନିୟମ କେବଳ ଝିଅ ପାଇଁ କାହିଁକି ??
ସେ ତା’ର ସବୁ ତ୍ୟାଗ କରିବ ??
ତା’ ରୂପ , ଗୁଣ , ଆଚରଣ , ହସ ଖୁସି
ସେ କ’ଣ ତ୍ୟାଗ କରିବାର ମେସିନ ??

କହିଲେ କହିବ ନାରୀ ସର୍ବଂସହା
ହଁ ବୁଝୁଛି ସେ ସର୍ବଂସହା ,
ହେଲେ ସହିବାର ବି ତ ସୀମା ଥାଏ ନା ,
କେତେ ସହିବ ଜଣେ ??
ଭ୍ରୁଣ ସୃଷ୍ଟିରୁ ଯା’ର ଭାଗ୍ୟ ଲେଖା
ସମାଜ ହାତରେ ,
ସେ ବା କେତେ ଲଢ଼ିବ ସମାଜର
ବୃଦ୍ଧ ଜରଦଗବଙ୍କ ସହିତ ??

ଯଦି ନାରୀ ସର୍ବାଗ୍ରେ ପୂଜିତ ହୁଅନ୍ତା
ତେବେ ଏଇ ନାରୀ ଦିବସର
କ’ଣ ଦରକାର ପଡ଼ନ୍ତା ??
ଯଦି ନାରୀ ପ୍ରତି ସମ୍ମାନ ଥାଆନ୍ତା
ତେବେ କ’ଣ ଟେଲିଭିଜନ
ଖବରକାଗଜ ଖୋଳିବା କ୍ଷଣି
ବଳାତ୍କାରର ଖବରରେ
ହୃଦୟ ଥରନ୍ତା ??
ଘରକୁ ଫେରିବାରେ ଟିକିଏ
ବିଳମ୍ବ ହୋଇଗଲେ
ବାପା ମାଆଙ୍କ ନିଦ ଉଡ଼ନ୍ତା ??
ନାହିଁ ନା……।।

ଆଜି ବି ଏ କବିତା ପଢିକି
କେତେ ଜଣ କେତେ କ’ଣ ଭାବିବେ
ହେଲେ ଅଯଥା ଭାବିବା ଛାଡିକି
ଯଦି ସବୁଦିନ ନାରୀ ଦିବସ
ପାଳନ ହୁଅନ୍ତା ,
ଆଜି ଯେମିତି ନାରୀ ପାଇଁ
ସମ୍ମାନର ସୁଅ ଛୁଟୁଛି
ଯଦି ସବୁଦିନ ଏମିତି ହୁଅନ୍ତା
ପୁଅଟିଏ ପାଇଁ ପରିବାର
ଯେମିତି ଆଶା ବାନ୍ଧେ
କାଶ୍ , ଝିଅ ପାଇଁ ବି ସେ ଆଶା ରଖନ୍ତା ।।

ତେବେ ଚାଲନ୍ତୁ ନା ଆଜି ପାଇଁ
କେବଳ ନୁହେଁ
ସବୁଦିନ ପାଇଁ ପାଳିବା
ନାରୀ ଦିବସ
ସବୁଦିନ ତାକୁ ସମ୍ମାନ ଦେବା
ସ୍ନେହ ଦେବା ଆଉ ତା’ର ଅଧୁରା ସ୍ବପ୍ନକୁ
ସାକାର କରିବାରେ ତା’ର ସାଥି ହେବା ,
କିଛି ନାରୀ ପାଇଁ
କାହିଁକି ସମଗ୍ର ନାରୀ ସମାଜକୁ ଲାଂଛିତ କରିବା
ସବୁଦିନ ଆମେ ନାରୀ ଦିବସ ମାନିବା
ସବୁଦିନ ନାରୀ ଦିବସ ମାନିବା …..।।

©️®️ସଞ୍ଜିତା ପ୍ରଧାନ ( ଶିକ୍ଷୟିତ୍ରୀ )
ଜୟରାମ ସରକାରୀ ଉଚ୍ଚ ବିଦ୍ୟାଳୟ , ଲେଫ୍ରିପଡ଼ା ,
ସୁନ୍ଦରଗଡ଼

 339 total views,  2 views today

23 thoughts on “କିଛିକଥା — ସଞ୍ଜିତା ପ୍ରଧାନ

  1. Whats up are using WordPress for your blog platform? I’m new to the blog world but I’m trying to get started and create my own. Do you require any coding expertise to make your own blog? Any help would be greatly appreciated!

  2. Very nice post. I just stumbled upon your blog and wished to say that I have truly enjoyed surfing around your blog posts. In any case I will be subscribing to your feed and I hope you write again soon!

  3. Hi! This is my first visit to your blog! We are a group of volunteers and starting a new project in a community in the same niche.Your blog provided uss beneficial information to work on. You have done a outstanding job!

  4. What’s Happening i am new to this, I stumbled upon this I have discovered It absolutely useful and it has helped me out loads. I hope to contribute & assist different customers like its aided me. Good job.

  5. Oh my goodness! Incredible article dude! Thanks, However I am experiencing issues with your RSS. I donít know why I can’t subscribe to it. Is there anybody getting the same RSS issues? Anyone who knows the solution can you kindly respond? Thanks!!

Leave a Reply

Your email address will not be published.

+ 24 = 29