*ହେ ନବବର୍ଷ* !!!!
……………………………….
ସମୟର ଇତିହାସ ତୁମେ
ହସ ଲୁହ ଲହୁର ସ୍ରବଣ
ସମୟର ଝାଞ୍ଜି ତୁମେ
ଚେତନାର ଧୂର୍ତ୍ତ ଚଇତାଳି
ବେଦନାର ଅଶ୍ରୁଳ ନିଶାନ
ମଳୟର ବିକ୍ଷିପ୍ତ ଇଲାକା
ପ୍ରଳୟର ଚେରାପୁଞ୍ଜି………….
**
ଅଳକାପୁରର ସୁଖ
କୁରୁକୁଳ କ୍ରୁର ଇତିହାସ
ଅକ୍ରୁର ପାଣ୍ଡବ ପଶା
ତୁମେ ସନ୍ଧ୍ୟା ଶତଦଳ
ଅରୁଣ ବିଭକ୍ତ ବେଳା
ବିଚ୍ଛେଦ ସର୍ବରୀ କ୍ଳେଶ………..
**
ତୁମେ ତିକ୍ତ ଅବାଞ୍ଛିତ ଅଙ୍କ
ଜ୍ୟାମିତି ଗଣିତ ପରିମିତି
ଭାଗଫଳ ଶୂନ୍ୟ ଭାଗଶେଷ
ଅଶ୍ରୁସିକ୍ତ ଘୃଣ୍ୟ ପୂର୍ଣ୍ଣଚ୍ଛେଦ
ଆଶା ଆଶଙ୍କାର କମା…
ଭାଷା ଭାବର ଆକ୍ରମଣ
ଅଭାବର ଅତୃପ୍ତ ଦୁର୍ବାଷା
ବୃନ୍ତଶୂନ୍ଯ ବିଭକ୍ତ କଳିକା ପୁତ୍ରଶୂନ୍ଯ କୋଳ
କ୍ଷତାକ୍ତ ମାତୃକା ବକ୍ଷ
ମୃତ୍ୟୁ ପର୍ବ ବର୍ବର ଦାନବ
ରକ୍ତପ୍ଲାତ ଅଶାନ୍ତ ମାତୃତ୍ବ……….
**
ହେ ନବବର୍ଷ !!!
ତୃପ୍ତି ଆଉ ଅତୃପ୍ତିର ମେଜ
ଅଭଶପ୍ତ ଅଶାନ୍ତ ପିଆଲା
ଦ୍ୟୁତ ଦୁଃଖ ଆଦିତ୍ଯ ଜ୍ବଳନ
ଉତ୍ପୀଡିତ ଉଦାସ ଦିଗନ୍ତ
ବିଦୀର୍ଣ୍ଣ ବିକୃତ ବକ୍ଷ
ଦୁଃଖ ସୁଖ ସ୍ଵୀକୃତିର ସରହଦ
ଶରବିଦ୍ଧ ରକ୍ତାକ୍ତ କପୋତୀ…….
**
ହେ ନବବର୍ଷ !!!
ଅବାଞ୍ଛିତ ସଞ୍ଚିତ ଶ୍ରାବଣ ତୁମେ
ପାପ ପ୍ରସବିତ ଗର୍ଭ
ଭୂଗର୍ଭ ଉତପ୍ତ ଲାଭା
ଅବାରିତ ଅନାଦୃତ ତାପ
ଉତପ୍ତ ସାହାରା…………
**
*ଭବେଶ ଚନ୍ଦ୍ର ବେହେରା*
Thank you for another fantastic post. The place else may anyone get that type of information in such
an ideal manner of writing? I have a presentation next week, and
I am at the search for such information.