ନାରୀ ଆଗରେ
ଶରତ ଚନ୍ଦ୍ର ପଣ୍ଡା, ଯାଜପୁର
ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ
ପୁରୁଷଙ୍କ ଠାରୁ ଆଗରେ,,
ମସ୍ତିସ୍କ ରେ ସ୍ନ୍lୟବିକର ସଂଯୋଗ
ଗଢିଛି ବିଧାତା ବାଗରେ ll
ନାରୀଟି ସହଜେ ମୁହଁ ଚିହ୍ନିନିଏ
ପାରେନି ପୁରୁଷ ତାହା,,
ବିଗତ ଦିନର କଥା କହିଦିଏ
ପୁରୁଷ ପାରେନା ଯାହା ll
ମନ ଦେଇ କଥା ଧୈର୍ଯ୍ୟରେ ଶୁଣଇ
ଧୀରସ୍ଥିରେ କାର୍ଯ୍ୟ କରେ,,
ଆକ୍ସମିକ ଭାବେ କୌଣସି ସମସ୍ୟା
ସମଧାନ କରେ ଧୀରେ ll
ପୁରୁଷଟି ଠାରୁ ମହିଳା ଅଧିକ
ଫୁର୍ତ୍ତିଯେ ବିଜ୍ଞାନ କହେ,,
ଦୁଇହଜାର ଚଉଦ ଆମେରିକା
ଏନ. ଏ. ଏସ ସୂଚନା ଦିଏ ll
ଶରୀର ଗଠନ ପ୍ରକ୍ରିୟାନୁସାରେ
ଅମ୍ଳଜାନ ବିଶ୍ଳେଷଣ
ପୁରୁଷଟି ଠାରୁ ନାରୀ କ୍ଷିପ୍ରତର
ବିଶ୍ୱ ସ୍ୱାସ୍ଥ୍ୟର ଭାଷଣ ll
ଭାରତୀୟ ସଂସ୍କୃତିରେ ମହିଳାଙ୍କୁ
ଦେବୀ ବୋଲି କୁହାଯାଏ,
ଏକ୍ଷେତ୍ରରେ କିନ୍ତୁ ପୁରୁଷ ପଛରେ
ଦେବତା ହୋଇନଥାଏ ll
ଉପାସ ରହିବା କ୍ଷେତ୍ରରେ ମହିଳା
ପୁରୁଷଙ୍କ ଠାରୁଆଗେ,,
ନିର୍ଯ୍ୟାତନା ଯାହା ସବୁ ଆଖିବୁଜି
ଅନ୍ତରେ ଦୁଃଖସେ ଭୋଗେ ll
ଯେଉଁ ଘର ନାରୀ ‘ଚେତୁକାଳ’ ଅଟେ
ଶାନ୍ତିରେ ବିତିବ ଦିନ,,
ଗୃହ, ଅର୍ଥ, ଶିଶୁ କଲ୍ୟାଣ ବିଭାଗ
ନାରୀ ହସ୍ତେ ବିଦ୍ୟମାନ ll
ସୁଖରେ ସେ ଘରେ ସମୟ କଟିବ
ସମାଜ ହୋଇବ ଫୁଲ,,
ପୁରୁଷ ଏ ସବୁ ଜବର ବୁଝିଲେ
ବ୍ୟବସ୍ଥା ଚଲେନା ଭଲ ll
ଅଭାବ ସମୟେ ମହିଳା ଭଲରେ
ଗୃହ ବ୍ୟାପାର ଚଳlନ୍ତି,,
ପୁରୁଷ ସେବେଳେ ଇତଃସ୍ତତ ହୋଇ
ସମସ୍ୟାରେ ଫସି ଯାନ୍ତି ll
ପ୍ରିୟ ମନ୍ଦ ମନ୍ଦ ଭାଷା ଝରି ଆସେ
ନାରୀ ରୂପୀ ଲକ୍ଷ୍ମୀ କଣ୍ଠୁ,,
ପୁରୁଷ ଏ କ୍ଷେତ୍ରେ ଅନେକ ପଛରେ
ପଡି ଯିବ ମାଡ଼ି ଆଣ୍ଠୁ ll
ପରିବl ରେ କେହି ଅବାଟକୁ ଗଲେ
ନାରୀ ଚେଷ୍ଟା କରେ ଭଲ,,
ନୀଳକଣ୍ଠ ବୋଲି ନାରୀ ପରିଚିତ
ପିଏ ସମସ୍ୟା ଗରଳ ll