ନୂଆଁଖାଇ ତିହାର

ବଛର୍ କେ ଥରେ ଆଏସି ଆମର
ନୂଆଁଖାଇ ତିହାର
ବଡବଡଖା ସମକୁ ମୋର୍ ଆଡୁ
ନୂଆଁଖାଇ ଜୁହାର ।
ବନ୍ଧ କଟା ପୁରିଛେ ନଦୀର୍ ପାଏନ୍
ଭରି ଉଛଲୁଛେ
କ୍ଷେତ ଖଲା ଆଏଜ୍ ସାଗୁଆ ରଙ୍ଗେ
ନୂଆ ନୂଆ ଦିଶୁଛେ ।
ଘରେଘରେ ଆଏଜ୍ ଖିରିପାଠାର କହଁର
ମହକି ଯାଉଛେ
ଆସିଛେ ବୋଲି ନୂଆଁଖାଇ ତିହାର
ଗହଗହ ଲାଗୁଛେ ।
ଆଠ ଗୁଡାର୍ ଷାଠିଏ ଅନ୍ନପୂର୍ଣ୍ଣା ଧାନ୍
ପାଚି କେରା କେରା
ଲୁକ ଲୁକାନି ଖେଲୁଛନ ଖେତ୍ ନ
ଛାଏ ଆର୍ ଖରା ।
ସୁଆଲି ଅଏର୍ସା କାକରା କହରେ ଗାଁ
ମହକୁଛେ କେତେ
କାଏସ ଫୁଲ ଫୁଟିଛେ ବାସୁଛେ
ବନ୍ଧର ଆରି ଯେତେ ।
ଝାକର ଦଦା ସକାଳ ପହଁରୁ ଆସି
ଗାଧି ବୁଡି କରି
ଗାଁ ସାରା ଧାନ କେରା ଦେଇ ନେଲାନ
ଅଢିଆ ସେ ଭରି ।
ସମଲେଇ ଠାନେ ନୂଆ ଧାନ ଲଗେଇ
କରିଛନ ଚରା
ଘରର୍ ସଭେ ଆଏଜ୍ ଏକଜୁଟ ହେଇ
ଖାଏସନ ଦୁରା ।

  • ଜୟଶ୍ରୀ ମେହେର
    ବନୁପାଲି

Leave a Reply

Your email address will not be published. Required fields are marked *