ମରୀଚିକା
ସକାଳ ତାଜା ପବନର ଶୀତଳ ଧକ୍କା
ଫୁ ଫୁ ଶବ୍ଦରେ ତତଲା ଚାହାର ଆସର
ପୁଣି ଆରମ୍ଭ ନୁଆ ଜଂଜାଳର ସରୁ ତାଲିକା
ବେଳେ ବେଳେ ଘଟିତ ନାଟକର ଅବେଳ ଆକାର…..
ଜିତିବାର ମାଦକତା ରେ ଜୀବନର ସୂତ୍ରପାତ
କେବେ ପେଟର ଦାଉ ପୁଣି ବିଳାସର ସୌକ
ସତରେ ପୁଣି କେବେ ସବୁ ମାୟାରେ ବାୟା
ପୁଣି କେବେ ଜୀବନ ପଙ୍କିଳ ଜଳର ଜୋକ…….
ପ୍ରଚଣ୍ଡ ସୂର୍ଯ୍ୟର କିରଣରେ ଧାବମାନ ମନ ଅବନା
ଆଉ ଅବସର୍ଣ୍ଣ କ୍ଲାନ୍ତ ପୁଣି ଅବଶୋଷର ସ୍ୱଳ୍ପ ବେମାର
ଅପରାହ୍ନରେ ବିଶ୍ରାମର ନଈଧାର ଶୁଷ୍କ ବାଲିପୂର୍ଣ୍ଣ
ଅସ୍ତଗାମୀ ସୂର୍ଯ୍ୟ ସଙ୍ଗେ ଘର ବାହୁଡା଼ ଦୃଶ୍ୟ ପକ୍ଷୀର…..
କେବେ ମାୟାରେ ବାୟା ବୋଲି ଉଦ୍ଭାନ ମନ ପବନ
ଆଉ ହରିନାମ ସଙ୍ଗେ ଆଖିର ଲୁଚକାଳୀ ଖେଳ
ଅସ୍ଥିର ନିର୍ବାକ ଜୀବନର ମାଦଳା ପଞ୍ଜିକା ପୃଷ୍ଠା
ପୁଣି ସବୁକିଛି ମରୀଚିକା ଆଉ ଶୋଷର ଛଳ……..
ମଧୁସ୍ମିତା ରାଉତ
ତାଳବରକୋଟ
45 total views, 1 views today