ମିଠା କାଞ୍ଜି
କେତେଦିନୁ କହିଲେଣି କାଞ୍ଜି ଟିକେ କରିବାକୁ ।ସୁଷମା ଙ୍କ ଦେହ ଖରାପ ରହୁଛି କରି ପାରୁନାହାଁନ୍ତି।ସୁଷମା ଙ୍କ ହାତରନ୍ଧା କାଞ୍ଜି ବହୁତ ଭଲ ପାଆନ୍ତି ଶିବ ବାବୁ।ଶିବ ପ୍ରସାଦ ଅଧିକାରୀ ।ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଜଳ ଯୋଗାଣ ବିଭାଗ ରେ।ସୁଷମା ଦେବୀ ତାଙ୍କ ଧର୍ମ ପତ୍ନୀ।ଶିବବାବୁଙ୍କ ବାପା ସୁଷମା ଙ୍କ କାଞ୍ଜି ଖାଇ ହିଁ ସେଇ ଦିନ ହିଁ ବୋହୁ କରି ଆଣିଥିଲେ ।ଶିବ ବାବୁ କିନ୍ତୁ ବହୁତ ନାପସନ୍ଦ କରିଥିଲେ ବାପାଙ୍କର ଏଇ କାମକୁ ।ଭାବି ଥିଲେ ଗାଁ ର ଝିଅକୁ ବାହା ହେଲେ ସହରୀ ପରିବେଶ ରେ ଚଳି ପାରିବନି ,ଆଉ ହଇରାଣ ହେବେ ସବୁ ବେଳେ। କିନ୍ତୁ ସୁଷମା ଦେବୀ ନିଜକୁ ବହୁତ ଶୀଘ୍ର ସହରୀ ପରିବେଶ ସହିତ ଖାପ ଖୁଆଇ ନେଇଥିଲେ।ତଥାପି ଶିବ ବାବୁ ଙ୍କ ଇଚ୍ଛା ରେ ତାଙ୍କୁ ଚାଲିବାକୁ ପଡେ ।ବାହା ହେଇ ଆସିଲା ବେଳେ ମା କହିଥିଲା ସ୍ୱାମୀ କଥା ମାନି ଚାଲିବୁ
। ଶିବ ବାବୁଙ୍କ ପସନ୍ଦ ଆଉ ନାପସନ୍ଦ ସବୁ ଜାଣନ୍ତି ସୁଷମା ।ସହର ରେ ପାଠ ପଢି ଚାକିରୀ କରିଥିଲେ ବି ଗାଁ ଖାଇବାକୁ ବହୁତ ପସନ୍ଦ କରନ୍ତି ଶିବ ବାବୁ।ଗାଁ ର ଛତୁ ,ପୋଇ ,ପିତା ଶାଗ ,ନିମକଢ଼ ,ଖଡା ଶାଗ ,ସବୁଥିରେ ରୁଚି ତାଙ୍କର ।ବିଶେଷ ଭଲ ପାଆନ୍ତି କାଞ୍ଜି ।ତୋରାଣି ରୁ ରଖି ସେଥିରେ ଦୁନିଆ ଯାକ ପରିବା ପକେଇ କରନ୍ତି କାଞ୍ଜି ।ସେଇ କାଞ୍ଜିରେ ଥାଏ ସୁଷମା ଦେବୀଙ୍କର ସରଳ ମନ ର ଛୁଙ୍କ ଯାହା କାଞ୍ଜି କୁ ଆହୁରି ସୁଆଦିଆ କରିଥାଏ ।କିନ୍ତୁ ଆଜି କାଲି ପିଲା ଏଇ କଥା ବୁଝୁ ନାହାନ୍ତି।ଘର ଭିତରୁ ସୁଷମା ଦେବୀ ଛୋଟେଇ ଛୋଟେଇ ଆସିଲେ ।ଶିବ ବାବୁ କିଛି କହିବାକୁ ଭାବୁଥିଲେ କିନ୍ତୁ କହିପାରିଲେନି।ସୁଷମା ଦେବୀ ଙ୍କୁ ଧରି ବସେଇ ଦେଲେ ନିଜ ପାଖରେ ଶିବ ବାବୁ।ମୁଁ ସବୁ କାଟି କୁଟି ରଖି ଦେଇଛି ।ଠିଆ ହେଇ କରିପାରୁନି। ଚୁଲି ଟେ ଯଦି ବାହାରେ ପକାନ୍ତ ନି।ତମେ ଆଉ କେତେ କରିବ ।ଥାଉ ….।ନ ହେଲା ନାହିଁ ।ନାଇଁ ନଇଁ ରିଙ୍କି କରିଦେବ ଆସୁ ।ଆଜି ମୁଁ ତାକୁ କହିବି ।ସେତିକିବେଳେ ବେଳେ ମୋବାଇଲ ଟି ବାଜି ଉଠିଲା ।ଶିବ ବାବୁ ହାଲୋ ବୋଲି କହିଛନ୍ତି ସେପଟୁ ଝିଅ କୁନି ର ସ୍ୱର ଭାସି ଆସିଲା ।ଡାଡି ମମି କଣ କରୁଛନ୍ତି ?।ଶିବ ବାବୁଙ୍କ ପାଟି ରୁ ବାହାରି ଆସିଲା -କାଞ୍ଜି।ohh no ଡାଡି ।ତମେ ବୟସ ବଢୁନି ତମେ ସେତିକି ଅଖାଦ୍ୟ ଖାଉଛ ।ଶିବ ବାବୁ କହିଲେ ତୁ ଜାଣିନୁ କାଞ୍ଜି ରେ vitamin -c ଅଛି।ତମେ ଖାଅ କହି ରଖିଦେଲା ଫୋନ।ଶିବ ବାବୁ ଫୋନ ରଖି ଭାବିବାକୁ ଲାଗିଲେ ।ଛୋଟ ବେଳେ କୁନି କେତେ ଭଲ ପାଉଥିଲେ ଗାଁ ଖାଦ୍ୟ କୁ।ଏବେ ବାହାରେ ରହୁଛି ବୋଲି ଆଉ ରୋଷେଇ କରୁନି ।ସବୁ ମଗେଇ ଆଣୁଛି ଖାଇବାକୁ।ସୁଷମା ଦେବୀ ଖଟ ଉପରେ ସୋଇପଡି ଲେଣି।ଚୁପଚାପ୍ ଯାଇ ରିଙ୍କି ରୁମ ବାହାରେ ଠିଆ ହେଇ ଲକ୍ଷ୍ୟ କଲେ ଶିବ ବାବୁ ।ରିଙ୍କି ଫୋନ ରେ କାହା ସହ କଥା ହେଉଥାଏ ।କହୁଥାଏ -ଆରେ କହନା ସେ ବୁଢା କାଞ୍ଜି ଖାଇବ ବୋଲି ମୁଣ୍ଡ ଖରାପ କରିଦେଲାଣି।ଅରେ ତୁ ମଗେଇ ଦେଉନୁ ।ସେପଟୁ କିଏ କହିଲା ।ଆରେ ନାଇଁ ସେଥିପାଇଁ ସମୟ ଲାଗିବ ।ଆଉ ବୁଢା ର ଘରୁଆ ଖାଦ୍ୟ ଦରକାର ।ମୋର କିଏ କରିବ।ଯାଉଛି କହିବି ମୋ ଦେହ ଲାଗୁନି ।ତା ପରେ ତୁ ଫୋନ କରିବୁ online ରେ ଦେଖିବା ଡ୍ରେସ୍ ଗୁଡା। ଚଷମା ଖୋଲି
ଝାଳ ପୋଛିଲେ ଶିବ ବାବୁ ।ଏଇ ଲକଡାଉନ ହେଇନି ଯେ ତାଙ୍କର ବହୁତ ଇଚ୍ଛା ହେଉଛି ଖାଇବାକୁ ।ନିଜ ଉପରେ ବିରକ୍ତି ହେଲେ ।ଧୀରେ ଧୀରେ ରୁମ ଭିତରକୁ ଗଲେ ଦେଖିଲେ ସୁଷମା ତଳେ ବସି ଗୋଟେ ମାଟି ପାତ୍ର ରେ କିଛି ତୋରାଣି ରେ ଆଲୁସିଝା ଧରି ବସିଛନ୍ତି।ଆଉ କିଛି ଭାବିବାକୁ ବେଳ ନଥିଲା ଶିବ ବାବୁଙ୍କର ସୁଷମା ଙ୍କ ହାତରୁ ଛଡେଇ ନେଇ ସବୁ ତକ ତୋରାଣି କୁ ଢକ ଢକ କରି ପିଇଗଲେ ଶିବ ବାବୁ ।ଆଉ କହିଲେ ସତରେ ସୁଷମା ତୁମ ହାତ ର କାଞ୍ଜି ବହୁତ ମିଠା ।ସେତବେଳକୁ ସୁଷମା ଙ୍କ ଆଖିରୁ ଲୁହ କେଇ ବୁନ୍ଦା ଖସି ଆସିଲାଣି ।ଥାଉ ଥାଉ ଆଉ କୁହନି । କାହିଁକି ଜିଦି କରୁଛ ଏଇ ଦିନେ ତମକୁ କିଏ କରିକି ଦେବ କହିଲ।କାଇଁ ତମେ ? ତମ ହାତ ଟିକେ ବାଜିଲେ ହେଲା ।ଏଇ ସମୟ ରେ ରିଙ୍କି ଆସି କହିଲା -ମାମା ମୋ ହାତରୁ ମାଟି ହାଣ୍ଡି ପଡି ଭାଙ୍ଗି ଗଲା ।ସୁଷମା ଦେବୀ ଭଲକି ଜାଣନ୍ତି ରିଙ୍କି ଜାଣିଶୁଣି ଭାଙ୍ଗିଛି ହାଣ୍ଡି।ସଂଗେ ସଂଗେ ଶିବ ବାବୁ କହିଉଠିଲେ ଭଲ ହେଲା ଆଉ କାଞ୍ଜି କେବେ ରନ୍ଧା ହେବନି।ତୋ ମାମା ହାତ ର କାଞ୍ଜି ଖାଇବି ।ଯେଉଁଟା ଖଟା ନୁହେଁ ବୋହୁ ମିଠା ।
ତାରା ନାୟକ