***ମୁଁ ଦୁର୍ଗ***
*********
ମୁଁ ଦେଖିଛି ପ୍ରୋପାଗଣ୍ଡା ଙ୍କ ଶାସନ
ଦେଖିଛି ଦକ୍ଷ ସେନାପତି ର ପ୍ରହାର
ଦେଖିଛି ବିଭତ୍ସ ହତ୍ୟାକାଣ୍ଡ
ଦେଖିଛି କେତେ ଆତ୍ମ ଦାହ
ଦେଖିଛି ପ୍ରେମ ବୈରାଗ ଆଉ
ପ୍ରତାରଣା ର ଝଡ଼ ….
ଦେଖିଛି ଦୁଇ ଟଙ୍କା ର ଶିକାର,
ଦୁଇ ଟଙ୍କା ର ଉପାର୍ଜନ ଆଉ ଭୋକ
ସବୁ ଦେଖି ନିଶବ୍ଦ ବୋଲି
ସେଥିପାଇଁ ଆଜି ମୁଁ ଦୁର୍ଗ ,,,
କେତେ ଯେ କେତେ ମା ‘ ” ମୋ କୁନା କୁ
କିଏ ଦେଖିଛ କି ” ? ପ୍ରଶ୍ନ କରି
ମୋ ବକ୍ଷରେ ମୁଣ୍ଡ ପିଟି ଢଳିଛନ୍ତି
କେତେ ସ୍ତ୍ରୀ ଆସି ” ମୋ ସ୍ବାମୀ କେଉଁଠି …?
ଆଉ କେତେ ବାପା “ମୋ ଝିଅ…?
ସବୁ ଜାଣି ଚୁପ୍ ରହିଛି ବୋଲି ମୁଁ ଦୁର୍ଗ ….,,,
ମୁଁ ଅନୁଭବ କରିଛି
ବିରହୀ ପ୍ରେମିକା ମୋ ବୁକୁ କୁ
ତା ଅଶ୍ରୁ ରେ ଧୌତ କରିଛି
ସବୁ ଜାଣି ବି ନିରୁତ୍ତର , ଅଜ୍ଞ…
ମୁଁ ତା ଲୁହ କୁ ଦେଖି ଚୁପ୍ ରହିଛି
ସେଥିପାଇଁ ବୋଧେ ଶକ୍ତ ରୂପେ ଗଣା
ସେଥିପାଇଁ ମୁଁ ଦୁର୍ଗ …
ମତେ ପ୍ରଶ୍ନ ପଚରା ଯାଉଛି ହେଲେ
ପ୍ରଶ୍ନ ପଚାର ବୋଲି କୁହା ଯାଇନି
ମୋ ଉପରେ ଉତ୍ତର ଲେଖା ଯାଇଛି
ହେଲେ ଭିତରେ ସତ୍ୟତା ଦେଖା ଯାଇନି
ସେଥିପାଇଁ ମୁଁ ଦୁର୍ଗ ….,,,
ପ୍ରତିଦିନ ଦେଖେ କେତେ କାହାଣୀ ର
ଆରମ୍ଭ ଆଉ ଶେଷ ।
ପ୍ରତିଦିନ ଶୁଣେ କେତେ ପ୍ରେମ ବାଣୀ
ଆଉ ପ୍ରତାରଣା ର କୋହ
ସବୁ ପରେ ବି ମୁଁ ନିଶବ୍ଦ
ଆଉ ସେଥିପାଇଁ ମୁଁ ଦୁର୍ଗ…,,,
କେତେ ପ୍ରେମ ମଳୟ ପବନ
ମତେ ସ୍ପର୍ଶୀ ବହିଯାଇଛି….
ଆଉ କେତେ ବିରହ ଜ୍ୱାଳା ର ଅଗ୍ନି
ସବୁ ସହିଛି ବୋଲି ବୋଧେ ମୁଁ ଦୁର୍ଗ….,,,
ହଜାରେ ଆସନ୍ତି ହଜାରେ ଯାଆନ୍ତି
ସବୁ ଦେଖେ ସବୁ ଶୁଣେ ଅନୁଭବ ବି କରେ
ନିରୁତ୍ତର ବୋଲି ଆଜି ମୁଁ ଦୁର୍ଗ …,,,
ପ୍ରତିନିୟତ ଏସବୁ ପ୍ରତ୍ୟେକ୍ଷ ଦର୍ଶି ପାଲଟି
ପାଲଟି କେତେ ମିଥ୍ୟା ର ସତ୍ୟ
ସବୁ ଦେଖି ,ଶୁଣି ,ସହି…
ମୋ ବକ୍ଷ ରୁ ପଲସ୍ତରା ରୂପେ ଝରିପଡେ ରୁଧିର
ଟଳି ପଡେ ମୋ ଶରୀର ର ଏକ ଅଂଶ
କିନ୍ତୁ ଦର୍ଶକେ କହନ୍ତି ପୁରାତନ ର ଅବକ୍ଷୟ
ସେଥିପାଇଁ ମୁଁ ଆଜି ଦୁର୍ଗ … ।
ମୋ ଭିତରେ ମୁଁ ଦେଇଛି ଧନୀ ,ଗରିବ ,
ବ୍ରହ୍ମ, ଶୁଦ୍ର,ଚୋର,ସାଧୁ ଙ୍କୁ ଆଶ୍ରୟ
କିନ୍ତୁ ଅନ୍ୟାୟ ର ପ୍ରଶଂସା ଶୁଣି ପୁଣି
ମୋ ଶରୀରରୁ ଝରିପଡେ ରୁଧିର ରୂପେ
ଖଣ୍ଡେ ପଲସ୍ତରା ଆଉ ସେମାନେ
ପୁନଃ ଭାବନ୍ତି ପୁରାତନ ର ଅବକ୍ଷୟ
ସେଥିପାଇଁ ମୁଁ ଦୁର୍ଗ……”*
ଦୀପିକା ପେରେଇ