ନିଵେଦନ
ଚଉଦ ବ୍ରହ୍ମାଣ୍ଡ ନାଥ ହେ ଚକାନୟନ,
ଆସ ଥରେ ମୋ କୁଟୀରେ କର ପଦାର୍ପଣ ,
ପାଇ ତୁମ୍ଭରି ଦର୍ଶନ,
ପବିତ୍ର ହେବ ମୋ ଗୃହ ତୃପ୍ତ ହେବ ମନ।
ଭାବର ଠାକୁର ତୁମେ ପ୍ରଭୁ ଭାବଗ୍ରାହୀ,
ହସ୍ତ ପଦ ନଥିଲେ ବି ସବୁ କର ରହି,
ତୁମ୍ଭ ଇଛାରେ ମୋହନ
ଚନ୍ଦ୍ର ସୂର୍ଯ୍ୟ ଵାୟୁ ଅଗ୍ନିଙ୍କର ଆଗମନ।
ଯେଉଁଠି ଡାକେ ଭକତ ସେଠି ହେ କେଶବ,
ଅନୁଭବ କରେ ଭକ୍ତ ତୁମ ସ୍ନେହ ଭାଵ,
ଡାକେ ଦୀନ ଅକିଞ୍ଚନ,
ସପନରେ ହେଉ ପଛେ ଆସ ଜନାର୍ଦ୍ଦନ ।
କରୁଣା କର ହେ ଥରେ କରୁଣା ସାଗର,
ପାଗଳା ମନଟା ମୋର ହୁଅଇ ଅସ୍ଥିର,
ପଦେ କରେ ନିଵେଦନ,
ତୁମ୍ଭ ନାମ ତୁଣ୍ଡେ ଗାଇ ଯାଉ ଏ ଜୀବନ।
ଅଶୋକ କୁମାର ପତି
ଦହିଗାଁ
42 mouza, CTC.
73 total views, 1 views today