#ମୋ_ହୃଦୟ_ପିଲାଙ୍କ_ପାଇଁ
ଚିହ୍ନା ଚିହ୍ନା ଲାଗେ ଯାର ସେ ଅଚିହ୍ନା ମୁହଁ,
ଭିନ୍ନ ତା ଉଲ୍ଲାସ ନିରୀହ ଅଳି ର ଲୁହ
ଘଞ୍ଚ ନିକାଞ୍ଚନେ ଯିଏ ସଦା ମୋର ସାଥୀ
ଏ ଜିବନ ସାରା ମୋ ପାଇଁ ଯିଏ ଅତିଥି……।
ମୋ ସବୁ ଦୁଃଖ ଯା ଟିକି ହସେ ହୁଏ ଶେଷ
ଯା ‘ କାହାଣୀ ମତେ ସଜାଇଲା କବି ବେଶ
ସୁଖ ଶାନ୍ତି ମୋର ପରାଣ ପିରତି ଯିଏ
ପ୍ରତିବିମ୍ବ ସେ ମୋ ‘ ଭିନ୍ନ ମୋଠାରୁ ନୁହେଁ……।
ଲୁହର ସାଗରେ ତୁମେ ତ ସୁଖର ନାଆ,
ଗଭୀର ନିଦାଘେ ତୁମେ ମଳୟର ବାଆ
ଦୂର ଚକ୍ରବାଳେ ସୂର୍ଯ୍ୟ ଉଏଁ ଅସ୍ତ ଯାଏ
ମୋ ମନ ତ ସଦା ତୁମକୁ ହିଁ ଖୋଜୁଥାଏ….. ।
ଛଳ ଦୁନିଆରେ ସଦା ସତ ଯେ ମୋ ପାଇଁ
ଯାହା ବିନା ଭିଡ଼ ଭିତରେ ଏକା ଲାଗଇ
ନିର୍ମାୟା ଜୀବନ ନିଷ୍କପଟ ମନ ଯାର,
ପରାଣ ସାର୍ଥକ ହୋଇଛି ଛୁଆଁରେ ତାର……।
ସାଜିଲେ ସଂସାର ସାଜିଯାଉ ମୋ ବଇରୀ
ଯଦି ରହିଥିବ ଟିକେ ଶରଧା ତୁମରି
ଜୀବନର ଯେତେ ସାଲିସ ବିହୀନ ଦୁଃଖ
ସରିଯିବ ପୁଣି ମିଳିବ ନିଆରା ସୁଖ ……।
ଏ ଦୁନିଆ ଯଦି କରିଦିଏ ମତେ ପର
ସବୁ ଚିହ୍ନ ଯଦି ହୋଇଯାଏ ମୋର ଦୂର
ତୁମ ଟିକି ମନେ ଦେଇଥିବ ଜାଗା ଟିଏ
ସଦା ରହିଥିବି ସୁଖେ ତୁମରି ହୃଦୟେ……।
#ସୁପ୍ରଜିତ୍ ସାହୁ