ମୁଁ ପରାସ୍ତ ତୁମ ପାଖରେ
ହଁ….
ମୁଁ ତ ସବୁବେଳେ ପରାସ୍ତ ତୁମ ପାଖରେ….
ନୀରବତା କୁ ଅସ୍ତ୍ର କରି
ହୃଦୟ କୁ ମୋ ଆଘାତ ଦେଇ
ବାଜି ମାରିବାର ଯୋଉ
ନିଷ୍ଫଳ ପ୍ରୟାସ ତୁମର…
ସେଇ ହୃଦୟ ଯେ ଥିଲା ଦିନେ
ତୁମରି ହୃଦୟ ଭିତରେ… !
ଏକଥା ଭାବିଛ କି
କେବେ ଦିନେ ଥରେ…??
ହଁ… ମୁଁ ପରାସ୍ତ ତୁମ ପାଖରେ….
କିନ୍ତୁ….
ଏଥର ଲୁଚି ଯିବି ଯେତେବେଳେ
ସେଇ ଘନ ନୀଳ ଆକାଶ ରେ..
ଅବା.. ହଜିଯିବି କେଉଁ ଏକ
ଘଞ୍ଚ ଜଙ୍ଗଲ ଭିତରେ…
ବୁଝିବ ସେତେବେଳେ..
ଯେବେ ସତରେ ମୁଁ
ତାରା ମେଳେ ହଜିଯିବି
ଜହ୍ନ ପଛେ ଲୁଚିଯିବି…
ଆଉ ଆଖି ମିଟିକା ମାରି ହସୁଥିବି
ରହି ସେଇ ଦୂର ଆକାଶରେ…
ଖୋଜି କି ପାରିବ ମତେ ଏ
ଧରଣୀ ବୁକୁରେ……?
ହଁ,ମୁଁ ତ ସବୁବେଳେ ପରାସ୍ତ ତୁମ ପାଖରେ….
କିନ୍ତୁ…. କହିକି ପାରିବ
ବିଜୟୀ ହେବକି ତୁମେ
ମୋତେ ହଜେଇ ଦେବା ପରେ…???
ହଁ… ମୁଁ ତ ସବୁବେଳେ ପରାସ୍ତ ତୁମ ପାଖରେ….. !!
ଜ୍ୟୋସ୍ନାମଞ୍ଜରୀ ସାମନ୍ତ
ମାଲକାନଗିରି