ନିଶା ନିବାରଣ
ଶକ୍ତିଦା ବିଷୋୟୀ
ମାଦକ ଦ୍ରବ୍ୟ ନିଶା ମାରାତ୍ମକ ଅତି ଅନେକ ଲୋକ ତାକୁ ସେବନ କରନ୍ତି।।
ମଦ ବିଡି ସିଗାରେଟ ଗୁଣ୍ଡି ଗଞ୍ଜେଇ
ଯେତେ ସବୁ ନିଶା ଦ୍ରବ୍ୟ କ୍ଷତି କରଇ।।
ମତାଲ ନିଶାରେ କହେ ଭାଷା ଅସଭ୍ୟ
ବାଟେ ଘାଟେ ପଡୁଥାଏ ନଥାଏ ହୋଷ।।
ନାନା ରୋଗରେ ଶିକାର ହୁଏ ସେ ଜନ
ମୁକ୍ଷ୍ଯ କର୍କଟ ଗ୍ରାସଇ ନିଏ ଜୀବନ।।
ମାନ ସନମାନ ହାନି ସବୁରି ଘୃଣ୍ୟ
ସନ୍ତାନ ରମଣୀ ପାଖେ ଅଶାନ୍ତି ବୁଣ।।
ସମ୍ପଦ କାଞ୍ଚନ ଚ୍ଯୁତ ଘୋଟେ ଦୁର୍ଦ୍ଦଶା
ଦୁର୍ଲ୍ଲଭ ଜୀବନ ହାନ କରେ ସେ ନିଶା।।
ପରିବାର ଛାରଖାର ଯେ ପରିବେଶ
ସମାଜ ଦୁର୍ଦ୍ଦିନ ଘୋଟେ ରାଷ୍ଟ୍ର କଳୁଷ।।
ଅପରାଧ ଯେତେ ସବୁ ନିଶା କାରଣ
କରିବା ଆନ୍ଦୋଳନ ନିଶା ନାବାରଣ।।
ସୁଣ ମୋ ଭଉଣୀ ଭାଇ ମନ କର୍ଣ୍ଣ ଦେଇ
ବହୁ ଦୂରେ ରୁହ ନିଶା ଠାରୁ ଦୂରେଇ।।
ବିଦେଶୀ ଦୋକାନ ସରକାରୀ ସ୍ବୀକୃତ
ଦେଶି ମଦ ଭାଟି ସବୁ ଭାଙ୍ଗି ଦେବାତ।।
ମିଳି ମିଶି ଆନ୍ଦୋଳନ ଚାଲ କରିବା
ନିଶା ନିବାରଣ କାର୍ଯ୍ଯେ ଆଗେଇ ଯିବା।।
ସମାଜ କଳଙ୍କ ନିଶା କରିବା ଦୂର
ସଭ୍ଯ ସମାଜ ଗଢ଼ିବ ସୁନା ସଂସାର।।
ସୋରଡ଼ା ,ଗଞ୍ଜାମ