*ମିଠା କାହାଣୀ*
ଭୌତିକ ସଂସାର କ୍ଷଣିକ ଆନନ୍ଦ
ଜୀବନ ଜଞ୍ଜାଳ ଗାଥା
ସୁଖ ଦୁଃଖ ଭରା କର୍ମର ପଥଟି
ଅଭୂଲା କାହାଣୀ କଥା ।
ମନର ଭାଷାକୁ କହିବାକୁ ହେଲେ
ଲୋଡ଼ା ନିର୍ମଳ ହୃଦୟ
ବିଶ୍ୱାସ ସିନ୍ଧୁକେ ବାସ ହେଉଥିବ
ମିଠା କାହାଣୀ ମଳୟ ।
ପ୍ରଜ୍ଞାନ ଉଦ୍ୟାନେ ଦିବ୍ୟର କାହାଣୀ
ଜୀବନ ଦର୍ଶନ ତତ୍ତ୍ୱ
ସେହି ବଗିଚାରେ ନିତି ଭ୍ରମୁ ଥିଲେ
କଷ୍ଟ ଯନ୍ତ୍ରଣା ନିବୃତ୍ତ ।
ମିଠା ମିଠା କାହାଣୀ ଭରିଛି ପିଣ୍ଡେ
ଅନ୍ୱେଷଣେ ଲଭି ଥାଇ
ବେଦ ଶାସ୍ତ୍ର ଗୀତା ପୁରାଣେ ବର୍ଣ୍ଣିତ
ଅମୃତ କାହାଣୀ ସେଇ ।
ନୈତିକ ଚରିତ୍ର ଶୃଙ୍ଖଳିତ ହେଲେ
କାହାଣୀଟି ମିଠା ସ୍ୱାଦ
ସଂସ୍କାର ସଂସ୍କୃତି ଜୀବନେ ବିସ୍ମରି
ସଦା ଘୋଡ଼ା ଦୌଡ଼ କୁଦ
ଆଜହ୍ନ ମାମୁଁ ସରଗ ଶଶି ଗୀତ
ଝୁରୁ ଥାଇ ସଦା ମନ
ବୁଢୀ ଅସୁରିଣୀଗଳ୍ପ ମାଧ୍ୟମରେ
ନିଦ ମାଉସୀର ସ୍ଵପ୍ନ ।
କାହାଣୀଟି ଭାରି ମିଠାତ ଲାଗଇ
ସତ୍ୟନ୍ୟାୟ ସୀମା ମଧ୍ୟେ
ବିଭୁଙ୍କ ଆଶିଷ ନିତି ଝରୁ ଥିଲେ
ସମର୍ପଣ ପୂର୍ଣ୍ଣ ସାଧ୍ୟେ ।
ଅସୀମ ଅନନ୍ତ ବିଶ୍ୱ ଦରବାର
ମିଠା କାହାଣୀରେ ସୃଷ୍ଟି
ନାମାମୃତ ଦ୍ୱାରା ଜୀବନ ଯମୁନା
ମୋକ୍ଷ ସ୍ରୋତର ତୃଷ୍ଟି ।
*ସ୍ନିଗ୍ଧା ସାମନ୍ତରାୟ, ଚୁନଭାଟି, ଗୋପାଳ ଗାଁ, ବାଲେଶ୍ଵର ।*