*ନାରୀ*
*********************
ଅନନ୍ୟା ସେ ଅନୁପମା କି’ ବର୍ଣ୍ଣିବି ଗୁଣସୀମା
ବର୍ଣ୍ଣିବାକୁ ମୁଁ ଅଧମ ନୁହଁ ସକ୍ଷମ
ଜନନୀ ,ଭଗିନୀ, ଜାୟା କେତେ ରୂପେ ତା’ର କାୟା,
ସର୍ବସଂହା ଅଟେ ନାରୀ ଧରିତ୍ରୀ ସମ
ହରଷରେ ବାଣ୍ଟଇ ପ୍ରେମ
ତ୍ୟାଗ, ଧୌର୍ଯ୍ୟ ସାହସରେ
ସେ ଅପ୍ରତିମ।।
ସଂସାର ହାଟରେ ସଦା ଦୁଖଃ ସାଥେ ତା’ ସଉଦା,
ଲୁହ ପିଇ ନିତି ନିତି ପରଷେ ଖୁସି,
ନଥାଏ ତା’ ଅଭିଯୋଗ ନହୁଏ କର୍ମୁ ବିଯୋଗ
ଅବିରତ ଖଟୁଥାଏ ଯେସନେ ଦାସୀ
ଜଞ୍ଜାଳରେ ହୁଅଇ ପେଶି
ତଥାପି ଦୁନିଆ ତା’କୁ
ସଜାଏ ଦୋଷୀ।।
ଅବଳା ଦୁର୍ବଳା କହି ସଂସାର ର ଭାର ଦେଇ
ନାମକୁ ମାତ୍ର ପୁରୁଷ ହୁଅଇ ବଡ଼,
ସେ ଥିଲେ ପାଖରେ ସଦା ନ ଲାଗଇ ଦୁଖଃ ବାଧା
ସୁରକ୍ଷା ଦିଅଇ ଯେହ୍ନେ କ୍ଷେତକୁ ବାଡ଼,
ଆସୁ ବିପତ୍ତିର ପାହାଡ଼,
ତା’ ମୁଖେ ପଡିଲେ ସବୁ
ବଦଳେ ମୋଡ଼।।
ଇତିହାସ ଇତିବୃତ୍ତ ଦୁର୍ବଳା କହି ଜଗତ
ଦେଖିଅଛି ବିଶ୍ୱ ତା’ର କରାଳ ମୂର୍ତ୍ତି
ଯେବେ ଯେବେ ଧର୍ମ ଗ୍ଲାନି କି’ବା ନାରୀ ମାନହାନୀ
ଦମ ଦମ ଶୁଭିଛି ତା’ କାଳିକା ଗତି
ଭୟେ ଯେବେ ଥରିଛି ଛାତି
ସମସ୍ତେ ହେଜି ଅଛନ୍ତି
ତା ଶାନ୍ତ ମୂର୍ତ୍ତି।।
ନିବେଦନ ମୋ ଏତିକି ଘେନ ବିବୁଦ୍ଧେ ମତି କି
ନାରୀ ଅଟେ ସମାଜର ମଙ୍ଗଳକାରୀ
ନାହିଁ ଅରୀ ବୋଲି ତା’ର କରିପାରେ ଆପଣାର
ଆମେ କିମ୍ପା ସାଜିବା ହେ..! ତା’ର ବଇରୀ
ଅଟଇ ସେ ସଂସାର ଶିରୀ
ତା’ର ହତାଦରେ ଧରା
ହୋଇବ ଚିରି।।
©️®️ #Sudhanshu (KS)
SRGD, Ganjam
134 total views, 1 views today