ମନର ଉଦ୍ବେଗ
◆◆◆◆◆◆◆◆◆◆
ଚିର ମଳୟର ପବନ ସେ
ପାରୁଛି କି ତାକୁ ଛୁଇଁ ।।
ଲିଭି ଲିଭି ଯାଏ ସଂଜରୁ ସଳିତା
ଭୁଲି ପାରୁ ନାହିଁ କାହିଁ ।।
ମଳୟ ଯାଉଛି ସରି ସରିକା
ମନ କାନ୍ଦେ କଇଁ କଇଁ ।।
ଝୁରୁଛି ଲୋ ଏଠି ମାଟି କୁ ଶ୍ରଵଣ
ବର୍ଷା ରତ ଦେଖା ନାହିଁ ।।
ସରି ସରି ଯାଏ ମନ ରୁ ସେ ଆଶା
ଭାଙ୍ଗି ଯାଏ ସପନ କାହିଁ ।।
ଦୂର ଦିଗବଳୟ ଦିଶେ ଆକାଶରେ
ଆଖି କି ପାରୁଛି ଚାହିଁ ।।
ସୁନେଲି କିରଣ ଦିଶେ ଚକ ମକ
ମନ ହୁଏ ହାହିଁ ପାଇଁ ।।
ସତେକି ପାରିବି ଭୁଲି ଏସବୁକୁ
ମନେ ଡର ଲାଗୁ ଥାଇ ।।
✍️ପଦ୍ମାଳୟା ସାମଲ
ଧନ୍ୟବାଦ ମୋ ଭାଇ ସାଙ୍ଗେ ସାଙ୍ଗେ ପାଠିଛି ହେଲେ ଦେଖିଲି ଏଠି ଲେଖା ସରିଛି।