ମୁଁ କନ୍ୟା ଭୃଣ ଟିଏ କହୁଛି
●●●●●●●●●●●●●●●●
ମୁଁ କନ୍ୟା ଭୃଣ ଟିଏ କହୁଛି
ବଞ୍ଚିବାର ଯେଉଁ ଆଶା ବାନ୍ଧିଥିଲି
ଆଶା ମୋ ମଉଳି ଯାଇଛି,
ଦୁନିଆ ଆଲୋକ ଦେଖିବା ଆଗରୁ
ଅନ୍ଧାରରେ ହଜି ଯାଇଛି।।
ମୁଁ କନ୍ୟା ଭୃଣ ଟିଏ କହୁଛି
ମୋ ଆଖିରେ ଯେତେ ସ୍ବପ୍ନ ଦେଖିଥିଲି
ସ୍ବପ୍ନ ମୋର ଭାଙ୍ଗି ଯାଇଛି,
ସୃଷ୍ଟିକର୍ତ୍ତା ମୋର ସାଜିଥିଲା ଯିଏ
ମୃତ୍ୟୁଦାତା ସିଏ ହୋଇଛି।।
ମୁଁ କନ୍ୟା ଭୃଣ ଟିଏ କହୁଛି
ଦୁନିଆ ଆଖିକୁ ଡ଼ରିଡ଼ରି ଆଜି
ମା’ ମୋ ଗୁମୁରି କାନ୍ଦୁଛି,
ଭାବୁଛି କେମିତି ବଞ୍ଚାଇବ ମୋତେ
ଯଉତୁକ ବୋଝ ସାଜିଛି।।
ମୁଁ କନ୍ୟା ଭୃଣ ଟିଏ କହୁଛି
କନ୍ୟା ନୁହେଁ ପରା ରତ୍ନଟିଏ ଯିଏ
ଆଜି ସେ ଅଲୋଡା ସାଜିଛି,
ନିଜ ସ୍ଵାର୍ଥ ପାଇଁ ଏ ମଣିଷ ତାକୁ
ମାତୃ ଗର୍ଭେ ମାରି ଦେଉଛି।।
ମୁଁ କନ୍ୟା ଭୃଣ ଟିଏ କହୁଛି
ମନରେ ଥିବା ମୋ ଛୋଟିଆ ପ୍ରଶ୍ନଟି
ମାନବ ଜାତିକୁ କରୁଛି,
ବଞ୍ଚିବା କି ମୋର ଅଧିକାର ନାହିଁ
କେଉଁ ଦୋଷଟି ମୁଁ କରିଛି।।
ମୁଁ କନ୍ୟା ଭୃଣ ଟିଏ କହୁଛି🙏😢
ଜୟଶ୍ରୀ ଖଟୁଆ
ନୂଆସାହି,କପ୍ତିପଦା,ମୟୂରଭଞ୍ଜ