*ନେତ୍ର ଯୁଦ୍ଧ*
ଭାବନାର ଏ ଉଦ୍ଦୀପନା
ନିରାକାର ମନକୁ ଛୁଇଁଲେ
ଛୁଇଁ ଯାଏ ହୃଦୟକୁ
ଟିକିଏ ଲାଜ ,
ଲୁଚା ଛପାର ହସ ଭିତରେ
ଲାଖି ଯାଏ ପ୍ରେମର ପିଆଲା ମହୁ
ଆଖିର ରଣ କ୍ଷେତ୍ର ମଧ୍ୟରେ
ଆଉ କାହା ଆଖି ସହ କରିଚାଲେ
ପ୍ରୀତିର ସମର ଶଯ୍ୟା ll
ଏଠି ପ୍ରେମରେ
ନେତ୍ର ଯୁଦ୍ଧ ବୋଲି ଯାହା କହୁଛ
ତାହାତ ଦୁଇ ହୃଦୟ ଭିତରେ
ନିରବ ଭାଷାର ଉପ ଢ଼ଉକନ
ଶ୍ରବଣ ,କଥନ ସହିତ
ସ୍ପନ୍ଦନର ଅକ୍ଷରିକ ଗୀତି କବିତା
ଅଳ୍ପ ଗଳ୍ପର ଚରିତ୍ର ଯେ
ଅସରନ୍ତି ରାତିର
ମୁଠା ମୁଠା ସ୍ବପ୍ନ ……ll
ଆଉ ସେଇ
ନେତ୍ର ଦୁଇ ଯୋଡ଼ାର
ଉତ୍ତାଳ ତରଙ୍ଗ ଭିତରେ
ପ୍ରେମିକ ,ପ୍ରେମିକା ଯେ ଦୁଇ ଯୋଦ୍ଧା
ପ୍ରେମ ବାଣର ସନ୍ତରଣରେ
ଲେଖନ୍ତି ନୂଆ ଜୀବନର ନୂଆ କବିତା
ଟିକିଏ ପରେ
ଆଉ କିଛି ର କଳ୍ପନା
କେବଳ ତୁ ଆଉ ମୁଁ ….ll
*ନବ କୁମାର ଦାସ*
*ସୁରଡ଼ିହା ,ବାଲିଆପାଳ ,ବାଲେଶ୍ୱର*
*ଶିକ୍ଷକ*
261 total views, 1 views today