“ମୁଁ ଚଷା ପୁଅ “
*************************
ମୁଁ ଚଷା ପୁଅ ମାଟିର ମଣିଷଟିଏ
ସରଳ ମୋ ବେଶ ବାସ,
ପୋଢ, ବଳଦ, ହଳ, ଲଙ୍ଗଳ ସଥେ
କ୍ଷେତ କରୁଥାଏ ଚାଷ ll
ଖରା, ବରଷା, ଶୀତ କାକର ପରା
ଅତି ଆପଣାର ହୀତ,
ମୁଣ୍ଡରେ ପଗଡ଼ି ଅଣ୍ଟାରେ ଲୁଗା
ମୋ ସlଥେ ହୁଅନ୍ତି ମିତ ll
ନାହିଁ ନିୟମିତ ନାହିଁ ରୀତି ନୀତି
ବିଶ୍ରାମ, ଆହାରଟିରେ,
ସରଳଭାବନା , କରେ ଆପଣାର
ରଖେ ଦୂରେ ଆଡମ୍ବର ll
ଭୋକିଲା ପେଟର ଅନ୍ନଦାତା ହୋଇ
ନିଜକୁ ଭାଗ୍ୟମୁଁ ମଣେ
ଅଖିଳ ସକଳ ହିତ କାମନାରେ
ଶ୍ରମ, ସାଧନକୁ ବୁଣେ ll
ହୋଇନି ଶିକ୍ଷିତ ଜାଣେନି ଭାବତ
ଜଟିଳ, କୁଟିଳ କଥା,
ଯିଏ ଯାହାବୁଝୁ ଅବା ସେ ନବୁଝୁ
ନାହିଁମୋ ଶୋଚନା ଚିନ୍ତା ll
ଶରୀର ରକତ ପାଣି କରି ଦିଏ
ଝାଳ ହୋଇ ବହିଯାଏ,
କାତର ନଥାଏ ଶ୍ରମ କରିବାରେ
ଦିନ ଯାଇ ରାତ୍ର ହୁଏ ll
ମୋ ପାଇଁ ଦିଅନ୍ତି ଦରଦ ବାଣୀକୁ
କେତେ ନେତା ଅଫିସର,
ଅlଗର କଥାଟି ପଛରେ ନଥାଏ
ହୁଅଇ ପାଣିରେ ଗାର ll
ଶ୍ରମର ମୁଲକୁ କିଏବା ଦେଇଛି
ତାହା ବୁଝି ଅଛି କିଏ?
ଧାଁ ଧପଡ ମାଣ୍ଡିଆ ଜାଉ ଖାଏ
ବସିବା ଜନ ତଵତ ଖାଏ ll
କାଦୁଅ ମାଟିରେ ମାଟି ହୋଇଯାଏ
ବସନ ଶରୀର ଦେହ,
ଖରାରେ ସିଝଇ ବର୍ଷାରେ ଭିଜଇ
ଶିତେ ଝରେ ଆଖି ଲୁହ ll
*************************
ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା
ଡାକ-ଗୋରିବନ୍ଧା, ମାଧ୍ୟମ-କାଶୀନଗ
ଜିଲ୍ଲା-ଗଜପତି, ଓଡିଶା, 761206
ଯୋଗାଯୋଗ 6372127449
275 total views, 1 views today