April 19, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ମାନସ ମନ୍ଥନ– ଡ଼. ଅଶୋକ କୁମାର ଷଡଙ୍ଗୀ*

ମାନସ ମନ୍ଥନ

ଡ଼. ଅଶୋକ କୁମାର ଷଡଙ୍ଗୀ, ପ୍ରାଧ୍ୟାପକ, ଭଞ୍ଜନଗର

ନୃସଂଶତାର ଗୋଟିଏ ସୀମା ଅଛି।
ଅଜାତଶତ୍ରୁ ଅଜଣା ଭୂତାଣୁ ଭୟରେ
ଆତ୍ମଗୋପନ କରିଥିବା ମଣିଷ ଆଜି
ବିଶାଳ ପାହାଡ଼କୁ ଗୋଇଠା ମାରିବାର ଦମ୍ଭ,
ଅସୀମ ଆକାଶକୁ ଟେକା ଫୋପାଡିବାର ଅପଚେଷ୍ଟା
ନିର୍ଲ୍ଲଜପଣକୁ ତାର କରେ କ୍ରୂର ପରିହାସ
ନିରୀହ ଗର୍ଭିଣୀ ହସ୍ତିନୀ ସିଏ
ହୋଇପାରେ ପଶୁଟିଏ କିନ୍ତୁ
ପ୍ରକୃତିର ଅପରୂପ ଦାନ; ବିସ୍ମୟ ଜୀବନ।

ନିଜର ସ୍ଥିତିସ୍ତମ୍ବ ଭୁଷୁଡି ପଡିବା ଭୟରେ
ନିଷ୍ଠୁର ମଣିଷ ଭୂଲି ପାରେ ନିଜ ହିତାହିତଜ୍ଞାନ
ଅଜ୍ଞତାର ଆଚରଣ ନା ତୀବ୍ର ଅହମିକାର
ଉନ୍ମାଦନାରେ ପଶୁତ୍ୱର ଏ ଉପଢ଼ୗକନ !

ବୁଝିହୁଏ ଅସୀମ ଆକାଶର ଉଦାରତାକୁ,
ବିଶାଳ ସମୁଦ୍ରର ଅଙ୍ଗୀକାରବଦ୍ଧତାକୁ,
ଚନ୍ଦ୍ରର ଶୀତଳତାକୁ, ସୂର୍ଯ୍ୟର ସୃଜନୀ ଶକ୍ତିକୁ
ବୁଝି ହୁଏନା କିନ୍ତୁ ସଭ୍ୟତାର ଖୋଳପା ଭିତରେ
ନିର୍ମମ ମଣିଷର ଭାଷା, ଅସଭ୍ୟ ପାଣ୍ଡୁଲିପିରେ
ଲେଖୁଥାଏ ଯିଏ ନିତି ପଶୁତ୍ୱର ଗାଥା।

ମାତୃତ୍ୱର ଇପ୍-ସିତ ମଲ୍ହାରରେ ବିଭୋର ହସ୍ତିନୀ
ଜରାୟୂ ରେ ତାର କୋରକିତ ପଦ୍ମପାଖୁଡାର ହସ
ପାଇବା ପୂର୍ବରୁ ମାତୃତ୍ୱର କୋମାଳ ପରଶ
ଛିନ୍ନ ହେଲା ଛଳଛଳ ରକ୍ତର ସ୍ତବକ I

ସପୁରୀରେ ବାରୁଦ ପୁରାଇ
ସ୍ୱପ୍ନ ଦେଖାଇବାର ଛଳନା କଲା ମଣିଷ
ବିଶ୍ୱାସରେ ଭରିଦେଲା ହଳାହଳ ବିଷ।

ରକ୍ଷାକର, ରକ୍ଷାକର ପ୍ରଭୁ,
ଚକ୍ର ପେଶି ଶତ୍ରୁନାଶ ଏଇ
ଘୋର ବିପତ୍ତି କାଳରେ
ଈଶ୍ୱର ନିରବ କିନ୍ତୁ ନିର୍ବାକ ନିଥର
ଅଜଣା ଦ୍ରୋହର ନୀଳ ଇଙ୍ଗିତରେ
ବନ୍ଦୀ ଆଜି ମନ୍ଦିରର ଚୌହଦୀ ଭିତରେ
ଅସହାୟତାର ନିଶ୍ଚୁପ ମୁଦ୍ରାରେ; ଏକାନ୍ତବାସରେ।

ସ୍ରଷ୍ଟାଙ୍କର ଶ୍ରେଷ୍ଠ-ସୃଷ୍ଟି ହେ ମଣିଷ ଭାଇ
ଏ ଧରୀତ୍ରି ଏକା ନୁହେଁ ତୁମ ଚରାଭୁଇଁ
ଶାନ୍ତି-ମୈତ୍ରୀ-ପ୍ରୀତିର ବନ୍ଧନେ
ଏ ସୃଷ୍ଟିକୁ ଥରେ ଦିଅ ଛୁଇଁ।

Loading

5 thoughts on “*ମାନସ ମନ୍ଥନ– ଡ଼. ଅଶୋକ କୁମାର ଷଡଙ୍ଗୀ*

  1. I feel this is one of the so much significant info for me.
    And i am glad reading your article. However want to observation on some general things, The web site taste is great, the articles is in point of fact nice : D.
    Good activity, cheers

  2. Hello there! This blog post could not be written much better!
    Looking at this post reminds me of my previous roommate!
    He continually kept talking about this. I’ll forward
    this article to him. Pretty sure he’s going to have
    a good read. I appreciate you for sharing!

Leave a Reply

Your email address will not be published. Required fields are marked *