ମାଟିଚୁଲି
ମାଟିର ଦେହେ ହୋଇବି ଗଢା
ସୁନ୍ଦର ଦିଶେ ଭାରି
ଧନୀ ଗରିବ ସ୍ନେହ ଆଦର
ସଭିଁଙ୍କ ଅଛି ପୁରି ।
ରାନ୍ଧେ ଦରବ ସହଜେ ନିତି
କାଠ ଘସିରେ ଜଳି
ବାସନା ସାଥେ ସୁଆଦ ପରା
ସଭିଁଙ୍କୁ ଯାଏ ବଳି ।
ଭାତ ତିଅଣ ପିଠାପଣା ର
ସୁଆଦ ଆଗ ଚାଖେ
ଜଳାଏ ଯାହା ଚୁଲି ଭିତରେ
ପାଉଁଶ କରି ରଖେ।
ରାଗ କି ରୋଷ କରେନା କେବେ
ସାନ କି ବଡ ପାଶେ
ଆଦରେ ତାକୁ ଯିଏବି ଡାକେ
ମୁହଁ ଫୁଲାଇ ହସେ।
ରୋଷେଇ ପରେ ପଖାଳେ ଦେହ
ମାଟି ଗୋବର ମାଖି
ସହି ଯାଉଛି ଗାଳି କଷଣ
ହୃଦୟ ଖୋଲା ରଖି।
ବାହାଘର କି ପୁନେଇଁ ଦିନେ
ଜମିଲେ ଲୋକ ଭିଡ
ଦେହକୁ ତାର ପୃତୁଳ କରି
ଛୋଟରୁ ହୁଏ ବଡ ।
ସରୋଜ କୁମାର ସାହୁ
ଆଠଗଡ଼ .କଟକ
୯୩୪୮୫୭୫୨୨୪
37 total views, 1 views today