#ନାରୀ
କେବେ ପୁରୁଷର ପ୍ରୟୋଗଶାଳା ରେ
ଲିଭି ଆସୁଥିବା ସେ ମିଞ୍ଜି ମିଞ୍ଜି ଦୀପଟିର ଇନ୍ଧନ
କେବେ ଆକ୍ରୋଶର ଅଗ୍ନି କାଣ୍ଡରେ
ଦର୍ପପୋଡ଼ିର ଲେଲିହାନ ଶିଖା
କେବେ ସେ ନଈର ଛାଇ
କେବେ ସିଏ ଖୋଲାବହି
ଚନ୍ଦ୍ରଭାନୁ ଉପାଖ୍ୟାନ ବିରହୀ ନାୟିକା।
ନାରୀ; ସିଏ ଦୁର୍ଗାଙ୍କର ଦାମ୍ଭିକତା,
ମେନକାର ମାଦକତା,
ଯାଜ୍ଞସେନୀ ଟିଏ…ଯେତେ ମହାଭାରତର,
ସେ ସ୍ରଷ୍ଟା; ସଂସାରର…ସଂହାରର
ନିର୍ମାଣର…ନିର୍ବାଣ ର ,
ଧ୍ୱନି ଯିଏ ଟଙ୍କାର ର,ସୁର ଯିଏ ଝଙ୍କାରର
ଅଗ୍ନିସ୍ନାନ, ଗଙ୍ଗାସ୍ନାନ, ତା ‘ ପୁଜନେ ଫିକା ।।
ତେବେ,ସାବଲିଳ ଏଇ ପ୍ରକୃତିର କୋମଳ ପରଶ
ନାରୀ ତୁମ କ୍ଷଣେ କ୍ଷଣେ ଚମତ୍କାର ବେଶ
ଜନନୀ, ଜାୟା, ଭଗିନୀ ତୁମରି ଆଶିଷ ଘେନି
ପ୍ରକାଶିତ ହୁଏ ସିନା ପୁରୁଷ ପଣିଆ…
ନାରୀ ତୁମେ ଚିର ବନ୍ଦନୀୟା…।
#ସୁପ୍ରଜିତ୍ ସାହୁ