ମୁଁ ତୁମ ସେବାରେ
****************
ତୁମେ ଜାଣିଅଛ ସମାଜ ଜାଣିଛି
ରାସ୍ତା ମୋର ପରିଚୟ
କଳିକାଳ ଲୋକ ଅକାଳ ଚଡ଼କ
ମୋତେ କରୁଛନ୍ତି ଅପଚୟ ll
ସମ୍ମାନ ନାହଁ ସମାଜରେ ମୋର
ନିଜ ସ୍ୱାର୍ଥରକ୍ଷା ପାଇଁ
କ୍ଷଣଦୂର ରାସ୍ତା ବୋଲିଣ ସମସ୍ତେ
ମୋ ଉପରେ ଯାନ୍ତି ଧାଇଁ ll
କଣ୍ଟ୍ରାକ୍ଟର ଠାରୁ ନେତା ପରିଜନ୍ତେ
ନୀତି ମୋତେ ଠାକୁଥାଇ
ନିସ୍ଵାର୍ଥ ଭାବରେ ମୁଁ ତୁମରି ସେବାରେ
ଏକଥା କି ଜଣାନାହିଁ,
ମନେଜ୍ଞାନେ ଭେଦୁନାହିଁ ll
ନିତି ତୁମର ଯନ୍ତ୍ରଣାକୁ ସହି
ଖଣ୍ଡ ବିଖଣ୍ଡିତ ହୁଏ
ଖାଲ ଢିପ ପାଣି କାଦୁଅ ଆବୋରି
ମୁଁ ରୋଗାଗ୍ରସ୍ତ ହେଉଥାଏ ll
ରୋଗୀଣା ଶରୀର ଦୁର୍ବଳ ହେଉଛି
ବଞ୍ଚିବାକୁ ଆଶାକରେ
ଅବସ୍ଥା ପଛେ ମୋ ଶୋଚନୀୟ ହେଉ
ରହିଥିବି ତୁମ ସେବାରେ
ରହିଥିବି ତୁମ ସେବାରେ ll
ସୁଭ୍ରାନ୍ତ ବେହେରା, ଅନୁଗୁଳ