କବିତା- ମୁଁ କବି କହୁଛି
ମୁଁ କବି କହୁଛି
ମୋର ଏହି ଲେଖନୀର ମୁନେ
ଚାଲି ଯାଅ ଆରେ
ମୋ ଦେଶରେ ସ୍ଵାର୍ଥନ୍ଵେଷୀ ଦଳ
ଜଞ୍ଜାଳର ଘେର ମଧ୍ୟେ
ଶୋଇନାହିଁ ଆଉ ଐରାବତ
ଇନ୍ଦ୍ରର ବଜ୍ର
ଶଦ୍ଦେ ଉଠିଛି ସେ ଜାଗି
ଉଠିଛି ସେ ଦିଗ ଚମକାଇ
ତୁମରି ନିପାତ ପାଇଁ
ଅହିଂସାର ମନ୍ତ୍ର ପୂତ ହୋଇ
ରଞ୍ଜିତ କରିଦେବ
ତୁମର କଳାଧନର ରକ୍ତକୁ
ମୋର ଏହି ଲେଖନୀର ମୁନେ
ଜାଗ୍ରତ ଆଜି କଲମ ମୋହର
ସୂକ୍ଷ୍ମ କ୍ଷୀଣ ତନୁ ଧରି
ଦୁର୍ବଳ ଶରୀର ମଧ୍ୟେ
ଶକ୍ତି ଦେଖାଇବ ପାଇଁ
ତୁମର ମୃତ୍ୟୁ ପାଇଁ
ବିପ୍ଳବୀ ସାଜିଛି ମୋ କଲମ
ତାର ସରୁ ଗୋଜିଆ ଧାରରେ
ସେ ସହିବ ଏ ଜୀବନର
ସମସ୍ତ ଦୁଃଖ ଘନଘଟା
ଦେହରୁ ତାର ରକ୍ତ ଝରିଲେ ବି
ସଂଚାରିତ ହେବ ପୁର୍ନବାର ରକ୍ତ
ତାର ସେ ଦୁର୍ବଳ ଶରୀରରେ
ସେ କଙ୍କାଳ ହେଲେ ବି
ତାର ମୂନ ସରିଗଲେ ବି
ମୋଟା ମୋଟା ଅକ୍ଷରରେ ଲେଖିଦେବ
ତାର ଜୟ ଗୀତି
ଜୟ କବି ଜାତି ।
ମୁଁ ଅବହେଳିତ କବି କହୁଛି
ଏ ସମାଜର ଚାଟୁକାରଙ୍କୁ
ତୁମେ ବ୍ରିଟିଶ ଠାରୁ ବି ହୀନ
ତୁମେ ଅସୁର ଦଳ
ନାରୀ କୁ ନାବାଳିକା କୁ
ଗଣଧର୍ଷଣ କରି ଅନାୟସେ
ମାର ପେଟରୁ ଶିଶୁକୁ ଛଡେଇ
ଗରୀବର ଖାଦ୍ୟରେ ବିଷ ମିଶାଇ
ତିଳ ତିଳ କରି ଦଗ୍ଧ କର
କଳାହାଣ୍ଡିର ଗରୀବ ପିଲାଙ୍କୁ
ବିକ୍ରି କର ସାମାନ୍ୟ ଟଙ୍କା ପାଇଁ
ତାର କଙ୍କାଳ କୁ ସାଇତି ରଖ
ନିଜ ଆଡମ୍ବର ପାଇଁ
ଗରୀବ ସ୍ତ୍ରୀ ଝିଅକୁ ନେଇ
ରୂପ ବ୍ୟବସାୟ କରି
ସତୀ ନାରୀ କୁ ଅସତୀ କରି
କଳଙ୍କର କାଳିମା ବୋଳି
ତାକୁ ରୂପ କନଓ୍ଵାର ପରି
ଜୀବନ୍ତ ଦଗ୍ଧ କର ।
ବିଧବା ସ୍ତ୍ରୀ କୁ ଟଙ୍କାର ଲୋଭରେ
ପେଟର ଜ୍ଵାଳାରେ
ଜୀବନ୍ତ ଖିନଭିନ କର
ତାର ଶରୀରକୁ
ରାସ୍ତା କଡର ଭିକାରୀକୁ ନେଇ
ତୁମେ ତାର ମାଂସ ବିକ୍ରୀ କରୁଛ
ନିଜକୁ ବିବେକୀ ସାଜି
ଧଳା ପୋଷାକ ଭିତରେ
କଳା ଦେହକୁ ସଜାଇ ରଖିଛ
ଛୁରୀ କାକୁଡି ସବୁ ତୁମରି ହାତରେ ।
ମୁଁ ସମାଜର ଦୁସ୍ଥ କବିଟିଏ କହୁଛି
ତୁମେ ନଗ୍ନ ଛବି ଦେଖାଇ
ଟଙ୍କା ଶୋଷି ନେଉଛ
ଅର୍ଦ୍ଧ ନଗ୍ନ ସ୍ତ୍ରୀକୁ ଦେଖି
ତାର ଉପରକୁ ନୋଟ ବିଡା ଫିଙ୍ଗୁଛ
ଚିନ୍ତା କରି ଦେଖିଛ
ସେ କାହିଁକି ନଗ୍ନ
କଳ୍ପନା କରିଛ
ତାର ମୂଖ୍ୟ କାରଣ କ’ଣ ?
ତୁମେ ଧରା ପଡିଯିବ
ଯେମିତି ସାମାନ୍ୟ ମିଛ ପାଇଁ
ନରେ ବା ଗୁଞ୍ଜରେ ଅଶ୍ଵତ୍ଥାମା ହତଃ
ଯୂଧିଷ୍ଠିରଙ୍କ ନର୍କ ଦର୍ଶନ
ସେମିତି ନର୍କଗାମୀ ହେବ
ଏ ଚକା ଆଖିର ଦୃଷ୍ଟିରେ ।
ମୁଁ କବି ଟିଏ ମୁଁ କହୁଛି
ମୋର ଲେଖନୀର ମୁନେ
ମୋର ଅବ୍ୟକ୍ତ ଭାଷାକୁ
ଅସହ୍ୟ ଅତ୍ୟାଚାର ଭିତରେ
ପ୍ରତିଶୋଧର ନିଆଁ ଧରି
ମୋର ପ୍ରତି ଅଙ୍ଗେ ଅଙ୍ଗେ
ଖସି ପାରିବନି ଆଉ
ବେଶ ଖସି ଯାଇଛ
ତୁମକୁ ପ୍ରତିକ୍ଷଣ ବିଦ୍ଧ କରିବ
ମୋର ଲେଖନୀର ମୁନ ।
!!!!!!!!!!!!!!!!!!୧୪୮!!!!!!!!!!!!!!!!!
ପ୍ରେରଣ ତାରିଖ = ୨୭.୧୨.୨୦୨୦
ଶୁଭଙ୍କର ନିବାସ
ମାଁ ମାଣିକେଶ୍ଵରୀ ସାହି
ମୋହନା, ଗଜପତି-୭୬୧୦୧୫
ବାର୍ତ୍ତାଳାପ = ୮୨୪୯୫୦୩୬୫୮