*ମୁଁ ଏକ ନାଉରୀ*
*ବାସନ୍ତୀ ଲତା ଜେନା*
ଏହି ଭବ ସିନ୍ଧୁ ଅଥଳ ସାଗର
ଜୀବନ ନାଆଟି ମୋର
ବିଭୁ ପାଦ ତଳେ ପ୍ରଣତି ଜଣାଇ
କାତ ବାହେ ନିରନ୍ତର l୧ଲ
ସକାଳରୁ ସଞ୍ଜ ନାଆ ବାହି ନିଏ
ପରିବାର ଭୋକ ପାଇଁ
ଭଲ ମନ୍ଦ ସବୁ ତୋତେ ଜଣାଉଛି
ସାହା ହେବ କଳା ସାଇଁ l୨l
ତୁମ ଭବ ଜଳେ ମୁଁ ଏକ ନାଉରୀ
ଜ୍ଞନ ବୁଦ୍ଧି ଦେଉ ଥିବ
ଦୂର କରିବନି ପ୍ରାଣର ଠାକୁର
ପାଖେ ପାଖେ ରହି ଥିବ l୩l
ବିପଦ ଆପଦ ଝଡ଼ ତୋଫାନରେ
ନାଆ ଟଳମଳ ହୁଏ
ତୁମକୁ ସୁମରି ତୁମ ଗୁଣ ଗାଇ
ନାଆ ବାହି ଚାଲି ଯାଏ l୪l
ସମାଜର ଲୋକ ମୋ ନାଆର ଯାତ୍ରୀ
ତାଙ୍କ କଥା ବୁଝୁ ଥାଇ
ସ୍ଵଳ୍ପ କଉଡିରେ ଜୀବନ ବିତେ ମୋ
ବେଶୀରେ ଆଶା ମୋ ନାହିଁ l୫l
ପରିବାର କଥା ନିତି ବୁଝୁ ଅଛି
ନାଉରୀଟିଏ ମୁଁ ହୋଇ
ଯାହାର ଯାହା ତ ଦରକାର ହୁଏ
ପୂର୍ଣ୍ଣ ନିତି କରୁ ଥାଇ l୬l
କର୍ମ କରୁଛି ମୁଁ ଧର୍ମ ସାକ୍ଷୀ ରକ୍ଷୀ
ଅନ୍ୟାୟରେ ମନ ନାହିଁ
ଅଳ୍ପରେ ସନ୍ତୋଷ୍ଟ ସଦା ହେଉ ଥାଏ
ଶ୍ରମ ଭୀରୁ ମୁଁ ନୁହଇଁ l୭l
ସଂସାର ନାବକୁ ଚଳାଇବା ପାଇଁ
ଦୟା କ୍ଷମା ଦରକାର
ସ୍ନେହ ଶ୍ରଦ୍ଧା ଆଉ ଭକ୍ତି ଭାବନା ଯେ
ହୃଦେ ଅଛି ଭରପୂର l୮l
ସତ୍ୟ ପଥେ ପ୍ରଭୁ ବାଟ ଦେଖାଇବ
ଭଉଁରୀକୁ ଆଡ଼ କରି
ଅନ୍ୟାୟର ପଥ ଜହର ସଦୃଶ
ପଥ ଦେଖାଇବ ହରି l୯l
ଗାନ୍ଧିନଗର, ନବରଙ୍ଗପୁର l