••——-ମୁଁ କଳଙ୍କିତ ନାୟକ——••
ତୁମେ ଚନ୍ଦ୍ର ଭଳି ଧଳା
ମୁଁ କଳା ରାତି ଭଳି……;
ତୁମେ ସଜ ଫୁଟା ଗୋଲାପ
ମୁଁ ଝଡ଼ା ଗଙ୍ଗଶିଉଳି…..!
ତୁମେ ସମୁଦ୍ରରେ ନୀଳ ଢେଉ
ମୁଁ ସମୁଦ୍ରର ଗର୍ଜନ……;
ତୁମେ ସୁଧା ଅମୃତ
ବିଷ ଭରା ମୋ ଜୀବନ…….!
ତୁମେ ସୁନେଲି ଉଦୟର ଶୋଭା
ମୁଁ ସଞ୍ଜୁଆ ଅସ୍ତ ପ୍ରେମିକ…..;
ତୁମେ କାହାଣୀର ନାୟିକା
ମୁଁ କଳଙ୍କିତ ନାୟକ………;
ମୁଁ କଳଙ୍କିତ ନାୟକ……..!!
———❣️———
. ……….
ସଚ୍ଚିଦାନନ୍ଦ ବେହେରା
❤