ଭାରି ବଢିଆ ଆମ ପଖାଳ କଂସା ❤❤
ପଖାଳ କଂସା ଆମ ଭାରି ବଢିଆ
ଆମ୍ବ ଚଟଣି, ବଢ଼ି ଚୁରା ପୁଣି ଶୁଖୁଆ ଭଜା
ହାତ ଧୋଇ ଧୋଇ ଖାଉଥାଉ ଆମେ
ଲାଗୁଥାଏ ଭାରି ବଢିଆ
ଆମେ ଖାଣ୍ଟି ଓଡ଼ିଆ
ଆମେ ଖାଣ୍ଟି ଓଡ଼ିଆ….
ଓଡ଼ିଆ ଙ୍କ ଉଡ଼ିଯାଏ ହଂସା
ନ ଦେଖିଲେ ଦିନେ
ପଖାଳ କଂସା
ଓଡିଶା ବାହାରେ ବି ରହି
ଖାଇଲେ ଥରେ ମହକି
ଉଠୁଥାଏ ଘର ଓଡ଼ିଆ ଓଡ଼ିଆ….
ଗରିବ କି ଧନୀ ସମସ୍ତଙ୍କ ପ୍ରିୟ
ଆମ ପଖାଳ କଂସା
ଓଡ଼ିଆ ଟିଏ କରୁଥାଏ ନିତି
ତାକୁ ପ୍ରଶଂସା……
ଆମେ ଖାଣ୍ଟି ଓଡ଼ିଆ
ଆମେ ଖାଣ୍ଟି ଓଡ଼ିଆ….
ଯଦି ଓଡ଼ିଆ ବୋଲି ଆଜି ଆମେ ଗର୍ବିତ
ମନେ ପକାଇବା ଆମ ପୂର୍ବକଥା
ହଜି ଯାଉଛି ଆମ ପୁରୁଣା ଖାଇବା
ପୁଣି ପୁରୁଣା ପ୍ରଥା
ଫେରେଇ ଆଣିବା ଆମ ଏକତା….
ସବିତା ତ୍ରିପାଠୀ, ନଭି ମୋମ୍ବାଇ
633 total views, 3 views today