ମାେ ଅଭୁଲା ସ୍ମୃତି
ଜୀବନ ଟା ହେଉଛି ଏକ ପ୍ରକାର ଅସରନ୍ତି ପାହାଚ। ଯାହାର କେବେ ହେଲେ ଶେଷ ନାହିଁ। ଯେଉଁ ପାହାଚ ରେ ମଣିଷ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚଢି ଆଗକୁ ଆଗ ଚାଲି ଥାଏ। ସେହି ପାହାଚ ଚଡ଼ିବା ରାସ୍ତା ରେ ସେ ଅନେକ ବାଧାବିଘ୍ନ, ହସ ଖୁସି ଇତ୍ୟାଦି କୁ ପାର କରି ଆଗକୁ ଆଗ ବଢ଼ି ଚାଲିଥାଏ। ମନ ରେ ଗୋଟିଏ ଆଶା ଟେ ନେଇ?? କି ଆଗ କୁ ମାେ ଜୀବନ ରେ ସବୁ ଭଲ ହେଉ।
ସେ ଯେତ ପାହାଚ ଆଗକୁ ବଢ଼ି ବଢ଼ି ଚାଲିଥାଏ ପ୍ରତିଟି ପାହାଚ ରେ ଥାଏ କିଛି ଦୁଃଖ, କିଛି ସୁଖ ଏବଂ ଅନେକ ଗୁଡ଼ିଏ ସ୍ମୃତି। ଯାହାକୁ ସେ ପଛରେ ଛାଡ଼ିଦେଇ ଏକ ନୂତନ ଜୀବନ ର ଅନୁସନ୍ଧାନ ରେ ଆଗେଇ ଚାଇଥାଏ। ସେହି ଅନୁସନ୍ଧାନ ରେ ଥିବା ବେଳେ ତାର ମନ ରେ ଅସେ ବିତି ଯାଇଥିବା ଅନେକ ସ୍ମୃତି। ଯାହାକୁ ସେ ଫେରେଇବାକୁ ଚାହିଁଲେ ମଧ୍ୟ ସେ ତାକୁ ଫେରି ପାଇ ପାରେ ନାହିଁ। ସେ କେବଳ ତାର ଅଭୁଲା ସ୍ମୃତି କୁ ମାନେ ପକାଇ ପକାଇ ହାସୁ ଥାଏ କିମ୍ବା ଅଧିକ ଖୁସି ହୋଇଯାଇ ସେ କାନ୍ଦି ପକାଟେ। ଏବଂ ଭାବେ ଖାସ୍ ମୁଁ ମୋର ଅଭୁଲା ସ୍ମୃତି କୁ ଫେରି ପାଆନ୍ତି କି?
ଫେରି ଆସନ୍ତା ସେହି ମାେ ଅଭୁଲା ସ୍ମୃତି କଥା ରେ ମୁଁ ମୋର ସ୍ନାତକ ଜୀବନ ର ଘଟଣାବଳୀ କୁ ମୁଁ ଫେରି ଯିବା କୁ ଚାହିଁଲେ ମଧ୍ୟ ମୁଁ ଫେରି ଯାଇ ପାରିବିନାହିଁ। କାରଣ ସେହି ସମୟ ଗୁଡ଼ିକ ଥିଲା ଗୋଟିଏ ଗୋଟିଏ ଚମତତ୍କାର ମୁହୂର୍ତ୍ତ। ପ୍ରତି ଦିନ, ପ୍ରତି ସେକଣ୍ଡ, ପ୍ରତି ଘଣ୍ଟା,ପ୍ରତି ମିନିଟ ରେ ରହିଛି ଅନେକ ଗୁଡ଼ିଏ ସ୍ମୃତି। ଯାହା ମୁଁ ମାେ ଗୁରୁ ଙ୍କ ସହ ଏକ ସମ୍ପର୍କ ଗଢିତୋଲିଥିଲି। ଯେ ସେ କେବଳ ମୋର ଗୁରୁ ନଥିଲେ ସେ ଥିଲେ ମୋର ଦୂତୀୟ ମାଆ କହିଲେ ମଧ୍ୟ କିଛି ଭୁଲ୍ ହେବା ନାହିଁ। ଗୁରୁ ଶିଷ୍ୟ ସମ୍ପର୍କ ଗଠନ କରିବା ସହ ମାଆ ଏବଂ ଝିଅ ର ସମ୍ପର୍କ ଗଠନ ହୋଇଥିଲା। କହିଲେ ମଧ୍ୟ କିଛି ଭୁଲ୍ ହେବ ନାହିଁ। ଯେପରି ମାଆ ଟା ଝିଅ ସହ ସବୁ ଦୁଃଖ ସୁଖ କଥା ହୋଇଥାଏ ଏବଂ ଝିଅ ଯେପରି ସବୁ କଥା ତା ମାଆ କୁ କହିଥାଏ ଠିକ୍ ସେହପରି ମୋର ଏବଂ ମୋ ଗୁରୁ ଙ୍କ ସମ୍ପର୍କ ମଧ୍ୟ ଥିଲା ସେମିତି।ମୁଁ ତାଙ୍କୁ ମୋର କଥା ମନ ଖୋଲି କହିଦିଏ ସବୁ ଦୁଃଖ ସୁଖ ଅନେକ କଥା ମୁଁ ତାଙ୍କୁ ଖୋଲି କହିଦିଏ ମୁଁ କଥା ଲୁଚେଇ ବାକୁ ଚାହିଁଲେ ମଧ୍ୟ ସେ ମୋ ମୁହଁ ରୁ ମୋର ସବୁ କଥା ପଢିଦିଅନ୍ତି। ସେ ମଧ୍ୟ ମତେ ତାଙ୍କର ନିଜ ଝିଅ ଭାବି ସେ ବି ମତେ ତାଙ୍କର ସବୁ କଥା କହିଦିଅନ୍ତି। ଆମର ସମ୍ପର୍କ ଥିଲା ନିଆରା ଯାହାର କୌଣସି ନାମ ନାହିଁ। ଯିଏ ସଦାସର୍ବଦା ମୋର ମଙ୍ଗଳ କାମନା କରନ୍ତି ଏବଂ ମୋର ଭୁଲ୍ କୁ ସବୁବେଳେ ସୁଧାରି ଦିଅନ୍ତି। ଦିନ କର କଥା ମତେ କ୍ଲାସ ରେ ଗୋଟିଏ ପ୍ରଶ୍ନନ୍ ଟିଏ ପଚାରି ଥିଲେ ମୁଁ ତାର ଉତ୍ତର ଇଂରାଜୀ ରେ ଦେଇଥିଲି ସେ ସାଙ୍ଗେ ସାଙ୍ଗେ ମତେ କହିଥିଲେ ଓଡ଼ିଆ ନେଇ ପଢୁଚୁ ଓଡ଼ିଆ ରେ କହିବା ପାଇଁ ଚେଷ୍ଟା କରେ। ସେହି ଦିନ ଠାରୁ ସେ ମୋର ନ English madam ରଖିଦେଇଥିଲେ I ଯାହାକୁ ମୁଁ ଏବେ ମଧ୍ୟ ମାନେ ରଖିଚି। ଗୁରୁ ପରି ଗୁରୁ ଟିଏ ଜୀବନ ରେ ପାଇବା ବହୁତ କଷ୍ଟ୍ ମୁଁ ଗର୍ବ ଅନୁଭବ କରେ କି ଯେ ମୁଁ ଏମିତି ଗୋଟିଏ ଗୁରୁ ମାେ ଜୀବନ ରେ ମୁଁ ପାଇଛି । ସେ ମତେ ସବୁବେଳେ ଠିକ୍ ମାର୍ଗ ରେ ଯିବା ପାଇଁ ପ୍ରେରଣା ପ୍ରଦାନ କରନ୍ତି।
ସେହି ପରି ମୁଁ ଆଉ ଜଣେ ଗୁରୁ ଙ୍କୁ ମଧ୍ୟ ମୁଁ ମୋ ଜୀବନ ରେ ପାଇଛି। ଯାହା ଙ୍କ ସହ ମୋର ସମ୍ପର୍କ ଆରମ୍ଭ ହୋଇଥିଲା +୨ ସମୟ ରୁ। ଯିଏ ମୋ ପାଇଁ କେବଳ ମୋର ଗୁରୁ ନଥିଲେ ସେ ଥିଲେ ମୋର ଗୋଟିଏ ବଡ଼ ଭଉଣୀ ମୋର ଗୋଟିଏ ଅତି ପ୍ରିୟ ବନ୍ଧୁ। ପଢା ସମୟରେ ଗୁରୁ ର ଭୂମିକା ଗ୍ରହଣ କରିଥିବା ବେଳେ ଅନ୍ୟ ସମୟ ରେ ଗୋଟିଏ ଭଉଣୀ ଏବଂ ସାଙ୍ଗ ର ଭୂମିକା ଗ୍ରହଣ କରିଥିଲେ ଯିଏ ମୋର ସବୁ କଥା ଜାଣି ଥିଲେ ଏବଂ ମୁଁ ମଧ୍ୟ ତାଙ୍କର ସବୁ କଥା ଜାଣିଥିଲି। କେବେଲ ତାଙ୍କ ସହ ମୋର ସମ୍ପର୍କ ଆରମ୍ଭ ହୋଇଥିଲା ତାଙ୍କ ସହ ସମ୍ପର୍କ ସ୍ଥାପନ ହେବା ସହ ତାଙ୍କ ପରିବା ର ସମସ୍ତ ସଦସ୍ୟ ମାନଙ୍କ ସହ ସମ୍ପର୍କ ସ୍ଥାପନ ହୋଇଥିଲା। ଯେଉଁଠି ମୁଁ ପାଇଥିଲି ଭାଇ ମାନଙ୍କ ଙ୍କ ଭଲ ପାଇବା, ସ୍ନେହ ଶ୍ରଦ୍ଧା ଯାହା ମୋ ଜୀବନ ର ଗୋଟିଏ କଷ୍ଟ କୁ ଦୂର କରି ଦେଇଥିଲା କି ଯେ “ମୋର କେହି ନିଜର ଭାଇ ନାହାନ୍ତି।“
ସେହି ୩ ବର୍ଷ ମଧ୍ୟ ରେ ବହୁତ୍ ଗୁଡିୟେ ସ୍ମୃତି ଗଠନ ହୋଇଯାଇଛି। ଯାହା ପୁରା ଅବିସ୍ମରଣୀୟ। ମୁଁ ଭାବେ ଯେ କେବଳ ଗୋଟିଏ ରକ୍ତ ର କିମ୍ୱା ଗୋଟିଏ ବଂଶ ହୋଇଥିଲେ ହିଁ ସୁସମ୍ପର୍କ ଆରମ୍ଭ ହୋଇପାରିବ ତାହା ନୁହେଁ ଗୋଟିଏ ସୁସମ୍ପର୍କ ଟେ ଆରମ୍ଭ କରିବା କୁ ହେଲେ ଦରକାର ପଡେ ଗୋଟିଏ ଖୋଲା ହୃଦୟ ଯାହା ଫଳରେ ସେ ସମସ୍ତ ଙ୍କ ସହ ସୁସମ୍ପର୍କ ସ୍ଥାପନ କରିଥାଏ। ଗୋଟିଏ ଉତ୍ତମ ସମ୍ପର୍କ ରେ ଆରମ୍ଭ କରିବାକୁ ହେଲେ ଦରକାର ପଡେ ସ୍ନେହ ଶ୍ରଦ୍ଧା ଏବଂ ଭଲ ପାଇବା ଦରକାର ପଡେ ନାହିଁ କି ଯେ ସେ ଗୋଟିଏ ଜାତି ର ହେଇଥିବା କିମ୍ୱା ଗୋଟିଏ ବଂଶ ର ହୋଇଥିବ।
ମୋ ଜୀବନ ର ଏହି ସବୁ ଥିଲା ଗୋଟିଏ ଗୋଟିଏ ଅଭୁଲା ସ୍ମୃତି। ଯାହାକୁ ମୁଁ ଫରେଇ ବାକୁ ଚାହିଁଲେ ମଧ୍ୟ ମୁଁ ଫେରି ପାଇପାରି ବି ନାହିଁ। ମୁଁ କେବଳ ଫେରି ପାଇ ପାରିବି ତାଙ୍କର ମୋ ପ୍ରତି ଥିବା ସେହି ଭଲ ପାଇବା ସ୍ନେହ ଏବଂ ଶ୍ରଦ୍ଧା। ଯାହା କୁ ମୁଁ ସାଙ୍ଗ ରେ ନେଇ ଜୀବନ ର ପାହାଚ ଚଢିବି। ଏବଂ ସେହି ମାନେ ହିଁ ମୋ ଜୀବନ ର ଗୋଟିଏ ଗୋଟିଏ ମାର୍ଗଦର୍ଶକ ହୋଇ ସଦାସର୍ବଦା ତାଙ୍କ ର ହାତ ମୋ ମୁଣ୍ଡ ଉପରେ ଥିବା। ଏହା ଥିଲା ମୋ ଜୀବନ ର ଅଭୁଲା ସ୍ମୃତି ଯାହା ମୁଁ କେବେ ହେଲେ ପୁନର୍ବାର ଫେରାଇ ଆଣିବାକୁ ଚେଷ୍ଟା କଲେ ମଧ୍ୟ ପାଇ ପାରିବି ନାହିଁ।
ପ୍ରେରଣା ପାତ୍ର
exceptional