ନଟବର କ’ଣ ଖବର
ମକରାକୁ ଚାରିଦିନ କୁ
ଫକୀରାର ବି ଚାରି ଆଜି
ଦୁଲୁକୁଦୁମା ଥମିଛି
ଶୀତଟା ଥେଇଥେଇ ହେଇ
ଏଇ ଥମିଛି କାଆଁଳ ମାଡ଼ରେ
ପନିପରିବା ରେଟ ଚଢ଼ିଛି ଟିକେ
କୁହୁଡ଼ି ଟା ନାକରେ ପଶି ଛାତିକୁ ନାଗୁଛି
ଖୁଁ ଖୁଁ ବଢ଼ିଛି ରାତି ଅଧରେ
ପୁରୁଣା ଭେସଲିନରେ ଗଲା ଏ ସନ ଶୀତ
ବରୋଲିନ ଡବା କୋରାକୋରି
ମୋଟା ଜାକେଟ ଥୁଆ ଟ୍ରଙ୍କ ରେ
ସଭା ସମିତି ଯିବା କମ୍
ଲଙ୍କା, ତେଲ ପାଇଁ ବୁଢ଼ା ଚଦରଟା କାଫି
ରୁଢ଼ ବଢୁଛି ତ ବଢୁ
ବ୍ଲେଡ୍ ପେକେଟ ଅମୂଲ ମୂଲ
ଧଳା ଫୁରୁଫୁରୁ ଚୁଟି…ଥାଉ
ଆଉ ଆଲକାତରା ପାଇଁ ଦେଇ ହବନି
ଗାର୍ନିଅର ମାଲିକକୁ ପଇସା…
ହଁ ଯେ ନଟବର
ପଚାରିଥା’ନ୍ତି କ’ଣ ଖବର
ସବୁ ଶୁଣିଲା ପରେ ମନକୁ ଆସେ
କ’ଣ ହେଇଛି ତମର
ତମ ଦିହ ଭଲ ଅଛି ତ…!!!
ଜୁମର ନାଥ ପାତ୍ର