**ନୂଆ ବର୍ଷ କୁ ସ୍ବାଗତ**
ଦେଇ ଦେବା ଆମେ ପୁରୁଣା ବର୍ଷ କୁ
ବିଦାୟ ଯେ ହସି ହସି,
ସ୍ଵାଗତ କରିବା ନୂଆ ବରଷ କୁ
ଆଣୁ ସଭି(ଙ୍କ) ମନେ ଖୁସି।
ବାଛି ବାଛି ସବୁ ମନୁ ଅହଙ୍କାର
ଗର୍ବ,ଆଉ ଆତ୍ମ ବଡିମା,
ଛାଡି ଦେବା ଆମେ ଏଇ ବରଷ ରେ
ଶପଥ ସଭିଏଁ କରିବା।
ସ୍ଵାଭିମାନୀ ହୋଇ ବଞ୍ଚିବା ସଭିଏଁ
ଅନ୍ୟ ମନେ ଦେଇ ଖୁସି,
ନୂଆ ବରଷ ରେ ନୂଆ କୁ କରିବା
ଟିକେ ଋଷି ଟିକେ ହସି।।
ରହିବା ଯେମିତି ସଭିଙ୍କ ହୃଦୟେ
କରିବା ସେପରି କାମ,
ହାରି ଯିବା ଯଦି କେଉଁ କାମେ ଆମେ
ନ କରିବା ମନ ଦୁଃଖ।
ଥକି ଯିବା ନାହିଁ ଜୀବନ ରେ କେବେ
କରିବା ଯେ ପରିଶ୍ରମ,
ଦୁନିଆ ଭିଡ଼ ରେ ସର୍ବାଗ୍ରେ ରଖିବା
ଆମରି ସୁନ୍ଦର ନାମ।।
**ପ୍ରେମଲତା ସାହୁ(ଖୁକୁନି)✍️
ନୂଆ ବନ୍ଧ,ଆଠଗଡ,କଟକ
321 total views, 1 views today