ମୋ ରୂପ ସାଜ୍ଜସଜ୍ଜା
କେଡେ ମନୋହର ରୂପ ଟି ମୋହର
ମନ କୁ ନେବି ମୁଁ କିଣି
ସାଇତି ରଖିବ ଯାତନ ରେ ମୋତେ
ହୃଦୟ ନେବି ମୁଁ ଜିଣି..
ମୋ ରୂପ ମାଧୁର୍ଯ୍ୟ ଆକର୍ଷିତ କରି
ସାଉଁଟି ଆଣିବ ଖୁସି
ପ୍ଲାଷ୍ଟିକି ର ସବୁ ଚାହିଦା କମିବ
ଦେଖୁଥିବି ମୁଁ ବସି….
ବାଉଁଶ ରେ ମୋର ଗଢ଼ା ଏ ଶରୀର
ନ ଭୁଲିବ କେବେ ମୋତେ
ଆଖି ମଳିମଳି ମୁରୁକି ହସିବି
ଦେଖିବି ସପନ କେତେ……
ପଦ୍ମାବତୀ ସ୍ୱାଇଁ, ବଡରମ୍ପାସ, କେନ୍ଦୁଝର