May 01, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ମୋ ବାପା

ମୋ ବାପା...
~~~~~~~~~

ଦୁନିଆର ଏକ ମହତ ଆଉ ଅତି ଉଚ୍ଚ କୋଟିର ଶବ୍ଦ ଏହି ବାପା ଡାକଟି।
ଆମ ସମସ୍ତେ ଜାଣିଛେ ଜୀବନର ପ୍ରତ୍ୟେକ ଅନ୍ତରଙ୍ଗ ମୁହୂର୍ତ ତାହା ସୁଖର ମୁହୂର୍ତ ହେଉ ଅବା ଦୁଃଖର ମୁହୂର୍ତ ବାପା ଆମ ସହିତ ଥାଆନ୍ତି। ସେ ଜାଣତ ରେ ହଉ ଅବା ଅଜାଣତରେ।

ସେଇ ଭଳି ଏକ ମୁହୂର୍ତ ମୁଁ ଆପଣ ମାନଙ୍କ ସହିତ ବାଣ୍ଟିବାକୁ ଚାହୁଁଚି ଯାହା ଆଜିବି ମୋ ହୃଦୟର ଗଭୀର ପ୍ରଦେଶ ରେ ଜୀବିତ ରହିଛି ଜୀବନର ବହୁ ବର୍ଷ ପରେ ମଧ୍ୟ।

ପ୍ରାୟ ତେର ବର୍ଷ ତଳର କଥା…
ଅକ୍ଟୋବେର ମାସ ଚାଲିଥଏ। ଦଶହରା ପାର୍ବଣ ର ଋତୁ,
ମା ଧରାପୃଷ୍ଠ କୁ ଅବତରୀ ଥାନ୍ତି।

ସ୍କୁଲ ସବୁ ଛୁଟି ଥାଏ ପୂଜା ସକାଶେ, ଦିନେ ଗାଁ ରେ ବୁଲୁବୁଲୁ ଶୁଣିଲି ବ୍ରହ୍ମପୁର ସହର ରେ ଦଶହରା ବହୁ ଆଡମ୍ବର ସହକାରେ ପାଳନ ହୁଏ ବୋଲି।

ବାପା ସେତେବେଳେ ବ୍ରହ୍ମପୁର ସହର ରେ ଓଡିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ।
ମନେମନେ ଥୟ କଲି ବାପାଙ୍କୁ କହିକି ଯେମିତି ବି ଥରେ ବୁଲିକି ଆସିବି, ଆଉ ସାଙ୍ଗ ମାନଙ୍କ ସହିତ ସେଇ ଅନୁଭୂତି କୁ ବାଣ୍ଟିବି।

ବାପା ଶନିବାର ରାତି ରେ ଘରକୁ ଆସିଲେ ରାତି ପ୍ରାୟ 7:30 ବେଳେ। ମୋ ମନରେ ସେଇ କଥାଟି ଉଙ୍କି ମାରୁଥାଏ କେମିତି କହିବି ବୋଲି, ତେବେ ଖାଇବସିଲା ବେଳେ ସାହସ କଲି କହିବା ପାଇଁ କିନ୍ତୁ କହିପାରିଲିନି କାହିଁକି ନା ସଂକୋଚ ଲାଗୁଥାଏ।

ତେବେ ରବିବାର ସନ୍ଧ୍ୟା ରେ ବାପାଙ୍କୁ କହିଲି ଦଶହରା ବୁଲି ଯିବା କଥା ବିଷୟରେ ବାପା ଶୁଣିଲେ ଆଉ ବିଶେଷ କିଛି କହିଲେନି, ଆଉ ମୁଁ ବି ପଚାରିଲିନି ଭାବିଲି ବୋଧେ ବାପା ଇଚ୍ଛୁକ ନୁହନ୍ତି।

ରାତ୍ରିଭୋଜନ ରେ ମୁଁ ମାଙ୍କ ପାଖରେ ବସିଥାଏ, ଖାଇସାରି ବାପା କହିଲେ ସକାଳୁ ଶୀଘ୍ର ଉଠିବୁ ବ୍ରହ୍ମପୁର ଯିବା ମୋ ଅଫିସ ସରିଲେ ଦଶହରା ମଣ୍ଡପ ସବୁ ବୁଲିକି ଦେଖିବା।

ମୋ ଖୁସି କହିଲେ ନସରେ କାରଣ ମୋର ଭବନା ସତ ହବାପାଇଁ ଯାଉଥିଲା।
ସୋମବାର ସକାଳେ ମୁଁ ଆଉ ବାପା ବସ୍ ଯୋଗେ ଯାଇ ବ୍ରହ୍ମପୁର ରେ ପହଂଚିଲୁ,ବାପା ଙ୍କ ସହିତ ତାଙ୍କ ଅଫିସ କୁ ଗଲି।

ଅଫିସ ରେ ପ୍ରାୟ କିଛି ସମୟ ଅତିବାହିତ ହେଲା ପରେ, ଅପରାହ୍ନ ପାଖାପାଖି ୪ ଟା ବେଳେ ବାପାଙ୍କ ସହିତ ଅଫିସ ରୁ ତାଙ୍କ ବସାକୁ ଗଲୁ ଏବଂ ଧୁଆ ଧୁଇ ହୋଇ ସନ୍ଧ୍ୟା ୫ ଟା ରେ ବୁଲି ବାହାରିଲୁ।

ବାପା ତାଙ୍କ ସାଇକଲ ରେ ମତେ ବସେଇକି ବୁଲେଇବା ଆରମ୍ଭ କଲେ,ପ୍ରଥମେ କୋର୍ଟପେଟା ମଣ୍ଡପ ତାପରେ ଗୋଇଲୁଣ୍ଡି ଛକ ମଣ୍ଡପ ଓ ତାପରେ ନୂଆ ବସଷ୍ଟାଣ୍ଡ ପୂଜା ମଣ୍ଡପ ଏମିତି ହୋଇ ଚାଲି ଥାଉଁ।

ବାପା ମୋତେ ପ୍ରତ୍ୟେକ ମେଢ଼ ସାମ୍ନାରେ ରଖନ୍ତି ସେଇ ମଣ୍ଡପ ଆଉ ସେ ଜାଗା ବିଷୟରେ କୁହନ୍ତି ଯେହେତୁ ମୁ ଅଜ୍ଞ ଥିଲି ସେଇସବୁ ନୁଆଁ ଜାଗା ବିଷୟରେ।
ଆଉ ସେଇ ସବୁ ମଣ୍ଡପର ମହତ୍ୱ ବିଷୟରେ ମଧ୍ୟ ବାପା ମୋତେ କହିଦେଉଥାନ୍ତି ଆଉ କଥା ଗୁଡା ମୋ ମୁଣ୍ଡରେ ଯେମିତି ଲେଖିହେଇ ଯାଉଥାଏ, କାରଣ ଆଗ୍ରହ ର ମାତ୍ରା ବହୁତ ଅଧିକ ଥିଲା, ତେଣୁ ମୁ ମନଦେଇ ଦେଖୁଥାଏ ଓ ଶୁଣୁଥାଏ ମଧ୍ୟ।

ଧୀରେ ଧୀରେ ବାପା ଆଉ ମୁ ଗୋଟିଏ ପରେ ଗୋଟିଏ ଦୁର୍ଗା ମଣ୍ଡପ ବୁଲି ବୁଲି ଦେଖୁଥାଉ, ଆଲୋକଗୁଚ୍ଛ ସବୁ ଦାଉ ଦାଉ ହୋଇ ଜାଳୁଥାନ୍ତି ଲାଗୁଥାଏ ସତେ ଯେପରି ରାତି ନୁହେଁ ଦିନରେ ଆମେ ବୁଲିକି ମା’ଙ୍କ ଦର୍ଶନ କରୁଛୁ। ତାରି ସାଙ୍ଗକୁ ନାନା ପ୍ରକାରର ଖେଳନା ଓ ଭଳିକି ଭଳି ଖାଇବା ର ମଜା ସବୁ କିଛି ଥିଲା।
ମୁଁ ବହୁତ କିଛି ନଆଣିଲେ ମଧ୍ୟ ଗୋଟେ ଦୂରବୀକ୍ଷଣ ଯନ୍ତ୍ର ଆଣିଥିଲି ଯାହଁ ଆଜିବି ମ ଗାଁ ଘରେ ସାଇତା।

ସେ ଯାହେଉ ଆମେ ଦୁହେଁ ପ୍ରାୟ ୧୦ ଟି ମଣ୍ଡପ ବୁଲି ଦେଖିବାପରେ ବାପା କହିଲେ ଏଥର ଘରକୁ ଯିବା ରାତି ବି ବେଶୀ ହେଲାଣି।
ଆଉ ମୋର ମନେ ଆସିଛି ସେଇଯୋଉଁ ଶେଷ ମଣ୍ଡପ ଟି ଆମେ ଦେଖିଥିଲୁ ତାହା ମୋ ମାଉସୀ ମା ଙ୍କ ଘର ପାଖରେ ଥିଲା ବ୍ରହ୍ମପୁର ଠାକୁରାଣୀ ମନ୍ଦିରପାଖରେ।

ଆମେ ଆସିବା ରାସ୍ତା ରେ ବାପା ମୋତେ ପଚାରିଲେ ଦୁର୍ଗା ମଣ୍ଡପ ସବୁ କେମିତି ଲାଗିଲା ବୋଲି।
ମୁଁ ବହୁତ ଭଲ ଲାଗିଲା ବୋଲି ହସିକି କହିଲି କାହିଁକି ନା ସେତେବେଳ ମୋ ଖୁସି କହିଲେ ନସରେ ତା ସାଙ୍ଗ କୁ ଥିଲା ମୁଠାଏ ଅନୁଭୂତି।
ମୋ କଥା ଶୁଣିକି ବାପା ହସିଦେଲେ ଆଉ ଆମେ ଦୁହେଁ ଘରକୁ ଆସିଲୁ।

ଯଦିଓ ସେଦିନ ମୁଁ ଆମେ ବୁଲିଥିବା ଜାଗା ଓ ଅତିକ୍ରମ କରିଥିବା ଦୂରତା ବିଷୟରେ ଅଜ୍ଞ ଥିଲି, ଆଜି ମୁଁ ଜାଣିଛି ସେଦିନ ଯେଉଁ ଦୂରତା ବାପା ମୋତେ ତାଙ୍କ ସାଇକେଲ ରେ ବୁଲେଇଥିଲେ ତାହା ପାଖାପାଖି 5 ରୁ 7 କିଲୋମିଟର ଥିଲା।
ଯାହା ଆଜି ଆମପାଇଁ ସାଇକଲ ଯୋଗେ ଯିବା କଷ୍ଟକର।

ତେବେ ସେଇଦିନ ମୋର ମନେ ଆଛି ମୋ ମୁହଁର ହସଦେଖି ବାପା ବହୁତ୍ ଖୁସି ହେଇଯାଇଥିଲେ ସବୁ କ୍ଳାନ୍ତ ଆଉ ଦୁରତା କୁ ପାସୋରି ବୋଧହୁଏ ସେଥିପାଇଁ ସେ ବାପା।
ମୋ ମୁହଁର ସେ ଖୁସି ଟିକକ ପାଇଁ ସେ ସାରା ଦିନର ବ୍ୟସ୍ତ ଅଫିସ ସମୟ ପରେ ମଧ୍ୟ ମୋତେ ସଂଧ୍ୟା ସାରା ବୁଲାଇଥିଲେ।

ଯଦିଓ ସେଇ ବିରଳ ମୁହୂର୍ତ ଗୁଡିକ କୌଣସି ମୋବାଇଲ କି ହାର୍ଡ଼ଡିସ୍କ ରେ ନାହିଁ ତଥାପି ମୋ ହୃଦୟରେ ସେସବୁ ଆଜିବି ଜୀବିତ।

ଆଜି ୧୩ ବର୍ଷ ପରେ ବାପା ଆଉ ମୁ ଦଶହରା ରେ ବ୍ରହ୍ମପୁର ଯାଉ ସନ୍ଧ୍ୟାରେ ବୁଲିକି ଦେଖୁ, ତେବେ ଆଉ ସେ ସାଇକଲ ନାହିଁ, କି ସେ ଦୂରତା ବି ନାହିଁ।
ତଥାପି ବାପା ଙ୍କୁ ଗାଡ଼ିରେ ବସେଇକି ବୁଲିଲା ବେଳେ ମନେ ପଡେ ସେଇ ସନ୍ଧ୍ୟା କଥା.. ଆଉ ସେଇ ଦୂରବୀକ୍ଷଣ ଯନ୍ତ୍ର… ଆଉ ସେ ସାଇକଲ… ଆଉ ବାପା ଆଉ ମୁଁ।

ସଞ୍ଜୟ କୁମାର ତ୍ରିପାଠୀ
ଯାନ୍ତ୍ରୀକ ଯନ୍ତ୍ରୀ (ଦିଲ୍ଲୀ)
ଦୁରଭାଷ : 8327776346

Loading

Leave a Reply

Your email address will not be published. Required fields are marked *