ମୋ ଗାଁ
,,,,,,,,,,,,,,,,,,,,,,,,,

ସ୍ବଛ୍ଛ ନିରିମଳ ସବୁଠୁ ସୁନ୍ଦର
ମୋ ଗାଁର ପରିବେଶ
ପୂର୍ବପୁରଷଙ୍କ କଥାକୁ ନ ଭୁଲି
ସଭିଁଏ କରନ୍ତି ଚାଷ।
ଭାଇଭାଇ ପରି କରନ୍ତି ଅାଦର
ହୋଇ ଏକ ପରିବାର
ବିପଦେଆପଦେ ହୁଅନ୍ତି ସହାୟ
ଭାବି ସେ ନଥାନ୍ତି ପର।
ଜ୍ଞାନ ବିଜ୍ଞାନରେ ସବୁଠୁ ଉର୍ଦ୍ଦ୍ବରେ
ଭରିଅଛି ସହନତା
କେତେ ଯେ ସନ୍ତାନ ଆର୍ମି ପିଅନ
କରୁଛନ୍ତି ଶିକ୍ଷକତା।
ଅଛି ଆମ୍ବତୋଟା ଅଛି ନଦୀନାଳ
ରହିଛି ଗୋଚର ଭୂମି
ଚର୍ତୁପାଶ୍ବେ ଭରା ଜଳର ସୁବିଧା
ବିସ୍ତାରିତ ଚାଷଜମି।
କଡରେ ରହିଛି ସବୁଜବନାନୀ
ବିଦ୍ୟାଦାତା ବିଦ୍ୟାଳୟ
ବସିଛନ୍ତି ଜଗି ଗାଁର ପ୍ରବେଶେ
ମା’ ମଙ୍ଗଳା କାର୍ତ୍ତିକେୟ।
ଗୁରୁଜନ ଭକ୍ତି ସ୍ନେହ ପ୍ରେମଭରା
ଆଳତୀରେ ଗୀତାପାଠ
ଧର୍ମ ଆଲୋଚନା କରେ ପ୍ରତିଦିନ
ଗାଁ ଶେଷେ ସାଧୁମଠ।

ସରୋଜ କୁମାର ସାହୁ
ଆଠଗଡ,କଟକ
୯୩୪୮୫୭୫୨୨୪

 126 total views,  2 views today

Leave a Reply

Your email address will not be published. Required fields are marked *