March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ଓଃ…ଆଜି ତମେ ବିଦାୟ ନେଉଛ ! –ରମାକାନ୍ତ ସିଂ ସାହାଣୀ

ଓଃ…ଆଜି ତମେ ବିଦାୟ ନେଉଛ !

ଦିନେ ଏ କଥା
ଶୁଣିବା କ୍ଷଣି
ନୀଳଅମ୍ବରର
ଶିରାପ୍ରଶିରା ସବୁ
ସ୍ତବ୍ଧ ପାଲଟିଥିଲା ।

ହେଲେ ଆଜି କିନ୍ତୁ
ତୁମ ଛଳନା ପ୍ରଖର ଅନଳରେ
ନୀଳଅମ୍ବରର ହୃଦୟ
ନୀସ୍ତବ୍ଧ ହୋଇସାରିଛି
ତା ଅନ୍ତରର ଅଶ୍ରୁବାରିଧି
ଶୁଖି ସାରିଛି
ମନରେ ବି ମରି ସାରିଛି
ସେ ଚାହିଁଲେବି ଜମା ଆଉ
ବରଷି ପାରୁନି ।
କାହିଁକି ଜାଣିଛ ?
ସେ ବୁଝି ପାରିଛି
ସଂମ୍ପର୍କର ମାନେ କଣ ?

ତମ ପାଇଁ
ଏମିତି କେତେ ଦିନ କେତେ ରାତି
ଅଶ୍ରୁବାରିଧି ଝରାଇ ଚାଲିଥାଏ
ତମେ ଏହାର ମାନ କଣ ବୁଝିଲ ?
ଯଦି ବୁଝିଥାନ୍ତ
ତେବେ ହତାଶଶୂନ୍ଯ
ପରିଧି ମଧ୍ଯରେ ଅକ୍ଲେଶ
ନୀଳଅମ୍ବର ଆଜି
ଯନ୍ତ୍ରଣାସିକ୍ତ ଅବସ୍ଥାରେ
ବିଚରଣ କରିନଥାନ୍ତା ।

ତମ ପ୍ରତିଶୃତି ବି କେତେ ବିସ୍ମୟକର
ଯେଉଁଠିଥିଲା କପଟତାର ବିନିଯୋଗ
କଣ ଦରକାର ଥିଲା
ଏସବୁକୁ ସାଉଁଟିବାର ।

ତମ ପ୍ରୀତିଜ୍ଯୋସ୍ନାରେ
କେତେ ସଚ୍ଚୋଟତା ଥିଲା ଯେ
ତମ ପାଇଁ ବରଷି ଯାଇଥାନ୍ତା ।
ତମେ ତ ତମ ଆତ୍ମସନ୍ତୋଷ ପାଇଁ
କିଛି ବି କରିପାର
ପରକୁ ଆପଣା ଓ ଆପଣାକୁ ପର ।

ନୀଳଅମ୍ବରକୁବି ଜ୍ଞାତ ହୋଇସାରିଛି
ତୁମେ କେତେ ଗଭୀରତାରେ
ଡାବୁକ ମାର ।

ତମେ ଯାଉଛ ଯଦି ଯାଅ
ଏବେ ନା ଝରିବ ଅଶ୍ରୁ
ନା କରିବ ପଶ୍ଚାତାପ
ନା ହେବ ମଧୁର ଆଳାପ
ନା କରିବ ଅନୁତାପ
ନା କରିବ ଅନୁତାପ ।

ରମାକାନ୍ତ ସିଂ ସାହାଣୀ
ମୋ – 9337839261

Loading

7 thoughts on “ଓଃ…ଆଜି ତମେ ବିଦାୟ ନେଉଛ ! –ରମାକାନ୍ତ ସିଂ ସାହାଣୀ

  1. This is an example of a comment made on a post. You can either edit the comment, delete the comment or reply to the comment. Use this as a place to respond to the post or to share what you are thinking. Vittoria Bran Barthold

Leave a Reply to netflix Cancel reply

Your email address will not be published. Required fields are marked *