ନିସ୍ବ ମଣିଷ
               ….ଚୁମ୍କି ଦାଶ

ଦେଇଛ ପ୍ରଭୁ ହେ ମଣିଷ ଜୀବନ
ବୁଲେ ଦିଗହରା ହୋଇ,
ଦୁଃଖର ବୋଝକୁ ମୁଣ୍ଡେ ବୋହି ବୋହି
ଜୀବନ ଜିଉଁଛି ମୁହିଁ |

ବେଉସା କରି ମୁଁ ନିଜକୁ ପୋଷୁଛି
ନିଜ କାର୍ଯ୍ୟ ନିଜେ କରେ,
ନିରାଡ଼ମ୍ବର ମୋ ଜୀବନ ଯାପନ
ଦୀପ ଦାନ ଆଜି କରେ |

ଏକାକୀ ଗଡୁଛି ଜୀବନ ଗାଡି ମୋ
ସାହା ମୋର କେହି ନାହିଁ,
ଦୁନିଆ ଆଖିରେ ନିଃସ୍ୱ ମୂଲ୍ୟହୀନା
ମୋ ଦୁଃଖ ନ ଜାଣେ କେହି |

କେବେ ରାସ୍ତା କଡେ କେବେ ଗଛତଳେ
କେବେ ଭୋକରେ ମୁଁ ରହେ,
ସଭିଙ୍କ ଭାଗ୍ୟରେ ନ ଥାଏ ଆନନ୍ଦ
ନିସ୍ତବ୍ଧ ନୀରବେ ଚାହେଁ |

ଧନ ଜନ ମୋର ଲୋଡ଼ା ନାହିଁ ପ୍ରଭୁ
ନ ଚାହେଁ ମୁଁ କିଛି ଆଉ,
କର୍ତ୍ତବ୍ୟ କରିଣ ଜୀବ ଚାଲିଗଲେ
ମୁକ୍ତି ଦେବ ମହାବାହୁ |

ଚୁମ୍କି ଦାଶ
ଶାନ୍ତିପଡ଼ା ବଲାଙ୍ଗୀର

Leave a Reply

Your email address will not be published. Required fields are marked *