ମୋକ୍ଷ ପ୍ରାପ୍ତି ହେଉ ମୋର
କାହିଁକି ଏମିତି ମଉନେ ବସିଛ
ଶୁଭୁ ନାହିଁ କି ମୋ ଡାକ,
କାନି ପତେଇ ମୁଁ ତୁମ ଆଗେ ଆଜି
ମାଗୁଛି ପ୍ରଭୁ ହେ ଭିକ।।
କରି ଦିଅ ପ୍ରଭୁ ଏ ଭବ ରୁ ପାରି
ରଖ ରଖ ମହାଦେବ,
ଦୁଇ ହାତ ଯୋଡ଼ି ବିନତୀ କରେ ମୁଁ
ମୁଣ୍ଡେ ହାତ ରଖ ତବ।।
ଅଭାଗିନୀ ଏଇ ଝିଅ ଟିର ପ୍ରଭୁ
ଗୁହାରୀ ଶୁଣିମା ହେଉ,
ତୁମ ସେବା କରିବାର ଅଧିକାର
ଯୁଗେ ଯୁଗେ ମିଳୁ ଥାଉ।।
ବୋଳି ଦିଅ ପ୍ରଭୁ ତୁମ ଭୋଳା ଗୁଣ
ସର୍ବାଙ୍ଗ ଶରୀରେ ମୋର,
ମଜ୍ଜି ରହୁ ମନ ତୁମ ନାମ ଗାଇ ବାରେ
ମୋକ୍ଷ ପ୍ରାପ୍ତି ହେଉ ମୋର।।
ଦିଅ ହେ ଶକତି ପ୍ରାଣ ରେ ମୋହରି
ତୁମ ପାଦ ସେବି ବାକୁ,
ଗର୍ବ,ଅହଙ୍କାର ଦିଅ ନାହିଁ ମନେ
ଭକ୍ତି କରେ ଗୁରୁଜନ ଙ୍କୁ।।
ଶୟନ ରେ ତୁମେ ସପନ ରେ ତୁମେ
ପ୍ରାଣ ରେ ବି ତୁମ ନାମ,
ରହୁ ପ୍ରଭୁ ସଦା ଚିରନ୍ତନ ହୋଇ
ଗଲା ବେଳେ ଯମ ଧାମ।।
ପ୍ରେମଲତା ସାହୁ(ଖୁକୁନି)
ନୂଆବନ୍ଧ,ଆଠଗଡ,କଟକ