ମୁଁ ପଳାଶ
ହଁ ମୁଁ ପଳାଶ
ଫାଲଗୁନ ର ପ୍ରୀତି ସହ
ମୋ ଦେହ ରେ ମନ ରେ ବି ଲାଗେ ନିଆଁ
ମୋ ଅବୟବ ହୋଇଯାଏ ଲାଲିମା ରେ ଢାଙ୍କି
ମନ ତଳୁ ପ୍ରୀତି ର ଫୁଆରା ମାରେ ଉଙ୍କି ।
ହେଲେ ,
କାହିଁ କେହି ତୋଳି ନିଏନା
ସଜେଇବାକୁ ପ୍ରିୟତମା ର ଗଭା
ଅବା ସଖୀ ର କବରି,
କାହିଁ କେହି
ମୋତେ ଚାହିଁ
ଭାବେନା ପ୍ରିୟା ର କଥା
ସାରା ରାତି ଉଜାଗର ରହି ।
କାହିଁ କେହି
ପାପୁଲି ରେ ରଖି
କରେ ନାହିଁ ମୋତେ
ନିବିଡ଼ ଭାବେ ନିରୀକ୍ଷଣ,
କାହିଁ କେହି
ଆଃ କି ମଧୁର
କହି କରେ ନାହିଁ ଆଘ୍ରାଣ ।
ମୁଁ ପଳାଶ
ନାଲି ରଙ୍ଗ ର ଭଣ୍ଡାର
ଭିତରେ ଜଳି ଜଳି
ସେଇ ନାଲି ପାଖୁଡ଼ା କୁ
ଧରି ଫେରିଯାଏ ।
ଅଭିଯୋଗ କରିବି କାହାକୁ
ଯଦି ନିଜେ ହିଁ ମୋ ନିଜ ବାସ୍ନା କୁ
ଖୋଜି ନପାଏ ।
ପଲ୍ଲବୀ ବାରିକ୍
ଖୋର୍ଦ୍ଧା