ମିତା ବଉ
————
ସ୍ଵହସ୍ତ ରେ ଆଜି ଟେକି ଦେଉଅଛି
ମିତାବଉ, ନିଜଦେହ ଲୁଗାକାନି
ଦଣ୍ଡେ ଦାନା ଖଣ୍ଡେ କନା ପାଇଁ
ଲୁହ ଲହୁ ମେଞ୍ଚାଏ ଘେନି l
ଆଖିରେ ମରୁଛି ଆଖିଏ ସପନ
ଉଛୁଳି ଉଠଇ ନଈ
କାଲାଗି ବଞ୍ଚୁଛି ମିତାବଉ ଆଜି
ସମାଜକୁ ଜଣା ନାହିଁ l
ମିତା-ବାପ ଗଲା ଦିନୁ
ମିତା ଶେଜ ରେ ପଡିଛି ଏକା
ତାଲାଗି ଲୋଡ଼ା ଉଷୁଅ ମୁନ୍ଦାଏ
ସର୍ବସ୍ୱ ସରିଛି ବିକା l
ଶେଷେ ଅଛି ସମ୍ପତି ଇଜ୍ଜତ ବୋଲି ଚିଜ
ମିତାବଉ ତାକୁ ବିକିବାକୁ ବାହାରିଅଛି ଯେ ଆଜ
ଜହ୍ନ ଉହାଡ଼ ରେ କିଣା ବିକା ହୁଏ
ଛାଇ ଅନ୍ଧାର ରେ ଲାଲ -ହାଟର କୋଣେ
ମିତାବଉ ତହିଁ ହାତମେଲି ଡାକେ
ଆଶ ହେ ଗ୍ରାହକ ଜଣେ.. l
ଝୁଣିଦିଅ ମୋର ସର୍ବାଙ୍ଗ ଶରୀର
ଝୁଣିଯାଉ ମୋ ଅନ୍ତର
ସଉଦା କରେ ମିତା ବଉ
ହାଟରେ ଜୀବନର l
✍️ମାନସ କୁମାର ସେନାପତି
ବେଗୁନିଆ, ବସ୍ତା, ବାଲେଶ୍ୱର
1,731 total views, 1 views today
ବହୁତ ସୁନ୍ଦର
ଧନ୍ୟବାଦ ❤️