ନାହଁ ମାତୃଭାଷା ଶିକ୍ଷା
ଉତ୍କଳର ଭୂମି ବିଚ୍ଛିନ୍ନାଞ୍ଚଳ ରେ କାହିଁ ମାତୃଭାଷା ଶିକ୍ଷା। କାହିଁ
ଓଡ଼ିଆ ଶିକ୍ଷକ, କାହିଁ ଓଡ଼ିଆ ବହିର ମୁଦ୍ରଣ। କାହିଁ ଓଡ଼ିଆ ଙ୍କ
ମାନ ସମ୍ମାନ।ରୋଦନ କରୁଛି ଆର୍ତ୍ତନାଦେ ମାତୃଭାଷା ଶିକ୍ଷା ପାଇଁ, ଗୁହାରି କରୁଛି ଉତ୍କଳକୁ, ଗୁହାରି କରୁଛି କେନ୍ଦ୍ର ଶିକ୍ଷା
ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ। ଉତ୍କଳର ସ୍ବାଭିମାନ କାହିଁ ବିଲୁପ୍ତ
ହୋଇ ଗଲା, ଧ୍ୟାନ ନାହିଁ ଓଡ଼ିଆ ଜାତିର। ଉତ୍କଳର ମଣି
ଗୋପବନ୍ଧୁ ଦାସ କହୁଥିଲେ ସିଂହଭୂମି ଉତ୍କଳର ମୁକୁଟ,ଗର୍ବ
ଯାହାକୁ ବିଚ୍ଛିନ୍ନ କରି ଦିଆ ଗଲା,କାହାର ନିର୍ଦ୍ଦେଶନାରେ, ଯାହା
ଏଠାର ଓଡ଼ିଆ ଜାତି ଜାଣିନି, କେବଳ ଯନ୍ତ୍ରଣା ସହି ଆସୁଛି।
ଶିକ୍ଷା ବିହୁନେ ଚକ୍ଷୁରୁ ଲୁହ ଝରୁଛି। ନା ଉତ୍କଳର ଧ୍ୟାନ ପଡୁଛି,
ନା ଶିକ୍ଷା ମନ୍ତ୍ରୀଙ୍କ ଭାବନା ରହୁଛି।
ଅମୃତ ଏ କାଳ ଦେଶେ ଆବିର୍ଭାବ
ଶିକ୍ଷା ନୀତି ନୂଆ ଯହିଁ
ଶିକ୍ଷା ପ୍ରାଥମିକ କଲେ ମାତୃଭାଷା
ଦେଶର ପ୍ରଧାନ ତହିଁ !!
ଓଡ଼ିଆ ଭୂମି ବିଚ୍ଛିନ୍ନାଞ୍ଚଳ ସିଂହଭୂମିରେ ତାହା ଏବେ ଯାଏଁ କାହିଁକି ଲାଗୁ ହେଉ ନାହିଁ, ଓଡ଼ିଆ ଭାଷାଭାଷୀ ମର୍ମାହତ।
ଶିକ୍ଷା ନାହିଁ ଯାର କି ଅମୃତ କାଳ
ଜନନୀର ଭାଷା ନାହିଁ
ନୂଆ ଶିକ୍ଷା ନୀତି କେବଳ କି ନୀତି
ମାତୃଭାଷା ଶିକ୍ଷା କାହିଁ!!
ଅଜିତ କୁମାର ରାଉତ
ସଭାପତି ଉତ୍କଳ ସମ୍ମିଳନୀ
ଷଢେ଼ଇକଳା ଖରସୁଆଁ ଜିଲ୍ଲାର
ରାଜନଗର ବ୍ଲକ ଶାଖା
ଝାଡ଼ଖଣ୍ଡ ରାଜ୍ୟ