ଶୀର୍ଷକ:- ନେଇ ଆସ ସାଥେ
ବସନ୍ତ ସାଥିରେ ଆସ ପ୍ରିୟା ତୁମେ
ଟିକେ ମୁଁ ଭଲ ପାଇବି
ନେଇ ଆସ ସାଥେ ନୂଆ ନୂଆ ଫୁଲ
ଟିକେ ମୁଁ ବାସ୍ନା ପାଇବି
ସଞ୍ଜ ନେଇଗଲା ପରେ
ଖୋଲା ଆକାଶ ତଳେ
ପୋଖରୀ ହୁଡାର ବରଗଛ ମୂଳେ..!!
ନେଇ ଆସ ସାଥେ କଳା କୋଇଲି ଟିଏ
ଟିକେ ମୁଁ ମଧୁର ଶବ୍ଦ ଶୁଣିବି
ନେଇ ଆସ ସାଥେ ମଳୟ ପବନ ଟିକିଏ
ଟିକେ ମୁଁ ପରଶ ପାଇବି
ସଞ୍ଜ ନେଇଗଲା ପରେ
ମେଘୁଆ ଆକାଶ ତଳେ
ନିଛାଟିଆ ଛୋଟ ଛୋଟ ଘାସ ପଡ଼ିଆରେ..!!
ନେଇ ଆସ ସାଥେ ଖାତା କଲମ୍ ଟେ
ଟିକେ ମୁଁ କବିତା ଲେଖିବି
ନେଇ ଆସ ସାଥେ ଶବ୍ଦ ମୁଟୁଲି ଟେ
ଟିକେ ମୁଁ ମାଳପରି ଗୋନ୍ଥିବି
ସଞ୍ଜ ନେଇଗଲା ପରେ
ରଙ୍ଗିନ ଆକାଶ ତଳେ
ରକ୍ତ ଜର୍ଜରିତ ସେ ଗୋଲାପ ବଣରେ..!!
ନେଇ ଆସ ସାଥେ ପୂଣ୍ଣିମା ଚାନ୍ଦ ଟେ
ଟିକେ ମୁଁ ଆଲୋକ ପାଇବି
ନେଇ ଆସ ସାଥେ ଚାନ୍ଦିନୀ ରାତିଟେ
ଟିକେ ମୁଁ ଉପଭୋଗ କରିବି
ସଞ୍ଜ ନେଇଗଲା ପରେ
ଛୋଟ ଛୋଟ ତାରକା ସାଥେ
ସେ ଚାରିକାନ୍ଥ ଅନ୍ଧାର୍ କୋଠରୀ ଭିତରେ.
ନୀଳାମ୍ବର ମହାନନ୍ଦ
ଗୋଲାମୁଣ୍ଡା କଳାହାଣ୍ଡି
557 total views, 2 views today
I haven’t started using it yet, it looks good, it’s the second time I bought