ନଈ
ନଈ ଲୋ ନଈ,ନଈ ଲୋ ନଈ
କେତେଦୂର କହ ତୁ ଯାଉଛୁ ବୋହି
କୂଳୁ କୂଳୁ ପୁଣି ଶବ୍ଦ କରି
କେତେ ନୂଆ ଗୀତ ଯାଉଛୁ ଗାଇ ।
ନଈ ଲୋ ନଈ ନଈ ଲୋ ନଈ
ଅଟକି ଯିବ ତୋ ଯାତାକେ ନାହିଁ
ତୋ ଚଳବାଟକୁ ସତେ ଯେମିତି
ଆପଲକେ କେହି ବସିଛି ଚାହିଁ ।
ନଈ ଲୋ ନଈ ନଈ ଲୋ ନଈ
ନଉକା ନାଉରି ର ସାଥୀ ତୁହି
କାହିଁକି ଧାଇଁଛୁ କୂଳ ଅଭିମୁଖେ
ନୂଆ ସାଥିଟିଏ ପାଇବା ପାଇଁ ।
ନଈ ଲୋ ନଈ, ନଈ ଲୋ ନଈ
ତୁଠ ପଥରର ପୟର ଧୋଇ
ବାଲୁକା ଗର୍ଭରେ ଲୀନ ହେଇଯାଉ
ନିଜ ପରିଚୟ ଖୋଜିବା ପାଇଁ ।
ନଈ ଲୋ ନଈ ନଈ ଲୋ ନଈ
ତୋ ବାଟକୁ କେହି ରହିନି ଚାହିଁ
ମିଛ ଆସ୍ଫାଳନ ମନରେ ଧରି
କୂଳ ଆଡେ ତୁ ଯାଆନା ଧାଇଁ ।
ନଈ ଲୋ ନଈ ନଈ ଲୋ ନଈ
ନୂଆ ପରିଚୟ ଖୋଜୁଛୁ କାଇଁ
ଲୋଡ଼ା ନାହିଁ ତୋର ନିଜ ପରିଚୟ
ତୋ ନିଜ ପରିଚୟ ଅଟୁ ତୁହି ।
ନାମ :ଶୁଭମ ବେହେରା
ଗ୍ରାମ :ମହାଲକ୍ଷ୍ମୀ ପୁର
At this time I am going away to do my breakfast, after having my breakfast coming over again to read additional news.
Please posting regularly because I really enjoy your blog site.
Thanks!
i like this outstanding post