ନର ରାକ୍ଷାସ
***********
ଶ୍ରେଷ୍ଠ ଜୀବ ବୋଲି
ଜାଣେ ଏ ଦୁନିଆ
ଏଡିକି ନିଷ୍ଠୁର ହେଲୁ,
ପଶୁ ଠାରୁ ହୀନ
ବିବେକ କୁ ଭୁଲି
ପଶୁର ମାଂସ ଖାଇଲୁ।
ନିରିହ ଜୀବ ସେ
ଉଜାଡି ତା ଘର
ଜଙ୍ଗଲ ପଦା କରିଲୁ,
ପଇସା ଲୋଭରେ
ଏତେ ତଳକୁ ତୁ
କେମିତି ରେ ଖସିଗଲୁ ।
ମଣିଷ ନୁହେଁ ତୁ
ନର ରୁପ ଧାରୀ
ରାକ୍ଷାସ ଠାରୁ ନିଷ୍ଠୁର,
କର୍ମ, ଧର୍ମ ଆଉ
ଇଶ୍ଵରଙ୍କୁ ମୁଢ
ଟିକିଏ ତୁ ଭୟ କର।
ମମତା ବାରିକ୍
ଭଦ୍ରକ
49 total views, 2 views today