ନିଦ

ନିଦ୍ରା ଗୋ ତୁମେ ଆସ ମୋ ଜୀବନେ
ରାତ୍ରୀର ଓଢଣୀ ଦେଇ,
ମହୁଲି ନିଶାରେ ତୁମରି ପରଶେ
ପକାଅ ମତେ ଶୁଆଇ।

ଜଞ୍ଜାଳମୟ ଏ ଜୀବନ ଭିତରୁ
ଟିକିଏ ଶାନ୍ତି ପାଇଁ,
ମୁଁ ଜାଣିଛି ତୁମେ ଆସ ଛପି ଛପି
ଅତି ଆପଣାର ହୋଇ।

ତୁମେ ଆସିଥାଅ ଆଖିରେ ଆଖିଏ
ଅସରନ୍ତି ସ୍ବପ୍ନ ନେଇ,
ଏତେ ଆଶା ନେଇ ମନରେ ମୋହର
ପାରିବି କିପରି ଶୋଇ।

ମାୟାବିନୀ ଏଇ ରାତ୍ରୀର ମୋହ ରେ
ହଜିବାକୁ ଇଛା ନାହିଁ,
ସୃଷ୍ଟି କୁ କିଛି ଦେବି ଉପହାର
ରହିବି ଟିକିଏ ଚେଇଁ।

ଆକାଶରୁ ଚାନ୍ଦ ମାଗୁନି ତୁମକୁ
ହୀରା ନୀଳା ଅବା ମୋତି,
ତୁମରି ଆଳରେ ଆଶା ମୁଁ କରିନି
ରଖିବାକୁ ଯଶ କୀର୍ତ୍ତି।

ମାଗିବି ଯେବେ ମୁଁ ଶେଷ ନିଦ ଟିକେ
କୋଳକୁ ଆଉଜି ନେବ,
ଏ ଜୀବନେ କିଛି ରହିଗଲା ବାକି
ଅବଶୋଷ ନ ରହିବ।

ଇନ୍ଦୁପ୍ରଭା ବିଶ୍ୱାଳ
ଜଗତସିଂହପୁର

One thought on “ନିଦ”

Leave a Reply

Your email address will not be published. Required fields are marked *