ମୂର୍ତ୍ତି କହେ କଥା
°°°°°°°°°°°°°°°°°
ପାଷାଣ ସତେକି ଜୀବନ ପାଇଛି
ହାତୁଡିର ସ୍ପର୍ଶ ପାଇ,
ଇତିହାସ ଆଜି ଅଲୋଡା ହୋଇଛି
ସମୟ ସାଥିରେ ଯାଇ।।
ପଥର ଖୋଦିତ ଭଗ୍ନ ଶିଳା ଖଣ୍ଡ
ଗାଏ ସଂସ୍କୃତିର ଗାଥା,
ନିହାଣ ମୁନରେ ଅପୂର୍ବ କୀରତି
ଦେଖି ବୁଝି ହୁଏ କଥା।।
କଳା କୃତି ଆଜି ବିଶ୍ବ ଦରବାରେ
ଗୌରବ ଗାଥା ଗାଉଛି,
ତେଣୁ ସଂସ୍କୃତିର ଉଦ୍ଧାର ପାଇଁଣ
ବିଭିନ୍ନ ଚେଷ୍ଟା ଚାଲୁଛି।।
ସ୍ବତନ୍ତ୍ର କଳା,ଐତିହ ଓ ସଂସ୍କୃତି
ଆମ ପାଇଁ ଯେ ମହାନ୍,
ପ୍ରାଣ ଥିବା ଯାଏଁ ପ୍ରତ୍ୟେକ ମଣିଷ
ଦିଅ ଟିକିଏ ସମ୍ମାନ।।
ଏହି ଦୃଶ୍ୟ ଆଜି କାରିଗରୀ ବିଦ୍ୟା
ପ୍ରମାଣ ସତେ ଦେଉଛି,
ସେଥିପାଇଁ ସତେ ପ୍ରସ୍ତର ମୂର୍ତ୍ତି ବି
ଅସରନ୍ତି କଥା କହୁଛି।।
ଜୟଶ୍ରୀ ଖଟୁଆ
ନୂଆସାହି,କପ୍ତିପଦା,ମୟୂରଭଞ୍ଜ
23 total views, 1 views today