April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ମଉଳା ବସନ୍ତ – ଧର୍ମାନନ୍ଦ ମହାରଣା

 ମଉଳା ବସନ୍ତ

 

ହେଇଟି ଶୁଣୁଛ !! ଏ… ମାଳତୀ ବାପା…… ଶୁଭୁଛି ନା ନାଇଁ ବା,,, କେତେ ଆଉ ଶୋଇରହିବ ଯେ, ବେଳ ଆସି ଦି-ଘଡ଼ି ହେଲାଣି ପରା…. ଉଠୁନା….. ଉଠ…. । ଶୀଘ୍ର ବଜାରକୁ ଗଲେ ସିନା, ସାହୁକାର ମାନଙ୍କ ଦୋକାନକୁ ଯାଇ ଧୋତି ଗାମୁଛା ବିଷୟ କଥା ହେବ, ନହେଲେ ପୁଣି ଖରାବେଳ ହୋଇଗଲେ,, ସାହୁକାରମାନେ ଦୋକାନ ବାଡ଼ି ବନ୍ଦ କରି ଘରକୁ ପଳେଇ ଯିବେ ଖାଇବା ପାଇଁ ବୁଝିଲ । ଏବେ ଚାରି – ପାଞ୍ଚ ମାସ ହେଲା କାମ ଢେର୍ କରିବାକୁ ପଡୁଛି, ଏଣେ ଶୋଇଲା ବେଳକୁ ଅଧରାତି । ତେଣୁ ନିଦ ଟିକିଏ ଗଭୀର ହୋଇଯାଇଛି । ପୁଣି ବୁଢ଼ା ଲୋକ, ବୟସ ପାଖାପାଖି ଷାଠିଏରୁ ପଞ୍ଚଷଠି ଭିତରେ ହେବ । ମୁଣ୍ଡର ସବୁତକ ବାଳ ଧୋବ ଫରଫର ହେଇଗଲାଣି । କେତେ ଆଉ ଖଟିବ ଯେ ଏ ପରିଣତ ବୟସରେ …. ।

 

ଗାଁ ଶେଷ ମୁଣ୍ଡରେ ହରିଜନ ସାହି ଆଉ ତାଠାରୁ ଟିକିଏ ଆଗକୁ ରହିଛି ହରିଆ ଭାଇନାର ଘର । ଘର ଆଉ କଣ ସେଇ ପିତୃପୁରୁଷଙ୍କ ଝାଟିମାଟି ଚାଳଛପର ଘର । ଏଇ ଏବେ ଚାରି ବର୍ଷତଳେ ମଝିଆ ଝିଅ ସୁଲତାର ବାହାଘର ପାଇଁ ଧୋତି ଗାମୁଛା ବିକ୍ରିକରି ଯୋଉ ଅଳ୍ପ ବହୁତ କିଛି ଟଙ୍କା ରଖିଥିଲେ, ସେଇଥିରୁ ବ୍ୟୟ କରି ସବୁତକ ଘରେ ଆଜବେଷ୍ଟ ପକାଇ ଦେଇଛନ୍ତି । ଝରା ଶ୍ରାବଣର ବର୍ଷା ଧାରରୁ ଟିକିଏ ମୁକ୍ତି ପାଇବା ପାଇଁ । ଦିନରାତି ପରିଶ୍ରମ କରି ଯାହା କିଛି ଧୋତି ଗାମୁଛା ପ୍ରସ୍ତୁତ ହୋଇଥାଏ, ସେଇଥିରୁ ପୁଣି ପ୍ରତିବର୍ଷ ଅନେକାଂଶ ନଷ୍ଟ ହେଇଯାଏ ପାଣି ଗଳିବା ଯୋଗୁଁ । ଏବେ କିନ୍ତୁ ସେ ଭୟ ଆଉ ନାହିଁ । ଯାହା ପ୍ରସ୍ତୁତ ହୁଏ ତାହା ବିକ୍ରି ହେବା କେବଳ ଏକମାତ୍ର ଚିନ୍ତା ।

 

ପତ୍ନୀ ଓ ଚାରି ଝିଅ ସହ ମୋଟ ଛଅ ପ୍ରାଣୀଙ୍କୁ ନେଇ ହରି ଭାଇନାର କୁଟୁମ୍ବ । ବଂଶରକ୍ଷା ହେତୁ ପୁତ୍ର ସନ୍ତାନ ଖୋଜି ଖୋଜି ଚାରି ଝିଅ । ପୁଅଟିଏ ପାଇବା ପାଇଁ ସବୁ ଦିଅଁ ମାନଙ୍କୁ ପ୍ରାର୍ଥନା କରିଥିଲେ , ନିର୍ଜଳା ଉପବାସ ସହ ଢେର୍ ବ୍ରତ କରିଥିଲେ ପତିପତ୍ନୀ ଉଭୟ । କିନ୍ତୁ କପାଳରେ ଯାହା ଲେଖା ଅଛି ତାକୁ କଣ ବଦଳାଇ ହେବ କି..! ଯାହା ଯୋଗ ତାହା ଭୋଗ । ତଥାପି କଷ୍ଟେ ମଷ୍ଟେ ଗଡ଼ି ଚାଲିଛି ସଂସାର ରଥ ଦୁଃଖ ସୁଖର ମିଶ୍ରଣରେ । ତଥାପି ଆଦରି ନେଇଛନ୍ତି ଦମ୍ପତି ନିଜ ଭାଗ୍ୟକୁ । ହରି ଭାଇନାର ମୁଖରୁ ସବୁବେଳେ ଗୋଟିଏ କଥା ବାହାରେ , ନିଜ ହାତ…. ଜଗନ୍ନାଥ । ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦରୁ ଯେ ପର୍ଯ୍ୟନ୍ତ ମୋର ଏଇ ଦୁଇ ହାତଗୋଡ଼ ଚଳୁଥିବ ସେପର୍ଯ୍ୟନ୍ତ ମୋର ଚିନ୍ତା କରିବାର ନାହିଁ । ଅଚଳ ହେଲାପରେ ସେ ହିଁ ବୁଝିବେ ।

 

ଏପଟେ ପରିବାର ଭରଣପୋଷଣର ଏକମାତ୍ର ସାହା ଭରସା ହେଉଛନ୍ତି ହରି ଭାଇନା । ହରି ଭାଇନା ନିଜ ପିତୃପୁରୁଷଙ୍କ ହାତବୁଣା କାମକୁ ଆଦରି ନେଇଛନ୍ତି । ହାତବୁଣା ଖଦଡ଼ ଧୋତି ଗାମୁଛା ବିକ୍ରି ହେଲାପରେ ଯାହା କିଛି ଆୟ ହୁଏ ସେଇଥିରେ ଚଳନ୍ତି ଛଅ ପ୍ରାଣୀ । ତାପରେ ବାଡ଼ିରେ ରହିଛି ଦଶ-ବାରଟି ନଡ଼ିଆ, ତିନୋଟି ପଣସ ଓ ଗୋଟାଏ ବିରାଟ ଆମ୍ଭ ଗଛ, ଆଉ ଅଛି ଅଳ୍ପ କିଛି ଜମି । ଏ ପୁଣି ପିତୃପୁରୁଷଙ୍କ ଆଶୀର୍ବାଦ , ସେଥିରୁ ମଧ୍ୟ ଅଳ୍ପ ବହୁତ କିଛି ଆୟ ହୋଇଯାଏ । ନଦୀରେ ଭାସିଯାଉଥିବା ନିଃସହାୟ ପିମ୍ପୁଡ଼ିକୁ ଶୁଷ୍କ କୁଟାଖଣ୍ଡେ ଯେମିତି, ଠିକ୍ ସେମିତି ହରି ଭାଇନାକୁ ତା’ ପିତୃପୁରୁଷଙ୍କ ଦାନ ।

ସମସ୍ତ ଜମିଜମା ବିକ୍ରିକରି କଷ୍ଟେ ମଷ୍ଟେ ତିନି ଝିଅଙ୍କର ବିବାହ କରେଇ ସେମାନଙ୍କୁ ଥଇଥାନ କରି ସାରିଛନ୍ତି ହରିଆ ଭାଇନା, ଏବେ କେବଳ ସାନଝିଅ ମାଳତୀର ଚିନ୍ତା । ତା’ ହାତକୁ ଦି ହାତ କରିଦେଇ , ପର ଘରକୁ ବିଦା କରିଦେଲେ ହରିଆ ଭାଇନାର ସବୁ ଚିନ୍ତା ସରିବ । ତେଣିକି ବୁଢ଼ାବୁଢ଼ୀ ଦୁଇ ପ୍ରାଣୀ, ଯେତେବେଳେ ଯାହା ଥିବ ତାହା ଖାଇପିଇ ଦୁଃଖ କଷ୍ଟରେ ବାକିତକ ଜୀବନ ବିତାଇ ଦେବେ… ହରି ବୁଢ଼ାର ଏଇ ଆଶା । ବହୁତ କଷ୍ଟରେ ଏବେ ଏଇ ଛଅ ମାସ ତଳେ ପଡ଼ୋଶୀ ଗାଆଁ ମୋହନପୁରରୁ ମାଳତୀ ପାଇଁ ବନ୍ଧୁ ପ୍ରସ୍ତାବ ଆସିଥିଲା ଆଉ ସେମାନଙ୍କର ଝିଅ ପସନ୍ଦ ମଧ୍ୟ ହେଲା । ପୁଅ ଘର ଟିକିଏ ଥିଲାବାଲା ଲୋକ, ଜମିଜମା ଢେର୍ ଅଛି, ବେପାର ବଣିଜ କରନ୍ତି ହେଲେ ପୁଅର ବାପା ସଫା ସଫା କହି ଦେଇଛନ୍ତି ଯଉତୁକ ବାବଦକୁ ନଗଦ ପଚାଶ ହଜାର ଟଙ୍କା ତାସହିତ ପୁଅକୁ ସୁନାର ଚେନ୍ ଆଉ ମୁଦି ଦରକାର ବୋଲି । ଏପଟେ ମାଳତୀ ବାପା ମଧ୍ୟ ହଁ ରେ ହଁ ଭରିଛନ୍ତି । ହରିଆ ଭାଇନା ହଁ ଭରିବା ବ୍ୟତୀତ କଣ ଆଉ କରିବ, ଝିଅର ବିବାହ ବୟସ ତ ହେଲାଣି, ତାପରେ ସାନ ଝିଅଟା, ଯାହା ହେଉ ପଛେ କେମିତି କଣ କରି ଝିଅକୁ ତ ବିଦା କରିବାକୁ ପଡ଼ିବ…… ସେ ପୁଣି ଏତେ ଭଲଘର, ଥିଲାବାଲା ଲୋକ, ଝିଅ ତ ହସ ଖୁସିରେ ରହିବ ନା…. ସେଥିପାଇଁ ହରିଆ ଭାଇନା କିଛି ଭାବିବା ଆଗରୁ ସିଧାସଳଖ ପୁଅ ବାପ କଥାରେ ହଁ ଭରିଦେଇ ଥିଲେ । ଅଭାବ କଥାକୁ ଆଦୌ ବିଚାର କରି ନଥିଲେ ।

 

 

ଜ୍ୟେଷ୍ଠ ମାସର ଆରମ୍ଭରୁ ହିଁ ପୁଅର ବାପା ମାଆ ଆସି ମାଳତୀ ଘରେ ବିବାହ ଯୋଗ କହିଦେଇ ଗଲେ ହରି ଭାଇନାଙ୍କୁ ….. ଆସନ୍ତା ଆଷାଢ଼ ମାସ ପବିତ୍ର ବାହୁଡା ଯାତ୍ରା ୨୮ ତାରିଖ ବୁଧବାର ଦିନ ଭଲ ଯୋଗ ବାହାରିଛି, ତେଣୁ ସେଦିନ ହିଁ ଆମେ ଝିଅକୁ ନେଇଯିବୁ….. ଏମିତି କହି ଦେଇ ଯାଇଛନ୍ତି ମାଳତୀର ଶାଶୁ ଶ୍ଵଶୁର ।

 

ଏବେ ବିବାହକୁ ମାତ୍ର ରହିଲା ଆଉ ଏକ ମାସ ବାକି । ଯେଣେତେଣେ ପ୍ରକାରେ ବିବାହ ପାଇଁ ସବୁ ଯୋଗାଡ଼ କରିବାକୁ ହେବ ହରିଆ ଭାଇନାଙ୍କୁ କାରଣ ସମୟ ଆଉ ନାହିଁ ମାତ୍ର ଏକ ମାସ ରହିଲା, ହେଲେ କଣ ଆଉ କରିବ ହରିଆ ଭାଇନା, ରାତିଦିନ ଏକ କରି ପାଞ୍ଚ ମାସ ଭିତରେ ଢେର୍ ଧୋତି ଗାମୁଛା ପ୍ରସ୍ତୁତ କରିଛି । ବାକି କଥା ରହିଲା ସେଗୁଡିକ ବିକ୍ରି କରିବାର । ଆଉ ତାପରେ ଆଜିକାଲି ତ ବଜାରରୁ ବାକିରେ ଟଙ୍କାକର ଜିନିଷ ମଧ୍ୟ କିଏ ଦେଉନାହାନ୍ତି । ହଁ ସେ ଯାହା ବି ହେଉ ଗଲା ରାତିରେ ହିଁ କାମ ଶେଷ ହୋଇଛି, ତେଣୁ ଟିକିଏ ଅଧିକ ସମୟ ଧରି ଶୋଇ ପଡ଼ିଛନ୍ତି ହରିଆ ଭାଇନା । ଏପଟେ ମାଳତୀ ବୋଉର ଡାକରାରେ ଧଡ଼ପଡ଼ ହୋଇ ଉଠିଲେ ହରିଆ ଭାଇନା ଏବଂ ସଅଳ ସଅଳ ନିତ୍ୟକର୍ମ ସାରି ଚା ଟୋପାଏ ପିଇ ଦେଇ ବାହାରିଲେ ବଜାରକୁ ସାଥିରେ ଦୁଇ – ଚାରିଖଣ୍ଡ ଖଦଡ଼ ଧୋତି ଓ ଗାମୁଛା ଧରି କାରଣ ସାହୁକାର ମାନଙ୍କୁ ସାମ୍ପଲ ତ ଦେଖାଇବାକୁ ପଡ଼ିବ ନା, ନହେଲେ ସେମାନେ ପସନ୍ଦ କରିବେ କି ନାହିଁ, ଆଉ ବରାଦ କରିବେ କି ନାହିଁ !!! ନିଷ୍ପତି ହୋଇଛି ଧୋତି ଗୋଟାକ ଦୁଇଶହ ତିରିଶି ଟଙ୍କା ଆଉ ଗାମୁଛା ଗୋଟାକ ଏକ ଶହ ଟଙ୍କାରେ ହିଁ ବିକିବେ ।

 

ଏମିତି ଗୋଟାଏ ପରେ ଗୋଟେ ଗୋଦାମକୁ ଯାଇ ସାହୁକାର ମାନଙ୍କ ସହିତ ଏ ଖଦଡ଼ ଲୁଗାପଟା ବିକ୍ରି କରିବା କଥା ବୁଝୁ ବୁଝୁ ବେଳ ବୁଡ଼ି ସନ୍ଧ୍ୟା ହେବାକୁ ବସିଲାଣି ହେଲେ ହରିଆ ଭାଇର ପେଟରେ ଏଯାଏଁ ଦାନାଟିଏ ପଡ଼ିଲାନି, କେଜାଣି ଖାଇବା କଥା ତା’ର ମନେ ଅଛି କି ନାହିଁ । ଲାଗୁଥିଲା ସତେ ଯେମିତି ଭୋକ ତାକୁ ନୁହଁ ବରଂ ଭୋକକୁ ସେ ନିଜେ ଖାଇ ସାରିଛି । ହେଲେ ଏଯାଏଁ ଲୁଗା ବିକ୍ରୀବଟା କରିବା କଥା କୋଉଠି ମଧ୍ଯ ସ୍ଥିର ହୋଇପାରିଲା ନାହିଁ କିନ୍ତୁ ସବୁ ସାହୁକାରଙ୍କ ମୁଖରେ ସେଇ ସମାନ କଥା __ *ହଇଓ ଭାଇନା ….. ତୁମ ହାତବୁଣା ଖଦଡ଼ ଧୋତିର ଦାମ ଯାହା , ତାର ଅଧା ରେଟରେ ଆମେ ମେସିନ ବୁଣା ଧୋତି ଯୋଗେଇଲେ ବି ଲୋକ କିଣୁ ନାହାନ୍ତି । ଶୁଦ୍ଧଘରିଆ ଲୋକ କିଏ ହାବୁଡିଲେ ଧୋତି ଗାମୁଛା କିଛି ବିକ୍ରି ହୁଏ ଯେ …. ସେମାନେ କିନ୍ତୁ ଖୋଜି ଖୋଜି ସବୁଠୁଁ ଶସ୍ତା ଧୋତି ହିଁ ନିଅନ୍ତି । କୁହନ୍ତି ଏଗୁଡା ଦାମିକିଆ ନେଇ ଲାଭ କ’ଣ ? ତୁଠ କର୍ମ ପରେ ଏ ବସ୍ତ୍ର ସବୁ ମାରା । ଦେବକର୍ମ ଆଉ ସବୁ ଭଲକାମକୁ ଅଯୋଗ୍ୟ । ଆଉ ବାହାଘରିଆ କିଣାବିକା ହେଲେ ଲୋକ ସେଇ ଟଙ୍କାରେ ଶସ୍ତା ପ୍ୟାଣ୍ଟ ସାର୍ଟ କପଡା ବରଂ ନେଇ ଯାଉଛନ୍ତି କିନ୍ତୁ ଧୋତି ଗାମୁଛା ଆଉ କିଣୁ ନାହାନ୍ତି, ବନ୍ଧୁ ବେଭାର ପାଇଁ । ଆଉ ତୁମର ଏ କୁମ୍ଭପକା ଧୋତିକୁ ମୁଁ ରଖି କରିବି କ’ଣ !! କିଣିବ କିଏ ??*

 

ଶେଷରେ ନିରାଶ ହୋଇ ସନ୍ଧ୍ଯା ୭ଟା ସମୟରେ ଧାନସିଝା ହାଣ୍ଡି ଭଳିଆ ମୁହଁ ତଳକୁ କରି ଘରେ ପହଁଞ୍ଚି ବାହାରପଟେ ପଡିଥିବା ଦଉଡ଼ିଆ ଖଟ ଉପରେ ନଥ କିନା ବସିପଡିଲେ ହରିଆ ଭାଇନା । ମାଳତୀ ବୋଉ ହରିଆ ଭାଇନାଙ୍କୁ ଦେଖି ତାଙ୍କ ପାଖକୁ ଦୌଡ଼ି ଆସିଲେ ଆଉ ଖୁସି ହୋଇ ବାରମ୍ବାର ପଚାରୁ ଥାଆନ୍ତି,,, ମୁଁ ଜାଣିଛି ପରା ଆମ ହାତତିଆରି ଧୋତି ଗାମୁଛାକୁ ସବୁ ସାହୁକାରମାନେ କିଣିବା ପାଇଁ ପସନ୍ଦ କରିଥିବେ ଆଉ ସବୁଥିରୁ ଶହେ ଶହେ ଖଣ୍ଡ ବରାଦ କରିଥିବେ ନିଶ୍ଚୟ….. ହଉ ଆମେ ଝିଅର ବାହାଘର ପରେ ମିଶିକି ରାତିଦିନ ବୁଣିବା ଆଉ ସେମାନଙ୍କୁ ଦେବା । ଏପଟେ ମାଳତୀ ବୋଉର ଶୁଖିଲା ମୁହଁରେ କ୍ଷଣିକ ଖୁସି ଦେଖି ହରିଆ ଭାଇନା ହଁ’ ଟିଏ ଭରି ଶାନ୍ତ ସ୍ଵରରେ କହିଲେ, ଆମର ଢେର୍ ଧୋତି ଗାମୁଛା ତିଆରି ହୋଇଛି ନା, ଆମ ଗାଁ ପାଖ ବଜାରରେ ମାତ୍ର ଚାରୋଟି ଲୁଗା ଗୋଦାମ ଅଛି ଆଉ ସେମାନଙ୍କ ବରାଦ ଅନୁସାରେ ଦେଲେ ମଧ୍ୟ ଆମର ଆହୁରି ଢେର୍ ବଳିଯିବ ତେଣୁକରି ଆସନ୍ତା କାଲି ସକାଳେ ଅନ୍ୟ ଏକ ଗାଁର ବଜାରକୁ ଯାଇ ବୁଝିବାକୁ ପଡ଼ିବ ହେଲା । ହଉ ତମେ ଗଲ ଆଗ ଚା ଟୋପାଏ ତିଆରି କରିବ…. ମୁଁ ଗୋଡ଼ହାତ ଧୋଇ ଆସୁଛି । ପତ୍ନୀଙ୍କୁ ସିନା ମନଗଢ଼ା କଥା କହି ବୁଝାଇ ଦେଲା ହରିଆ ହେଲେ ନିଜେ ନିଜକୁ କିପରି ବୁଝାଇବ!!! ସେଇ ଜଗା ହିଁ ସାହା ଭରସା …….. ତାଙ୍କରି ଯାହା ଇଛା……ଯାହା ସବୁ…. ଏମିତି ନିଜେ ନିଜକୁ କହି କହି ଅଗଣାକୁ ଗଲା ହରିଆ…….. ।

 

 

         ଧର୍ମାନନ୍ଦ ମହାରଣା

         ମର୍ଦ୍ଦକୋଟ, ଗଞ୍ଜାମ

Loading

Leave a Reply

Your email address will not be published. Required fields are marked *